ETV Bharat / state

ଭଦ୍ରକରେ ନୂଆଁ ମୁହଁ, ବିଜେପିରୁ ନାମାଙ୍କନ ପତ୍ର ଦାଖଲ କଲେ ଯୁବ ନେତା ଅଭିମନ୍ୟୁ

ପ୍ରଥମ ଥର ପାଇଁ ଭଦ୍ରକ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିଛି ଏକ ଯୁବ ଚେହେରା । ଭଦ୍ରକ ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଭାବେ ଯୁବ ନେତା ଅଭିମନ୍ୟୁ ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Apr 6, 2019, 8:10 PM IST

ଭଦ୍ରକ: ପ୍ରଥମ ଥର ପାଇଁ ଭଦ୍ରକ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିଛି ଏକ ଯୁବ ଚେହେରା । ପୂର୍ବରୁ ଅଭିଜ୍ଞତା ରଖିଥିବା ଅନେକ ନେତାଙ୍କୁ ପଛରେ ପକାଇ ଦଳ ଅଧିନାୟକଙ୍କ ବିଶ୍ବାସ ଜିତିଛନ୍ତି ଏହି ଯୁବ ନେତା । ଭଦ୍ରକ ଲୋକସଭା ଆସନ ପାଇଁ ବିଜେପି ପକ୍ଷରୁ ମିଳିଛି ତାଙ୍କୁ ଟିକେଟ୍‌ । ଆମେ କହୁଛୁ 2 ଥର ବିଧାୟକ, 8 ଥର ସାଂସଦ ଏବଂ ଥରେ କେନ୍ଦ୍ରମନ୍ତ୍ରୀ ଥିବା ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କ କଥା । ବିଜେପି ପ୍ରାର୍ଥୀ ଭାବେ ଅଭିମନ୍ୟୁ ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ବିଜେପିର ବହୁ କର୍ମୀଙ୍କ ଗହଣରେ ଅଭିମନ୍ୟୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଦଳ ତାଙ୍କ ଉପରେ ବିଶ୍ବାସ କରି ଟିକେଟ ଦେଇଥିବାରୁ ଦଳର ନେତୃତ୍ଵଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ । ଏହା ସହିତ ଭଦ୍ରକର ଅନେକ ଅଧା କାର୍ଯ୍ୟକୁ ପୂରଣ କରିବେ ବୋଲି କହିଛନ୍ତି । ଚଳିତ ନିର୍ବାଚନରେ ନିଶ୍ଚିତ ବିଜୟ ହାସଲ କରିବା ନେଇ ଆଶାବାଦୀ ଅଛନ୍ତି ସେ ।

ନିର୍ବାଚନ ଜିତିଲେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଶିଳ୍ପାୟନ, କ୍ରୀଡା ଏବଂ ସାଧାରଣ ଜନତାଙ୍କ ସମସ୍ୟା ସମାଧାନ କରିବାକୁ ପ୍ରାଧାନ୍ୟ ଦେବେ ବୋଲି ସେ କହିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.