ବରଗଡ: ଜିଲ୍ଲାରେ ସମବାୟ ସମିତି ସମ୍ପାଦକମାନଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ଡ଼ିଆରସିଏସ ଅଫିସ ସମ୍ମୁଖରେ ଧାରଣାରେ ବସିଲେ ନିଲମ୍ବିତ ସମ୍ପାଦକଙ୍କ ସହ ବିଭିନ୍ନ ପେକ୍ସ କର୍ମଚାରୀ । ତେବେ ଧାନ କ୍ରୟ ସମୟରେ ଅନିୟମିତତା ଯୋଗୁଁ ବରଗଡ ଜିଲ୍ଲାର ୧୩ ଜଣ ସମବାୟ ସମିତିର ସମ୍ପାଦକଙ୍କୁ ନିଲମ୍ବନ କରିବା ସହ ଥାନାରେ ମାମଲା ରୁଜୁ କରାଯାଇଛି । ସମବାୟ ସମତି ସମ୍ପାଦକମାନଙ୍କ ଉପରେ ଆକ୍ରୋଶ ମନୋଭାବ ରଖି ବଦନାମ କରିବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ତେବେ ତୁରନ୍ତ ଏହି ନିଲମ୍ବନ ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଧାନ କିଣାବିକାରେ ସହଯୋଗ ନ କରିବା ସହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି କର୍ମଚାରୀ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ