ETV Bharat / state

ବିଜେପୁର ଉପନିର୍ବାଚନ ପୂର୍ବରୁ ବରଗଡରେ ଉଡୁଛି ଟଙ୍କା

ପୁଣି ଥରେ ଶନିବାର ଫ୍ଲାଇଂ ସ୍କ୍ବାଡ ଜବତ କଲା ଲକ୍ଷାଧିକ ଟଙ୍କା । ବିଜେପୁର ଉପନିର୍ବାଚନ ଆସନ୍ତା ୨୧ରେ ହେବାକୁ ଥିବା ବେଳେ ବରଗଡରେ ଲାଗୁ ହୋଇଛି ନିର୍ବାଚନ ଆଚରଣ ବିଧି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବରଗଡ
author img

By

Published : Oct 13, 2019, 2:34 AM IST

ବରଗଡ: ପୁଣି ଥରେ ଶନିବାର ଫ୍ଲାଇଂ ସ୍କ୍ବାଡ ଜବତ କଲା ଲକ୍ଷାଧିକ ଟଙ୍କା । ବିଜେପୁର ଉପନିର୍ବାଚନ ଆସନ୍ତା ୨୧ ରେ ହେବାକୁ ଥିବା ବେଳେ ବରଗଡରେ ଲାଗୁ ହୋଇଛି ନିର୍ବାଚନ ଆଚରଣ ବିଧି । ତେବେ ନିୟମ ମୁତାବକ କେହି ମଧ୍ୟ ନିର୍ବାଚନ ଶେଷ ନହେବା ଯାଏଁ 50 ହଜାରରୁ ଅଧିକ ଟଙ୍କା ନିଜ ସହ ନେଇପାରିବେ ନାହିଁ । ତେବେ ବିଜେପୁର ନିର୍ବାଚନ ମଣ୍ଡଳୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଫ୍ଲାଇଂସ୍କ୍ବାଡ ଜୋରଦାର ଚେକିଂ ଜାରି ରଖିଛି ।

ଗାଡି ନମ୍ବର( OD14 D 4790) ବିଶିଷ୍ଟ ଏକ ବୋଲେରୋରେ 3 ଲକ୍ଷ 50 ହଜାର ଟଙ୍କା ନେଇ ଜଣେ ବ୍ୟକ୍ତି ନେଇ ଯାଉଥିବା ବେଳେ ସରଣ୍ଡାପାଳି ଛକ ପୋଲିସ ନାକା ଠାରେ ଫ୍ଲାଇଂ ସ୍କ୍ବାଡର ଚେକିଂ ସମୟରେ ଜବତ ହୋଇଛି । ବୌଦ୍ଧ ଜିଲ୍ଲା ସିନ୍ଦୁରପୁର ଗ୍ରାମର ସଂଜୀବ ଦାସ ନାମକ ଯୁବକକୁ ବରପାଲି ପୋଲିସ ଅଟକ ରଖି ପଚରାଉଚରା କରିଥିଲା ଏବଂ ତଦନ୍ତରୁ ଏହି ଟଙ୍କା ସବୁ କୌଣସି ଦଳର ହୋଇନଥିବା ଜଣାପଡିବା ପରେ ପୋଲିସ ଉକ୍ତ ଗାଡି ଏବଂ ଯୁବକକୁ ଛାଡିଦେଇଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବରଗଡ

ଶୁକ୍ରବାର ବରପାଲି ଥାନା ଅନ୍ତର୍ଗତ ଚୀନାଜୁରୀ ଚାରିଛକ ଠାରେ ଏକ କାରରୁ ୧୯ ଲକ୍ଷ ଏକ ହଜାର 7ଶହ ଟଙ୍କା ଚେକିଂ ସମୟରେ ଧରାପଡିଥିଲା ତେବେ ପୁଣି ଶନିବାର ଫ୍ଲାଇଂ ସ୍କ୍ବାଡ ହାତରେ ଲାଗିଛି ଲକ୍ଷାଧିକ ଟଙ୍କା ।

ମାତ୍ର ଗାଡିରେ ଥିବା 3 ଲକ୍ଷ 50 ହଜାର ଟଙ୍କା ବରଗଡ ଟ୍ରେଜେରୀ ଅଫିସରେ ଜମା କରାଯାଇଛି । ତେବେ ନିର୍ବାଚନ ପରେ ଯାଇ ଜବତ କରାଯାଇଥିବା ଟଙ୍କା ମାଲିକ ମାନଙ୍କୁ ଫେରସ୍ତ କରାଯିବ ବୋଲି ଜଣାପଡିଛି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଆଜି ଫ୍ଲାଈଂ ସ୍କୁଆର୍ଡ ହାତରେ ପୁଣି ଧରାପଡିଲା ଲକ୍ଷାଧିକ ଟଙ୍କା | ବିଜେପୁର ଉପନିର୍ବାଚନ ଆସନ୍ତା ୨୧ ରେ ହେବାକୁ ଥିବା ବେଳେ ବରଗଡ ଜିଲ୍ଲାରେ ଲାଗୁ ହୋଇଛି ନିର୍ବାଚନ ଆଚରଣ ବିଧି ଏବଂ କେହି ମଧ୍ୟ ନିର୍ବାଚନ ସେଶ ନ ହେବା ଯାଏ 50 ହଜାରରୁ ଅଧିକ ଟଙ୍କା ନିଜ ସଙ୍ଗେ ନେଇ ପାରିବେ ନାହି | ତେବେ ବିଜେପୁର ନିର୍ବାଚନ ମଣ୍ଡଳୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଫ୍ଲାଈଙ୍ଗ ସ୍କୁଆର୍ଡ ମାନଙ୍କର ଜୋରଦାର ଚେକିଙ୍ଗ ଚାଲିଛି ।
Body:ଗତକାଲି ବରପାଲି ଥାନା ଅନ୍ତର୍ଗତ ଚୀନାଜୁରୀ ଚାରିଛକ ଠାରେ ଏକ କାର ରେ ୧୯ ଲକ୍ଷ ଏକ ହଜାର ୭ ସହ ଟଙ୍କା ପୋଲିସ ର ଚେକିଙ୍ଗ ସମୟରେ ଧରାପଡିଥିବା ବେଳେ ଆଜି ଫ୍ଲାଈଙ୍ଗ ସ୍କୁଆର୍ଡ ହାତରେ ପୁଣି ଲାଗିଛି ଲକ୍ଷାଧିକ ଟଙ୍କା । OD14 D 4790 ନମ୍ବର ବିଶିଷ୍ଟ ଏକ ବୋଲେରୋ ରେ 3 ଲକ୍ଷ 50 ହଜାର ଟଙ୍କା ନେଇ ଜଣେ ବ୍ୟକ୍ତି ଗାଡିରେ ନେଇ ଯାଉଥିବା ବେଳେ ସରଣ୍ଡାପାଳି ଛକ ପୋଲିସ ନାକା ଠାରେ ଫ୍ଲାଈଙ୍ଗ ସ୍କୁଆର୍ଡ ର ଚେକିଙ୍ଗ ସମୟରେ ଜବତ ହୋଇଛି | ବୌଦ୍ଧ ଜିଲ୍ଲା ସିନ୍ଦୁରପୁର ଗ୍ରାମର ସଂଜୀବ ଦାସ ନାମକ ଯୁବକ କୁ ବରପାଲି ପୋଲିସ ଅଟକ ରଖି ପଚରା ଉଚୁରା କରିଥିଲା ଏବଂ ତଦନ୍ତରୁ ଏହି ଟଙ୍କା ସବୁ କୌଣସି ଦଳର ହୋଇନଥିବା ଜଣାପଡିବା ପରେ ପୋଲିସ ଉକ୍ତ ଗାଡି ଏବଂ ଯୁବକକୁ ଛାଡିଦେଇଥିଲେ |ମାତ୍ର ଗାଡିରେ ଥିବା 3 ଲକ୍ଷ 50 ହଜାର ଟଙ୍କା ବରଗଡ ଟ୍ରେଜେରୀ ଅଫିସରେ ଜମା କରାଯାଇଛି | ତେବେ ନିର୍ବାଚନ ପରେ ଯାଇ ଜବତ କରାଯାଇଥିବା ଟଙ୍କା ମାଲିକ ମାନଙ୍କୁ ଫେରସ୍ତ କରାଯିବ ବୋଲି ଜଣାପଡିଛି Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.