ETV Bharat / state

ଋଣଭାର ନେଲା ଆଉ ଜଣେ ଚାଷୀଙ୍କ ଜୀବନ

ବରଗଡରେ ଆଉ ଜଣେ ଚାଷୀଙ୍କ ଆତ୍ମହତ୍ୟା । ଋଣଭାର ପାଇଁ ଚାଷୀ ମହେନ୍ଦ୍ର ସାହୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Sep 23, 2019, 6:23 PM IST

Updated : Sep 24, 2019, 6:35 AM IST

ବରଗଡ: ଗତ କିଛି ବର୍ଷ ହେଲା ରାଜ୍ୟରେ ଚାଷ ଓ ଚାଷୀଙ୍କ ଅବସ୍ଥା ସଙ୍ଗୀନ । ଚାଷୀଙ୍କ ଦୁର୍ଦ୍ଦିନ ଥମିବାର ନାଁ ଧରୁନାହିଁ । ପରିଣାମ ସ୍ବରୂପ ରାଜ୍ୟରେ ଦିନକୁ ଦିନ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଉଛି । ଆଜି ପୁଣି ରାଜ୍ୟର ଭାତ ହାଣ୍ଡି ଜିଲ୍ଲା ବରଗଡରେ ଜଣେ ଚାଷୀ କୀଟନାସକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସୂଚନାନୁଯାୟୀ, ବରଗଡ ସଦର ବ୍ଲକ ନୂଆପାଲିର ଚାଷୀ ମହେନ୍ଦ୍ର ସାହୁ ଋଣ ପାଇଁ ଚାପରେ ଥିଲେ । ଋଣ ବଢିବା ସହ ଆଶା ଅନୁଯାୟୀ ଫସଲ ନହେବାରୁ ଚିନ୍ତାରେ ଥିଲେ ମହେନ୍ଦ୍ର । ଫଳରେ କୀଟନାସକ ପିଇ ମହେନ୍ଦ୍ର ମହେନ୍ଦ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ଗୋଇଛି। ମୃତ ମହେନ୍ଦ୍ରଙ୍କୁ ଚାଷ ପାଇଁ ସମବାୟ ସମିତିରୁ ଋଣ ମଧ୍ୟ ମିଳିନଥିବା ଅଭିଯୋଗ ହୋଇଛି ।

ମହେନ୍ଦ୍ର ସାହୁ ଜଣେ ଡ୍ରାଇଭର ଥିଲେ, ତାଙ୍କର ଦୁର୍ଘଟଣା ପରେ ସେ ଚାଷ କାମ କରି ତାଙ୍କର ପରିବାର ପୋଷଣ କରୁଥିଲେ | ତେବେ ସେ ନିଜର ଦୁଇ ଏକର ଚାଷ ଜମିରେ ଚାଷ କାମ କରୁଥିବା ବେଳେ ଗତ ଦୁଇଟି ଫସଲରେ ମରୁଡି ଜନିତ ତାଙ୍କର ଫସଲ ନଷ୍ଟ ହୋଇଯାଇଥିଲା | ସେ ଫସଲ ବୀମାର ପ୍ରିମିୟମ ଦେଇଥିଲେ ସୁଦ୍ଧା ତାଙ୍କୁ କୌଣସି କ୍ଷତି ପୂରଣ ମିଳିପାରିନଥିଲା | ତେବେ ଚାଷ କାମ ପାଇଁ ସରସରା ଷୋସାଇଟିର ସେକ୍ରେଟାରୀଙ୍କୁ ଋଣ ପାଇଁ, ଅହେନ୍ଦ୍ର କହିବାରୁ ସେକ୍ରେଟାରୀ ଲାଞ୍ଚ ମାଗିଥିଲେ । ସେଥିପାଇଁ ମହେନ୍ଦ୍ର ଜଣେ ବ୍ୟକ୍ତିଙ୍କ ଠାରୁ ୪୦ ହଜାର ଟଙ୍କା ହାତଉଧାରୀ ଆଣି ସେକ୍ରେଟାରୀ ଶ୍ରୀବନ୍ତ ପରିଝାଙ୍କୁ ଦେଇଥିଲେ । କିନ୍ତୁ ତଥାପି ମଧ୍ୟ ତାଙ୍କର ଋଣ ହୋଇପାରିନଥିଲା ।

ଅନ୍ୟପଟେ ହାତଉଧାରୀ ଦେଇଥିବା ବ୍ୟକ୍ତି ଟଙ୍କା ଫେରସ୍ତ ପାଇଁ ବାରମ୍ବାର କହିବାରୁ ମହେନ୍ଦ୍ର ମାନସିକ ଭାରସାମ୍ୟ ହରାଇ ସେ ତାଙ୍କ ନିଜ ବିଲରେ କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ | ପରିବାର ଲୋକେ ଖବର ପାଇ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ | ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ସୋମବାର ସକାଳ 9ଟାରେ ମୃତ୍ୟୁ ହୋଇଥିଲା | ତାଙ୍କ ମୃତ ଦେହକୁ ନୂଆପାଳି ସ୍ଥିତ ବାସଭବନକୁ ଆଣିବା ପରେ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳି ଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ପଣି ଥରେ ଶାସକ ଦଳର ଉପ ମୁଖ୍ୟ ସଚେତକ ହେଲେ ରୋହିତ ପୂଜାରୀ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଧାୟକ ରୋହିତ ପୂଜାରୀ ପୂର୍ବରୁ ମଧ୍ୟ ଏହି ପଦବୀରେ ରହିଛନ୍ତି।

Body:ଆଗକୁ ବିଜେପୁର ଉପ ନିର୍ବାଚନ ଥିବା ବେଳେ ରୋହିତ ଙ୍କୁ ଏହି ପଦବୀ ମିଳିବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିବା ବେଳେ ରାଜନୀତି ବିଶ୍ଲେଷକ ମାନେ ନବୀନ ଙ୍କ ଏହି ଷ୍ଟେପ ବିଜେପୁର ନିର୍ବାଚନ ପାଇଁ ସୁହାଇବ ବୋଲି କହିଛନ୍ତି।ନିଜେ ରୋହିତ ପୂଜାରୀ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସେ ଯେଉଁ ଦାୟିତ୍ୱ ଦେଲେ ତାକୁ ନିଷ୍ଠାର ସହ ତୁଲାଇବେ ବୋଲି କହିଛନ୍ତି ରୋହିତ।

Conclusion:ଆଗାମୀ ବିଜେପୁର ଉପନିର୍ବାଚନରେ ବିଜେଡିର ବିଜୟ ଦୁନିଶ୍ଚତ ଥିବା ବେଳେ ଦ୍ଵତୀୟ ସ୍ଥାନ ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ ବୋଲି କହିଛନ୍ତି ରୋହିତ।

ବାଇଟ-1-ଇଂ ରୋହିତ ପୂଜାରୀ,ବିଧାୟକ, ରେଢ଼ାଖୋଲ,ଉପ ମୁଖ୍ୟ ସଚେତକ, ଶାସକ ଦଳ।
Last Updated : Sep 24, 2019, 6:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.