ETV Bharat / state

ମାଟି ଖୋଳୁ ଖୋଳୁ ଶିବ ଲିଙ୍ଗ ଆବିର୍ଭାବ - ମାଟି ଖୋଳୁ ଖୋଳୁ ଶିବ ଲିଙ୍ଗ ଆବିର୍ଭାବ

ମାଟି ଖୋଳୁ ଖୋଳୁ ମହାଦେବ କଥାକୁ ସତ ମଣିଛନ୍ତି ଗାଁ ଲୋକେ । ଆଜି ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା ପାଇଁ ଉତ୍ସବ ମୁଖରିତ ସମସ୍ତ ଶୈବପୀଠ । ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୁବେରା ପଞ୍ଚାୟତ ଦୀପବାଡ଼ି ଗାଁରେ ହରିହର ଜେନାଙ୍କ ବାଡିରୁ ଏକ ଶିବ ଲିଙ୍ଗ ଆବିର୍ଭାବ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ମାଟି ଖୋଳୁ ଖୋଳୁ ଶିବ ଲିଙ୍ଗ ଆବିର୍ଭାବ
ମାଟି ଖୋଳୁ ଖୋଳୁ ଶିବ ଲିଙ୍ଗ ଆବିର୍ଭାବ
author img

By

Published : Mar 11, 2021, 9:57 PM IST

ଭଦ୍ରକ : ମାଟି ଖୋଳୁ ଖୋଳୁ ମହାଦେବ କଥାକୁ ସତ ମଣିଛନ୍ତି ଗାଁ ଲୋକେ । ଆଜି ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା ପାଇଁ ଉତ୍ସବ ମୁଖରିତ ସମସ୍ତ ଶୈବପୀଠ । ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୁବେରା ପଞ୍ଚାୟତ ଦୀପବାଡ଼ି ଗାଁରେ ହରିହର ଜେନାଙ୍କ ବାଡିରୁ ଏକ ଶିବ ଲିଙ୍ଗ ଆବିର୍ଭାବ ହୋଇଥିବା ଜଣାପଡିଛି ।

ମାଟି ଖୋଳୁ ଖୋଳୁ ଶିବ ଲିଙ୍ଗ ଆବିର୍ଭାବ

ଖବର ଅନୁଯାୟୀ ବିଲରେ ବୋଇତାଳୁ ଲଗାଇବା ପାଇଁ ହରିହର ଜେନାଙ୍କ ପୁଅ ରାଜେନ୍ଦ୍ର ମାଟି ଖୋଳୁଥିବା ବେଳେ ତାର କୋଦାଳ ମୁନରେ କିଛି କଠିନ ପଦାର୍ଥ ଲାଗିଥିଲା । ତେବେ ଖୋଳାଖୋଳି ପରେ ଜଣାପଡିଲା ଯାହା ଲାଗିଥିଲା ତାହା ଥିଲା ଶିବ ଲିଙ୍ଗ । ରାଜେନ୍ଦ୍ର ପରିବାର ଲୋକଙ୍କୁ ଡାକିଲା ପରେ ଏକ ଲିଙ୍ଗ ସହ ଧାତୁର ସାପ ଥିବା ଦେଖିବାକୁ ପାଇଥିଲେ ପରିବାର ଲୋକ । ଶିବ ଲିଙ୍ଗକୁ ସେହି ବିଲରେ ରଖି ଧୂପ, ଝୁଣା, ଫୁଲ ଦେଇ ପୂଜା ଅର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି ।

ଗାଁରେ ଏବେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଗ୍ରାମର ଜଣେ ମହିଳାଙ୍କ ଦେହରେ ଶିବଶମ୍ବୁ ସବାର ହୋଇଥିବା ଦେଖି ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଉକ୍ତ ମହିଳା ମଧ୍ୟ ବିଭିନ୍ନ କଥା କହୁଥିବା ବେଳେ ବର୍ତ୍ତମାନ ଓ ଅତୀତର ସହ ଭବିଷ୍ୟତରେ କ’ଣ ହେବ ସେକଥା କହୁଛନ୍ତି । କେବଳ ସେତିକି ନୁହେଁ ମହାଦେବ ସବାର ହୋଇଛନ୍ତି ବୋଲି ସେ ମାଟିରେ ଗଡୁଛନ୍ତି । କାଳିସି କାହାକୁ ମାଡ ମାରୁଛି ତ କାହାକୁ ତାଗିଦ କରୁଛି । ମହାଶିବରାତ୍ରିରେ ଏହି ସ୍ଥାନରେ ପୂଜାର୍ଚ୍ଚନା ଚାଲିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.