ETV Bharat / state

ଲଗାଣ ବର୍ଷାରେ ଦବିଲା କଲଭର୍ଟ, ଯାତାୟାତ ବାଧାପ୍ରାପ୍ତ - Bargarh culvert news

ବରଗଡ ଜିଲ୍ଲା ବରପାଲି ସତଲମା ଗ୍ରାମରେ ଦବିଲା କଲଭର୍ଟ । ଯାତାୟାତ ବାଧାପ୍ରାପ୍ତ । ଅଧିକ ପଢନ୍ତୁ...

ଲଗାଣ ବର୍ଷାରେ ଦବିଲା କଲଭର୍ଟ, ଯାତାୟାତ ବାଧାପ୍ରାପ୍ତ

author img

By

Published : Sep 9, 2020, 8:17 AM IST

ବରଗଡ: ଲଗାଣ ବର୍ଷାରେ ଦବିଲା କଲଭର୍ଟ । ଭାଙ୍ଗିଲା ଗାର୍ଡୱାଲ । ଦୃଷ୍ଟି ଦେଉନାହାଁନ୍ତି ବିଭାଗୀୟ ଅଧିକାରୀ । ହଇରାଣ ହେଉଛନ୍ତି ଲୋକେ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ବରପାଲି ବ୍ଲକର ସତଲମା ଗ୍ରାମରେ ।

ଲଗାଣ ବର୍ଷାରେ ଦବିଲା କଲଭର୍ଟ, ଯାତାୟାତ ବାଧାପ୍ରାପ୍ତ

ସତଲମା ଗ୍ରାମରୁ ହଳଦୀପାଳି ତଥା ସୁବର୍ଣ୍ଣପୁରକୁ ସଂଯୋଗ କରିଥିବା ନାଳର କଲଭର୍ଟ ବିପଦସଙ୍କୁଳ ଅବସ୍ଥାରେ ରହିଛି । ବର୍ଷା ଫଳରେ ଏହା ଦବି ଯାଇଥିବାବେଳେ କଲଭର୍ଟ ନିକଟରେ ଥିବା ରାସ୍ତାର ଦୁଇ ପାର୍ଶ୍ବରୁ ମାଟି ଅତଡା ଖସିଯାଇଛି । ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ ହେଉଛି । ବିଶେଷକରି ଭାରି ଯାନବାହାନ ଯାଇପାରୁନାହିଁ । କଲଭର୍ଟର ଉଭୟ ପାର୍ଶ୍ବରେ ଖାଲ ହୋଇଯାଇଛି । କଲଭର୍ଟ ମଝିରେ ମଧ୍ୟ ଗାତ ଦେଖିବାକୁ ମିଳୁଛି ।

ତେବେ ଏହାର ସ୍ଥିତି ଏପରି ହୋଇଥିଲେ ମଧ୍ୟ ଏହାକୁ ଗୁରୁତ୍ବର ସହ ନେଉନାହାଁନ୍ତି ବିଭାଗୀୟ ଅଧିକାରୀ । କିଛି ଦିନ ପୂର୍ବେ କିଛି ଅଧିକାରୀ ଆସି ଏଠାରେ ନୂଆ ପୋଲ ହେବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ପୂରଣ ହୋଇପାରିନାହିଁ ।

ଏହି ରାସ୍ତା ଉପରେ ଲିଙ୍ଗମାରନି, ଭାଳୁପାଲି, କୁଧେରପଦର, ବହୁବସା, ଭଟିଗାଁ, ରେଟାମୁଣ୍ଡା, ମୁନୁପାଲୀ, କୂଡାଡେରା, ଗୁଳିହାପଦର, ସାଲେପାଲି, ହଳଦିପାଲି, ଲୁଡୁକିବେଡା, ବେହେରାମାଲ ଓ ଲଙ୍ଗଳକଟା ଗ୍ରାମ ଲୋକେ ନିର୍ଭର କରୁଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.