ETV Bharat / state

କଣ୍ଟେନମେଣ୍ଟ ଜୋନରୁ ମୁକୁଳିଲା ବରଗଡର କଟାପାଳି ଗ୍ରାମ

ଜିଲ୍ଲାରେ ହଟସ୍ପଟ ପାଲଟିଥିବା ବରଗଡ ବ୍ଲକର କଟାପାଳି ଗ୍ରାମ ଗତ 49 ଦିନ ହେବ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ ହୋଇଥିଲା । ଯାହା ରବିବାର କଣ୍ଟେନମେଣ୍ଟ ମୁକ୍ତ ହୋଇଛି ।

corona situation in bargarh, corona fight in bargarh, containment zone in katapali, bargarh latest news, corona update in bargarh, ବରଗଡରେ କୋରୋନା ସ୍ଥିତି, ବରଗଡରେ କୋରୋନା ମୁକାବିଲା, କଟାପାଳିରେ କଣ୍ଟେନମେଣ୍ଟ ଜୋନ, ବରଗଡ ଲାଟେଷ୍ଟ ନ୍ୟୁଜ୍‌, ବରଗଡରେ କୋରୋନା ଅପଡେଟ
କଣ୍ଟେନମେଣ୍ଟ ଜୋନରୁ ମୁକୁଳିଲା ବରଗଡର କଟାପାଳି ଗ୍ରାମ
author img

By

Published : Aug 2, 2020, 9:15 PM IST

ବରଗଡ: ଜିଲ୍ଲାରେ ହଟସ୍ପଟ ପାଲଟିଥିବା ବରଗଡ ବ୍ଲକର କଟାପାଳି ଗ୍ରାମ ଗତ 49 ଦିନ ହେବ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ ହୋଇଥିଲା । ଯାହା ରବିବାର କଣ୍ଟେନମେଣ୍ଟ ମୁକ୍ତ ହୋଇଛି । ଏନେଇ କଟାପାଳି ଗ୍ରାମ ଭିତରେ ଦୀର୍ଘ ଦିନ ହେବ ବନ୍ଦୀ ହୋଇ ରହିଥିବା ହଜାର ହଜାର ଗ୍ରାମବାସୀ ମୁକ୍ତ ହୋଇ ଆଶ୍ବସ୍ତି ପ୍ରକାଶ କରିଛନ୍ତି ।

କଣ୍ଟେନମେଣ୍ଟ ଜୋନରୁ ମୁକୁଳିଲା ବରଗଡର କଟାପାଳି ଗ୍ରାମ

ଜିଲ୍ଲାରେ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଏହି କଟାପାଳି ଗ୍ରାମରୁ ହୋଇଥିବା କାରଣରୁ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା । ଏଠାରେ କିଛି ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି । ସୂଚନା ଅନୁଯାୟୀ ଜିଲ୍ଲାରେ 430 ଜଣ ସଙ୍କ୍ରମିତ ଚିହ୍ନଟ ହୋଇଥିବା ବେଳେ କେବଳ କଟାପାଳି ଗ୍ରାମରେ ଏକାକୀ ପାଖାପାଖି 200 ସଂକ୍ରମିତ ରହିଛନ୍ତି ।

ତେବେ ବରଗଡ ସହରରୁ ମାତ୍ର 7 କିଲୋମିଟର ଦୂରରେ ରହିଥିବା ଏହି କଟାପାଳି ଗ୍ରାମରୁ ପ୍ରତିଦିନ ବରଗଡ ସହରକୁ ଲୋକେ କାମ ପାଇଁ ଆସୁଥିବା ବେଳେ ଲୋକଙ୍କ ସୁରକ୍ଷା ଦୃଷ୍ଟିରେ କଟାପାଳି ଗ୍ରାମକୁ ସଟଡାଉନ କରାଯାଇଥିଲା । କଟାପାଳି ଗ୍ରାମର ଚାରିପଟେ ସିଲ କରି ଦିଆଯାଇଥିବା ବେଳେ ସମସ୍ତ ଗ୍ରାମବାସୀ ଗ୍ରାମରେ ହିଁ ଦିନ କାଟୁଥିଲେ । ତେଣୁ ଦୀର୍ଘ 49 ଦିନ ପର୍ଯ୍ୟନ୍ତ ଅବରୋଧ ଅଞ୍ଚଳରେ ରହିବା ପରେ ରବିବାର କଟାପାଳି ଗ୍ରାମରୁ ପ୍ରଶାସନ ପକ୍ଷରୁ ଅବରୋଧ ହଟାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.