ବରଗଡ: ୧୧ ଦଫା ଦାବି ନେଇ ଆଜି ବିଦ୍ୟୁତ ବିଭାଗୀୟ ଅଫିସ ଆଗରେ ଧାରଣା ଦେଇଛନ୍ତି ବରଗଡ଼ ଜିଲ୍ଲା ବିଦ୍ୟୁତ ଉପଭୋକ୍ତା ସଂଘ । ବାରମ୍ବାର ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ କରି ଖୁବଶିଘ୍ର ସମାଧାନ ପାଇଁ ଦାବି କରିବା ସହ ଆଗାମୀ ଭବିଷ୍ୟତରେ ଆନ୍ଦୋଳନ ଭୟଙ୍କର ହେବାର ଚେତାବନୀ ଦେଇଛି ସଂଘ ।
ପୂର୍ବରୁ ଅନେକ ଥର ଉପଭୋକ୍ତା ସଂଘ ପକ୍ଷରୁ ଏନେଇ ବିଦ୍ୟୁତ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ବରଂ ଲୋ ଭୋଲଟେଜ ସହ ଆହୁରି ଅନେକ ସମସ୍ୟା ଦେଖାଦେଇଥିବାରୁ ବିଦ୍ୟୁତ ବିଭାଗର ସବଡିଭିଜନ ଅଫିସ ଆଗରେ ଆଜି ଧାରଣକୁ ଓହ୍ଲାଇଛନ୍ତି ବରଗଡ ବାସୀ ।
ଡିଜିଟାଲ ଇଣ୍ଡିଆ ନାମରେ ଇ-ପେମେଣ୍ଟ ପାଇଁ ସରକାର ଗୁରୁତ୍ବାରୋପ କରୁଥିବାବେଳେ ବିଦ୍ୟୁତ ବିଲକୁ କାର୍ଡ ମାଧ୍ୟମରେ ପଇଠ କରିଲେ 1ପ୍ରତିଶତ ରିହାତି ପରିବର୍ତ୍ତେ ପ୍ରତ୍ୟେକ ବିଲରେ ଉପଭୋକ୍ତାଙ୍କ ଆକାଉଣ୍ଟରୁ ଅଧିକ 1ପ୍ରତିଶତ କଟୁଥିବାର ଅଭିଯୋଗ କରିଛି ଉପଭୋକ୍ତା ସଂଘ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ