ETV Bharat / state

ତିହିଡିରେ ବନ୍ୟା ପରିସ୍ଥିତି, 10 ପଞ୍ଚାୟତ ପ୍ରଭାବିତ

ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ତିହିଡି ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥିରେ 10ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ଅଧିକ ପଢନ୍ତୁ...

ତିହିଡିରେ ବନ୍ୟା ପରିସ୍ଥିତି, 10 ପଞ୍ଚାୟତ ପ୍ରଭାବିତ
ତିହିଡିରେ ବନ୍ୟା ପରିସ୍ଥିତି, 10 ପଞ୍ଚାୟତ ପ୍ରଭାବିତ
author img

By

Published : May 29, 2021, 3:51 PM IST

ଭଦ୍ରକ: ଧାମନଗର ଓ ଭଣ୍ଡାରିପୋଖରୀ ପରେ ଏବେ ତିହିଡି ବ୍ଲକରେ ସୃଷ୍ଟି ହୋଇିଛି ବନ୍ୟା ପରିସ୍ଥିତି । ଯେଉଁଥିରେ 10ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ବୈତରଣୀରେ ବନ୍ୟା ପରିସ୍ଥିତି ସୃଷ୍ଟି ଯୋଗୁଁ ତିହିଡି ବ୍ଲକର ଏହି ପଞ୍ଚାୟତ ଏବେ ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି । ମୁଖ୍ୟତଃ ବାହାବଳପୁର, ସୟା, ମହରମପୁର, ଶ୍ୟାମସୁନ୍ଦରପୁର, ବାରସର, ସଲାଙ୍ଗିଆ, ନରେନ୍ଦ୍ରପୁର, ଗୋବିନ୍ଦପୁର, କାଁପଡା ଓ ସାହାପୁର ପଞ୍ଚାୟତ ପ୍ରଭାବିତ ହୋଇଛି ।

ତିହିଡିରେ ବନ୍ୟା ପରିସ୍ଥିତି, 10 ପଞ୍ଚାୟତ ପ୍ରଭାବିତ

ଧାମନଗର ଓ ଭଣ୍ଡାରିପୋଖରୀ ଅଞ୍ଚଳରୁ ବନ୍ୟା ପାଣି ଆସିବା ଯୋଗୁଁ ଏହିପରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଏହା ଦିନେ ଦୁଇଦିନ ମଧ୍ୟରେ ସାମାନ୍ୟ ହୋଇଯିବ ବୋଲି କହିଛନ୍ତି ତିହିଡି ବ୍ଲକ ଅଧ୍ୟକ୍ଷା ।

ପୂର୍ଣ୍ଣମୀ ଯୋଗୁଁ ସମୁଦ୍ର ଜୁଆରିଆ ଥିବାରୁ ସମୂଦ୍ରକୁ ଏହି ବନ୍ୟା ଜଳ ସଠିକ ନିଷ୍କାସିତ ହୋଇ ନପାରିବାରୁ ଏହିପରି ସ୍ଥିତି ସୃଷ୍ଟି ହୋଇଛି । ଏନେଇ ପ୍ରଶାସନ ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.