ETV Bharat / state

ସମ୍ବାଦଦାତାଙ୍କ ସେବାକୁ ପ୍ରାଧାନ୍ୟ, ସମ୍ମାନିତ ହେଲେ ଖବରକାଗଜ ବିକ୍ରେତା

author img

By

Published : Mar 10, 2021, 10:29 PM IST

ସମ୍ବିଧାନର ଚତୁର୍ଥ ସ୍ତମ୍ଭ ଭାବେ ନିରନ୍ତର କାର୍ଯ୍ୟ କରୁଥିବା ଗଣମାଧ୍ୟମ ସମାଜ ହିତରେ ସମର୍ପିତ । ଏହି ନିରନ୍ତର ସେବା ନେଇ ଖବରକାଗଜ ବିକ୍ରେତାଙ୍କୁ ସମ୍ମାନିତ । ଅଧିକ ପଢନ୍ତୁ...

ସମ୍ବାଦଦାତାଙ୍କ ସେବାକୁ ପ୍ରାଧାନ୍ୟ, ସମ୍ମାନିତ ହେଲେ ଖବରକାଗଜ ବିକ୍ରେତା
ସମ୍ବାଦଦାତାଙ୍କ ସେବାକୁ ପ୍ରାଧାନ୍ୟ, ସମ୍ମାନିତ ହେଲେ ଖବରକାଗଜ ବିକ୍ରେତା

ଭଦ୍ରକ: ସମ୍ବିଧାନର ଚତୁର୍ଥ ସ୍ତମ୍ଭ ଭାବେ ନିରନ୍ତର କାର୍ଯ୍ୟ କରୁଥିବା ଗଣମାଧ୍ୟମ ସମାଜ ହିତରେ ସମର୍ପିତ । ଏହି ନିରନ୍ତର ସେବାକୁ ପାଥେୟ କରି ବାସୁଦେବପୁରର ପ୍ରେସ୍ କ୍ଲବ୍ ଆଜି(ବୁଧବାର) ଏହାର ୧୬ ତମ ସ୍ବର୍ଣ୍ଣକ୍ଷେତ୍ର ଉତ୍ସବ ପାଳନ କରିଛି ।

ଏହି ଅବସରରେ ବାସୁଦେବପୁର ଟାଉନ୍ ହଲରେ ଉଦଘାଟନୀ ଉତ୍ସବ ପାଳନ ହୋଇଥିଲା । ଏହାପରେ ବ୍ଲକ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସେହିପରି ଅପରାହ୍ନରେ ସାଧାରଣ ସଭା ପରେ ସନ୍ଧ୍ୟାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

କାର୍ଯ୍ୟକ୍ରମର ସାଧାରଣ ସଭାରେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ବକାର ରବି ଦାସଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ । କ୍ଲବର ସମ୍ପାଦକ ନିରଦ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଜିଲ୍ଲାର କେତେକ ଖବରକାଗଜ ବିକ୍ରେତାଙ୍କୁ ସମ୍ମାନିତ କରାଯାଇଛି ।

ଅନ୍ୟପଟେ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସମେତ ସମ୍ମାନିତ ଅତିଥି ଭାବେ ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବାସୁଦେବପୁର ତାହସିଦର ସୋମ୍ୟାଶ୍ରୀ ପାଣିଗ୍ରାହୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଲଗ୍ନଜିତ୍ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.