ETV Bharat / state

ସମାଧାନ ହେଲା ଭଦ୍ରକ ବସ ସିଣ୍ଡିକେଟ ବିବାଦ - ବସ ସିଣ୍ଡିକେଟ ବିବାଦ ଭଦ୍ରକ

ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ ବିବାଦ ପ୍ରସଙ୍ଗରେ ବିଳମ୍ବରେ ହେଲେ ମଧ୍ୟ ଦୀର୍ଘଦିନ ପରେ ସିଣ୍ଡିକେଟ ବାଇଲ ଅନୁଯାୟୀ ସହମତି କ୍ରମେ ସମାଧାନ ହୋଇଛି । ଅଧିକ ପଢନ୍ତୁ...

ସମାଧାନ ହେଲା ଭଦ୍ରକ ବସ ସିଣ୍ଡିକେଟ ବିବାଦ
ସମାଧାନ ହେଲା ଭଦ୍ରକ ବସ ସିଣ୍ଡିକେଟ ବିବାଦ
author img

By

Published : Feb 13, 2021, 6:31 PM IST

Updated : Feb 13, 2021, 6:48 PM IST

ଭଦ୍ରକ: ଜିଲ୍ଲା ବସ ସିଣ୍ଡିକେଟ ବିବାଦ ପ୍ରସଙ୍ଗ । ବିଳମ୍ବରେ ହେଲେ ମଧ୍ୟ ଦୀର୍ଘଦିନ ପରେ, ସିଣ୍ଡିକେଟ ବାଇଲ ଅନୁଯାୟୀ ସହମତି କ୍ରମେ ଏହି ବିବାଦର ସମାଧାନ ହୋଇଥିବା ଜଣାପଡିଛି ।

ସମାଧାନ ହେଲା ଭଦ୍ରକ ବସ ସିଣ୍ଡିକେଟ ବିବାଦ

ଭଦ୍ରକ ଜିଲ୍ଲାର ସର୍ବ ପୁରାତନ ଏହି ଅନୁଷ୍ଠାନରେ ବର୍ତ୍ତମାନ 129 ଜଣ ସଦସ୍ୟ ଥିବାବେଳେ 69 ଜଣ ସଦସ୍ୟଙ୍କ ସମର୍ଥନରେ ବସ ସିଣ୍ଡିକେଟର କର୍ମକର୍ତ୍ତାମାନେ ନିର୍ବାଚିତ ହୋଇଥିବା ନେଇ ଆଜି(ଶନିବାର) ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଯାହାକି ସହମତି ଭିତ୍ତିରେ ହୋଇଥିବା ଜଣାପଡିଛି । ଏନେଇ ଭଦ୍ରକ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି, ନିର୍ବାଚନ ପ୍ରକ୍ରିୟା ନେଇ ସିଣ୍ଡିକେଟ ପକ୍ଷରୁ ସୂଚୀତ କରାଯାଇଛି । ତେବେ ପୂର୍ବରୁ ହିସାବ ମିଳୁନଥିବା ଲକ୍ଷାଧିକ ଟଙ୍କା ପୂର୍ବ ସମ୍ପାଦକ ଫେରସ୍ତ କରିବା ପାଇଁ ନବ ନିର୍ବାଚିତ କର୍ମକର୍ତ୍ତାମାନେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Feb 13, 2021, 6:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.