ETV Bharat / state

ଭଦ୍ରକ ମା' କାଳୀଙ୍କ 'ମହାକାଳୀ' ବେଶ, ଦିନକ ପାଇଁ ସବୁ ସରକାରୀ ଅଫିସ ଛୁଟି ଘୋଷଣା

author img

By

Published : Oct 28, 2019, 12:00 PM IST

Updated : Oct 28, 2019, 12:05 PM IST

ସହରରେ ଆରମ୍ଭ ହୋଇଛି ପ୍ରସିଦ୍ଧ କାଳୀପୂଜା । ପ୍ରତିଦିନ ମା’ ଶାନ୍ତ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବାବେଳେ ସୋମବାର ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।

ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ

ଭଦ୍ରକ: ସହରରେ ଆରମ୍ଭ ହୋଇଛି ପ୍ରସିଦ୍ଧ କାଳୀପୂଜା । ସାତ ଦିନ ଧରି ଚାଲିବାକୁ ଥିବା ଏହି ପୂଜାରେ ପ୍ରତିଦିନ ମା’ଙ୍କ ଭିନ୍ନ ଭିନ୍ନ ବେଶର ପୂଜାର୍ଚ୍ଚନା ହେବାର ବିଧି ରହିଛି । ଏନେଇ ପ୍ରତିଦିନ ମା’ ଶାନ୍ତ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବାବେଳେ ସୋମବାର ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏଥିସହ ପୂଜା ଅବସରରେ ସହରରେ ଗୋଟିଏ ଦିନ ପାଇଁ ସରକାରୀ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ତେବେ ମା’ଙ୍କ ମହାକାଳୀ ବେଶ ପାଇଁ ସକାଳୁ ପହଡ ଖୋଲିବା ପରେ ମା’ଙ୍କର ନୀତିକାନ୍ତି ଆରମ୍ଭ ହୋଇଛି । ଦିନ ଯେମିତି ବଢିବ ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ବଢିବା ନେଇ ଅନୁମାନ କରାଯାଉଛି । ମା’ଙ୍କ ମହାକାଳୀ ବେଶରେ ଦର୍ଶନ କରିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଛୁଟିଛି ଭକ୍ତଙ୍କ ସୁଅ । ଅନ୍ୟପଟେ ଜିଲ୍ଲାର ଆଞ୍ଚଳିକ ପର୍ବ ପାଇଁ ସୋମବାର ଗୋଟିଏ ଦିନ ପାଇଁ ସରକାରୀ ଅନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ ।

bhadrak kalipuja, mahakali besa of maa bhadrakali, government holiday declaired in bhadrak, ଭଦ୍ରକରେ ସରକାରୀ ଛୁଟି ଘୋଷଣା, ମହାକାଳୀ ବେଶରେ ମା’ ଭଦ୍ରକାଳୀ, ଭଦ୍ରକ କାଳୀପୂଜା
ଭଦ୍ରକ ସହରରେ ଗୋଟିଏ ଦିନ ସରକାରୀ ଛୁଟି ଘୋଷଣା

ସୋମବାର ମା’ଙ୍କର ମହାକାଳୀ ବେଶରେ ପୂଜାର୍ଚ୍ଚନା ହେଉଥିବାବେଳେ ମଙ୍ଗଳବାର ରାଜ ରାଜେଶ୍ବରୀ, ବୁଧବାର ସିଂହ ବାହିନୀ, ଗୁରୁବାର ଜଗଦ୍ଧାତ୍ରୀ, ଶୁକ୍ରବାର ମହା ସରସ୍ବତୀ ଓ ଶନିବାର ତଥା ଶେଷ ଦିନରେ ମା’ ମହାଲକ୍ଷ୍ମୀ ବେଶରେ ପୂଜା ପାଇବେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : MAHAKALI BESA
FORMAT : AVO
REPORT : DEBASIS MOHAPATRA / BHADRAK
DATE : 28.10.2019

ANCHOR : ଭଦ୍ରକାଳୀଙ୍କର ସାତ ଦିନରେ ସାତଟି ଵେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି। ଆଜି ଦ୍ବିତୀୟ ଦିନରେ ମହାକାଳୀ ଵେଶ। ଭଦ୍ରକର ଅଧିଷ୍ଠାତ୍ରୀ ଦେଵୀ ଭଦ୍ରକାଳୀ ସଵୁଦିନ ଶାନ୍ତ ରୂପେ ଦର୍ଶନ ଦେଉଥିଵା ଵେଳେ ଆଜି ଉଗ୍ରରୂପେ ଦର୍ଶନ ଦେଉଛନ୍ତି। ପୃଥିବୀକୁ ଶତୃଙ୍କୁ ସଂହାର କରିବା ପାଇଁ ଏହି ଵେଶ ଧାରଣ କରିଥାନ୍ତି ବୋଲି ବିଶ୍ଵାସ ରହିଛି। Body:ସକାଳୁ ପହଡ ଖୋଲିଵା ପରେ ମାଆଙ୍କର ନୀତିକାନ୍ତୀ ଆରମ୍ଭ ହୋଇଛି। ଦିନ ଯେମିତି ବଢିବ ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ବଢିବ। ମାଆଙ୍କ ଦର୍ଶନ ପାଇଁ ଭଦ୍ରକ ତଥା ଭଦ୍ରକ ବାହାରୁ ଭକ୍ତ ମାନେ ଏଠାକୁ ଛୁଟି ଆସନ୍ତି। ମାଆଙ୍କ କରୁଣା ଭିକ୍ଷା କରନ୍ତି। କାଲି ମାଙ୍କ ରାଜ ରାଜେଶ୍ୱରୀ ବେଶ ପରେ ସିଂହ ବାହିନୀ, ଜଗଦ୍ଧାତ୍ରୀ, ମହା ସରସ୍ଵତୀ ଏବଂ ଶେଷରେ ମା ମହାଲକ୍ଷ୍ମୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ଏହି ଅବସରରେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ, ଆଜି ଦିନକ ପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ ଅନୁଷ୍ଠାନ ଗୁଡିକ ଛୁଟି ଘୋଷଣା କରିଛନ୍ତି। Conclusion:
Last Updated : Oct 28, 2019, 12:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.