ETV Bharat / state

ନିଆରା ଗାନ୍ଧୀ ଜୟନ୍ତୀ, ସାମୂହିକ ରାମଧୁନ ଗାଇଲେ ଦୁଇ ହଜାର ଛାତ୍ରଛାତ୍ରୀ

ନିଆରା ଢଙ୍ଗରେ ପାଳିତ ହେଲା ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ । 2 ହଜାରରୁ ଅଧିକ ଛାତ୍ରଛାତ୍ରୀ ବରଗଡରେ କଲେ ସାମୂହିକ ଭଜନ ଗାନ ।

ଡିଜାଇନ ଫଟୋ
author img

By

Published : Oct 2, 2019, 4:11 PM IST

ବରଗଡ: ନିଆରା ଢଙ୍ଗରେ ପାଳିତ ହେଲା ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ । 2 ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମୂହିକ କଲେ ଭଜନ ଗାନ । ବରଗଡ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏପରି ଭାବେ ପାଳନ ହୋଇଛି ଗାନ୍ଧୀ ଜୟନ୍ତୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସକାଳ 7ଟାରେ ବରଗଡ ଗାନ୍ଧୀଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ମାଲ୍ୟାର୍ପଣ କରିଥିଲେ । ପରେ ମହାତ୍ମା ଗାନ୍ଧୀଙ୍କ ଜୟ, ନାରା ଲଗାଇ ହଜାର ହଜାର ଛାତ୍ରଛାତ୍ରୀଙ୍କ ଏକ ରାଲି ବରଗଡ ସହର ପରିକ୍ରମା କରିଥିଲା । ଏହା ସହ ଲୋକ ମଣ୍ଡପ ପଡିଆରେ ସାମୂହିକ ରାମଧୁନ ଗାନ କରିଥିଲେ ଦୁଇ ହଜାରରୁ ଅଧିକ ଛାତ୍ରଛାତ୍ରୀ ।

ଫଳରେ ବରଗଡ ସହର ସକାଳୁ ସକାଳୁ ରାମଧୁନରେ ଗୁଞ୍ଜରି ଉଠିଥିଲା । ଲୋକ ମଣ୍ଡପ ପଡିଆରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ‘ରଘୁପତି ରାଘବ ରାଜାରାମ ’ ଓ ‘ବୈଷ୍ଣବ ଜନତୋ’ ର ସାମୂହିକ ଗାନ କରିଥିଲେ ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମରେ ସମସ୍ତ ଧର୍ମର ଲୋକଙ୍କୁ ମଞ୍ଚରେ ନିମନ୍ତ୍ରିତ କରାଯାଇ ମହାତ୍ମାଗାନ୍ଧୀଙ୍କ ଜାତିପ୍ରଥାର ବିଚାରଧାରାକୁ ଆଲୋକପାତ କରାଯାଇଥିଲା ।

ଏହି ଅବସରରେ ଗାନ୍ଧୀଜୀଙ୍କ ଉପରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରାସ୍କାର ବିତରଣ କରାଯାଇଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ନିଆରା ଢଙ୍ଗରେ ପାଳନ କରାହେଲା ବରଗଡରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ 150 ତମ ଜୟନ୍ତୀ | ଆଜି ବରଗଡ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୧୫୦ ତମ ଗାନ୍ଧୀଜୟନ୍ତୀକୁ ମହାତ୍ମା ଗାନ୍ଧୀ ଙ୍କ ପ୍ରିୟ ଭଜନ ଗାନ କରାଯାଇ ପାଳନ କରାଯାଇଥିଲା | ଜିଲ୍ଲାର ୨ ହଜାର ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କ ସାମୁହିକ ଭାବରେ ମହାତ୍ମା ଗାନ୍ଧୀ ଙ୍କ ପ୍ରିୟ ଭଜନ ଗାନ କରିଥିଲେ |
Body: ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଗାନ୍ଧୀ ଜୟନ୍ତୀ ଅବସରରେ ଜିଲ୍ଲାର ସମସ୍ତ ସ୍କୁଲ ମାନଙ୍କରେ ଗାନ୍ଧୀଜୀଙ୍କ ଉପରେ ବକୃତା , ସାଧାରଣ ଜ୍ଞାନ , ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ପୂର୍ବରୁ କରାଯାଇଥିଲା | ଆଜି ଜିଲ୍ଲାର ସମସ୍ତ ସ୍କୁଲ ମାନଙ୍କରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ଭୋରରୁ ପ୍ରଭାତ ଫେରି କରିଥିଲେ | ସକାଳ 7ଟା ରେ ବରଗଡ ଗାନ୍ଧୀଛକ ସ୍ଥିତ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ମାଲ୍ୟାର୍ପଣ କରିଥିଲେ | ମହାତ୍ମାଗାନ୍ଧୀଙ୍କ ଜୟ ନାରା ଲଗାଇ ହଜାର ହଜାର ଛାତ୍ରଛାତ୍ରୀଙ୍କ ଏକ ରାଲି ବରଗଡ ସହରରେ ପରିକ୍ରମା କରିଥିଲା | ପରେ ଲୋକ ମଣ୍ଡପ ପଡିଆ ରେ ସାମୁହିକ ରାମଧୁନ ଗାନକରିଥିଲେ ଦୁଇ ହଜ଼ାରରୁ ଅଧିଉକ ଛାତ୍ର ଛାତ୍ରୀ | ଆଜି ବରଗଡ ସହର ସକାଳୁ ସକାଳୁ ରାମଧୁନ ରେ ଗୁଞ୍ଜି ଉଠିଥିଲା |
ଲୋକ ମଣ୍ଡପ ପଡିଆରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ "ରଘୁପରି ରାଘବ ରାଜାରାମ " ଓ "ବୈଷ୍ଣବ ଜନତୋ " ର ସାମୁହିକ ଗାନକରିଥିଲେ ଛାତ୍ରଛାତ୍ରୀ | ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ଧର୍ମର ଲୋକଙ୍କୁ ମଞ୍ଚରେ ନିମନ୍ତ୍ରିତ କରାଯାଇ ମହାତ୍ମାଗାନ୍ଧୀଙ୍କ ଜାତିପ୍ରଥାର ବିଚାରଧାରାକୁ ଆଲୋକପାତ କରାଯାଇଥିଲା | ହିନ୍ଦୁ ମୁସଲିମ , ଶିଖ ଓ ଇସାଇ ସମସ୍ତ ଧର୍ମର ଲୋକେ ମିଶି ଏକା ସାଙ୍ଗରେ ରାମଧୁନ ଭଜନ ଗାନ କରିଥିଲେ | ଗାନ୍ଧୀଜୀଙ୍କ ଉପରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରାସ୍କାର ବିତରଣ କରାଯାଇଥିଲା |
ଜ଼ିଲ୍ଲାପାଳ ଶ୍ରୀ ଜ୍ୟୋତିରଞ୍ଜନ ପ୍ରଧାନ, ଏସ ପି ସୁଶ୍ରୀ ପଦ୍ମିନୀ ସାହୁ , ADM ମିର୍ଦ୍ଧା ଟୋପ, PD. କୃତ୍ତିବାସ ରାଉତ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ ଯୋଶୀ ଙ୍କ ସମେତ ଶିଖ, ଇସାଈ, ହିନ୍ଦୁ, ମୁସଲିମ ସମ୍ପ୍ରଦାୟ ର ଗୁରୁ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ|

ବାଇଟ 1- ସୌଭାଗ୍ୟ ଲକ୍ଷ୍ମୀ ଦାସ ( ଛାତ୍ରୀ )
ବାଇଟ 2-ଗ୍ରେସିନିସା ସିଂହଳ ( ଛାତ୍ରୀ )
ବାଇଟ 3- ଅନ୍ଵେଷା ପ୍ରିୟଦର୍ଶିନୀ କୁମ୍ଭାର( ଛାତ୍ରୀ )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.