ETV Bharat / state

ବିଫଳ ସ୍ବାସ୍ଥ୍ୟସେବା, ଅଟୋରେ ପ୍ରସବ କଲେ ମହିଳା

ଠିକ ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଅଟୋରେ ପ୍ରସବ କଲେ ମହିଳା । ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପୀତାମହୁଲ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : May 11, 2019, 2:35 AM IST

ବୌଦ୍ଧ: ପୁଣି ସାମନାକୁ ଆସିଛି ସ୍ବାସ୍ଥ୍ୟବିଭାଗର ଏକ ନଗ୍ନ ଚିତ୍ର । ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଶୁକ୍ରବାର ସଂଧ୍ୟାରେ ଏକ ଆସନ୍ନ ପ୍ରସବା ମହିଳା ସର୍ବ ସମ୍ମୁଖରେ ଏକ ଅଟୋ ମଧ୍ୟରେ ସନ୍ତାନ ପ୍ରସବ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଶୁକ୍ରବାର ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପୀତାମହୁଲ ଗ୍ରାମର ଆସନ୍ନ ପ୍ରସବା ମହିଳା ଝିଲ୍ଲୀ ବାରିକଙ୍କ ବେଦନା ଆରମ୍ଭ ହେବାରୁ ସ୍ବାମୀ ସୁଶାନ୍ତ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ କଲେ । କିନ୍ତୁ ଆମ୍ବୁଲାନ୍ସ ପହଞ୍ଚାଇବାରେ ବିଳମ୍ବ ହେବା ସୂଚନା ପାଇବା ପରେ ସେ ତୁରନ୍ତ ଏକ ଅଟୋ ଯୋଗେ ନିଜ ପତ୍ନୀ ଓ କିଛି ସମ୍ପର୍କୀୟଙ୍କୁ ସାଙ୍ଗରେ ନେଇ ବୌଦ୍ଧ ଡାକ୍ତରଖାନାରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପରେ ମଧ୍ୟ ତୁରନ୍ତ ପ୍ରସବାଙ୍କୁ କେହି ସହାୟତା କରି ନଥିଲେ ।

ଏପଟେ ସ୍ବାମୀ ସୁଶାନ୍ତ ଡାକ୍ତରଖାନାରେ କେତେକଙ୍କୁ ନେହୁରା ହେଉଥିବା ବେଳେ ଡାକ୍ତରଖାନାର ମୁଖ୍ୟ ଦ୍ବାର ସମ୍ମୁଖରେ ହିଁ ଉକ୍ତ ଅଟୋ ମଧ୍ୟରେ ମହିଳା ଜଣକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଯାହାର ସମ୍ପୂର୍ଣ୍ଣ ଚିତ୍ର ଇଟିଭି ପ୍ରତିନିଧି ସଂଗ୍ରହ କରିବା ସହ ତୁରନ୍ତ ଆଶୁ ଚିକିତ୍ସା ନିମନ୍ତେ ଜଣେ ମହିଳା ସହାୟିକାଙ୍କୁ ଅନୁରୋଧ କରିଥିଲେ ।

କିଛି ସମୟ ପରେ ପ୍ରସବା ମହିଳା ଓ ନବଜାତ ଶିଶୁ ପୁତ୍ରକୁ ଡାକ୍ତରଖାନାକୁ ନିଆଯାଇ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏବେ ଏଠାରେ ପ୍ରଶ୍ନ ଉଠେ ଯେ ଏତେ ସବୁ ଯୋଜନା ସତ୍ତ୍ବେ ଜଣେ ଆସନ୍ନ ପ୍ରସବା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ସର୍ବସମ୍ମୁଖରେ ପ୍ରସବ ନିମନ୍ତେ ଦାୟୀ କିଏ ?

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଶୁକ୍ରବାର ସଂଧ୍ୟାରେ ଏକ ଅଭାବନୀୟ ଘଟଣା ଈଟିଭି କ୍ୟାମେରାରେ କଏଦ ହୋଇଛି । ସନ୍ଧ୍ୟା ପ୍ରାୟ ସାଢେ ଆଠଟା ସମୟରେ ଏକ ଆସନ୍ନ ପ୍ରସବା ମହିଳା ସର୍ବ ସମ୍ମୁଖରେ ଏକ ଅଟୋ ମଧ୍ୟରେ ସନ୍ତାନ ପ୍ରସବ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Body:ଶୁକ୍ରବାର ସନ୍ଧ୍ୟା ରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପୀତାମହୁଲ ଗ୍ରାମର ଆସନ୍ନ ପ୍ରସବା ମହିଳା ଝିଲ୍ଲୀ ବାରିକଙ୍କ ବେଦନା ଆରମ୍ଭ ହେବାରୁ ସ୍ବାମୀ ସୁଶାନ୍ତ ତୁରନ୍ତ୧୦୮ ଆମ୍ବୁଲାନ୍ସ କୁ ଫୋନ କଲେ ।କିନ୍ତୁ ଆମ୍ବୁଲାନ୍ସ ପହଞ୍ଚାଇବାରେ ବିଳମ୍ବ ହେବା ସୂଚନା ପାଇବା ପରେ ସେ ତୁରନ୍ତ ଏକ ଅଟୋ ଯୋଗେ ନିଜ ପତ୍ନୀ ଓ କିଛି ସମ୍ପର୍କୀୟ ଙ୍କୁ ସାଙ୍ଗରେ ନେଇ ବୌଦ୍ଧ ଡାକ୍ତରଖାନାରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପରେ ମଧ୍ୟ ତୁରନ୍ତ ପ୍ରସବାଙ୍କୁ କେହି ସହାୟତା କରିନଥିଲେ । ଏପଟେ ସ୍ବାମୀ ସୁଶାନ୍ତ ଡାକ୍ତରଖାନାରେ କେତେକ ଙ୍କୁ ନେହୁରା ହେଉଥିବା ବେଳେ ଡାକ୍ତରଖାନାର ମୁଖ୍ୟ ଦ୍ବାର ସମ୍ମୁଖରେ ହିଁ ଉକ୍ତ ଅଟୋ ମଧ୍ୟରେ ମହିଳା ଜଣକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ।ଯାହାର ସମ୍ପୂର୍ଣ୍ଣ ଚିତ୍ର ଈଟିଭି ପ୍ରତିନିଧି ସଂଗ୍ରହ କରିବା ସହ ତୁରନ୍ତ ଆଶୁ ଚିକିତ୍ସା ନିମନ୍ତେ ଜଣେ ମହିଳା ସହାୟିକା ଙ୍କୁ ଅନରୋଧ କରିଥିଲେ । କିଛି ସମୟ ପରେ ପ୍ରସବା ମହିଳା ଓ ନବଜାତ ଶିଶୁ ପୁତ୍ରକୁ ଡାକ୍ତରଖାନାକୁ ନିଆଯାଇ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏବେ ଏଠାରେ ପ୍ରଶ୍ନ ଉଠେ ଯେ ଏତେ ସବୁ ଯୋଜନା ସତ୍ବେ ଜଣେ ଆସନ୍ନ ପ୍ରସବା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ସର୍ବ ସମ୍ମୁଖରେ ପ୍ରସବ ନିମନ୍ତେ ଦାୟୀ କିଏ ?

Conclusion:ବାଇଟ-୧-ସୁଶାନ୍ତ ବାରିକ, ନବଜାତ ଶିଶୁର ପିତା
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.