ETV Bharat / state

କଲଭର୍ଟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନହେଉଣୁ ଭୁଷୁଡିଲା ଆପ୍ରୋଚ ରାସ୍ତା - ବୌଦ୍ଧରେ ଭୁଷୁଡିଲା ଆପ୍ରୋଚ ରାସ୍ତା

କଲଭର୍ଟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେଉଣୁ ଦୁଇ ପାର୍ଶ୍ଵର ଆପ୍ରୋଚ ରାସ୍ତା ଭାଙ୍ଗି ଭୁଷୁଡି ଗଲାଣି । ନିମ୍ନମାନର କାମ ଯୋଗୁଁ ଏଭଳି ପରିସ୍ଥିତି ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

କଲଭର୍ଟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନହେଉଣୁ ଭୁଷୁଡିଲା ଆପ୍ରୋଚ ରାସ୍ତା

author img

By

Published : Apr 21, 2022, 10:39 PM IST

ବୌଦ୍ଧ : ନିର୍ମାଣ ଚାଲିଛି କେନାଲ ଉପରେ କଲଭର୍ଟ । ହେଲେ କଲଭର୍ଟ ନିର୍ମାଣ କାର୍ଯ୍ୟ ନସରୁଣୁ ଭୁଷୁଡି ଗଲାଣି ଦୁଇ ପାର୍ଶ୍ଵର ଆପ୍ରୋଚ ରାସ୍ତା । ଏଭଳି ଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ । ବୌଦ୍ଧ ଜିଲ୍ଲା ଜଳସେଚନ ବିଭିନ୍ନ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଟୁଟୁସିଙ୍ଗା ଗ୍ରାମର ଦୃଶ୍ୟ । ଏଠାରେ ଗତ ଲଗାଣ ବର୍ଷାରେ ଶାଖା କେନାଲରେ ଘାଇ ହୋଇ କଲଭର୍ଟଟି ଧୋଇ ଯାଇଥିଲା ।

କଲଭର୍ଟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନହେଉଣୁ ଭୁଷୁଡିଲା ଆପ୍ରୋଚ ରାସ୍ତା

ଟୁଟୁସିଙ୍ଗା ଗ୍ରାମବାସୀଙ୍କ ବାରମ୍ବାର ଦାବି ପରେ ଉକ୍ତ ସ୍ଥାନରେ ଗତମାସରେ ଏକ ନୂତନ କଲଭର୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । କିନ୍ତୁ ଆଶ୍ଚର୍ଯ୍ୟର କଥା କଲଭର୍ଟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଦୁଇ ପାର୍ଶ୍ଵର ଆପ୍ରୋଚ ରାସ୍ତା ଭାଙ୍ଗି ଭୁଷୁଡି ଗଲାଣି । ନିମ୍ନମାନର କାମ ଯୋଗୁଁ ରାସ୍ତାର ଏଭଳି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ ଟୁଟୁସିଙ୍ଗା ଗ୍ରାମବାସୀ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ରାସ୍ତାରେ ଭାରିଯାନ ଚଳାଚଳ ଯୋଗୁଁ ଏଭଳି ପରିସ୍ଥିତି ହୋଇଥିବା ତଥା ଏନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.