ETV Bharat / state

ଭୟାବହ ଅଗ୍ନିକାଣ୍ଡ, ପାଞ୍ଚ ପରିବାର ସର୍ବହରା

ଭଦ୍ରକ ଜିଲ୍ଲା ଚରମ୍ପା ବେଲମଳା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ 5ଟି ପରିବାରର 10 ବଖରା ଘର ପୋଡିଜଳି ପାଉଁଶ । ଅଧିକ ପଢନ୍ତୁ...

ଭୟାବହ ଅଗ୍ନିକାଣ୍ଡ
ଭୟାବହ ଅଗ୍ନିକାଣ୍ଡ
author img

By

Published : Mar 19, 2021, 10:44 AM IST

ଭଦ୍ରକ: ଜିଲ୍ଲା ଚରମ୍ପା ବେଲମଳା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ 5ଟି ପରିବାରର 10 ବଖରା ଘର ପୋଡିଜଳି ପାଉଁଶ । ନିସ୍ବ ହୋଇଛନ୍ତି 5 ପରିବାର ।

ଭୟାବହ ଅଗ୍ନିକାଣ୍ଡ

ସୂଚନାଅନୁସାରେ,ଚରମ୍ପା ବେଲମଳା ଗ୍ରାମରେ ପରିବାର ଲୋକ ଘରେ ଶୋଇଥିବା ଅବସ୍ଥାରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିବା ଦେଖି ପରିବାର ଲୋକ ନିଜ ଜୀବନ ବଞ୍ଚାଇବାକୁ ଯାଇ ଜୀବନ ବିକଳରେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ପରେ ନିଆଁକୁ ଆୟତ କରିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତ ହୋଇନଥିଲା।

ଅଗ୍ନିକାଣ୍ଡର ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଗାଡି ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ଉକ୍ତ ଅଞ୍ଚଳର ଗୌରହରି ବେହେରା, ପ୍ରହ୍ଲାଦ ବେହେରା, ନିର୍ମଳ ବେହେରା, ଦୀନେଶ ବେହେରାଙ୍କର ଘର ପୋଡି ଜଳି ଛାର ଖାର ହୋଇଯାଇଥିଲା।

ଏହା ସହିତ ଘରେ ଗଚ୍ଛିତ ଥିବା ଧାନ, ଚାଉଳ, ଆସବାବପତ୍ର ସବୁ ଜଳିପୋଡି ପାଉଁଶ ହୋଇଯାଇଛି । ଅଗ୍ନି ବିପନ୍ନମାନେ ନିସ୍ଵ ଅବସ୍ଥାରେ ବର୍ତ୍ତମାନ ସରକାରୀ ସହାୟତାକୁ ଅନାଇ ରହିଛନ୍ତି। କେଉଁ କାରଣରୁ ଅଗ୍ନିକାଣ୍ଡ ହୋଇଛି, ତାହା ଅସ୍ପଷ୍ଟ ଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.