ETV Bharat / state

3 ଗଞ୍ଜେଇ ବେପାରୀଙ୍କୁ ବାନ୍ଧିଲା ବରଗଡ ପୋଲିସ, ମାରଣାସ୍ତ୍ର ଓ ଗଞ୍ଜେଇ ଜବତ - ବନ୍ଧୁକ, ଛୁରୀ ଓ ଗଞ୍ଜେଇ ଜବତ

ବରଗଡ ପୋଲିସ ତିନି ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ 2ଟି ଦେଶୀ ବନ୍ଧୁକ , ଛୁରୀ, କାର ଓ 21 କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ।

bargarh
3 ଗଞ୍ଜେଇ ବେପାରୀ ଗିରଫ
author img

By

Published : Dec 29, 2019, 10:33 PM IST

ବରଗଡ: ତିନି ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି ବରଗଡ ପୋଲିସ। ପୋଲିସ ସେମାନଙ୍କ ଠାରୁ 10ହଜାର ଟଙ୍କା ସହ 2ଟି ଦେଶୀ ବନ୍ଧୁକ, ଛୁରୀ, କାର ଓ 21 କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ଦୁଇ ଜଣ ଅଭିଯୁକ୍ତଙ୍କ ଘର ସମ୍ବଲପୁର ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ସୋନପୁର ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନା ମାନଙ୍କରେ ବହୁ ଅପରାଧିକ ମାମଲା ରହିଥିବା ବରଗଡ ଏସପି ପଦ୍ମିନୀ ସାହୁ ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି ।

3 ଗଞ୍ଜେଇ ବେପାରୀ ଗିରଫ

ବରଗଡର ଅମ୍ବଭୋନା ଥାନା ଅଞ୍ଚଳରେ ଏକ କାରରେ ଗଞ୍ଜେଇ ଚାଲାଣ କରାଯାଉଥିବା ଖବର ପାଇ ପୋଲିସ କାରଟିକୁ ଅଟକାଇ ତଲାସି କରିଥିଲା । ଏହାପରେ ସେହି କାରରୁ ୨୧ କେଜି ଗଞ୍ଜେଇ ଜବତ ସହ ଏହି କାରରେ ଥିବା ତିନିଜଣ ଯୁବକଙ୍କ ଠାରୁ ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ପୋଲିସ ଜବତ କରିଥିଲା | ଥାନାରେ ଜେରା କରିବା ପରେ ଅଭିଯୁକ୍ତମାନେ ଅମ୍ବଭନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଦୁଇ ଦିନ ତଳେ ଅପହରଣ କରି ସୋନପୁର ଜିଲ୍ଲାର ଜଙ୍ଗଲ ଭିତରେ ରଖିଥିବା ମାନିଥିଲେ । ଏହା ସହ ତାଙ୍କ ପରିବାର ଲୋକଙ୍କ ଠାରୁ ଏଥିପାଇଁ ୫୦ ହଜାର ଟଙ୍କା ନେଇଥିବା ସ୍ଵୀକାର କରିଥିଲେ |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ ଜିଲ୍ଲା ପୋଲିସକୁ ମିଳିଛି ଏକ ବଡ ସଫଳତା | ବରଗଡ ଜିଲ୍ଲା ଅମ୍ବଭୋନା ଥାନା ଅଞ୍ଚଳରେ ତିନି ଜଣ ଗଞ୍ଜେଇ ବେପାରୀଙ୍କୁ ବନ୍ଧୁକ ସହିତ ଧରିବାରେ ସଫଳ ହୋଇଛି ପୋଲିସ | ସମ୍ବଲପୁର ଅଞ୍ଚଳର ଦୁଇଜଣ ଆସାମୀ ଙ୍କ ସହିତ ସୋନପୁର ଜିଲ୍ଲାର ଜଣେ ଆସାମୀକୁ ବରଗଡ ପୋଲିସ କାବୁକରିଛି | ସମ୍ବଲପୁର ଓ ସୋନପୁର ଜିଲାର ଏହି ଆସାମୀ ମାନେ ବରଗଡ କୁ ଆସି ଡକାୟତୀ ଓ ଗଞ୍ଜେଇ ଚୋରା ଚାଲାଣ କାରବାର ଚଲାଉଥିବା ବେଳେ ଏମାନେ ପୋଲିସ ହାତରେ ଧରାପଡିଛନ୍ତି |
Body:ବରଗଡ ଏସପି ପଦ୍ମିନୀ ସାହୁ ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ପୋଲିସ ର ଏକ ବଡ ସଫଳତା ବିଷୟରେ ଜଣାଇଛନ୍ତି | ବରଗଡ ଅଞ୍ଚଳରେ ବହୁ ମାତ୍ରାରେ ନିଶା କାରବାର ଓ ଗଞ୍ଜେଇ ଚୋରଚଲାଣ ଲାଗିରହିଥିବା ବେଳେ ଅମ୍ବଭୋନା ଥାନା ଅଞ୍ଚଳରେ ଏକ କାରରେ ଗଞ୍ଜେଇ ଚାଲାଣ କରାଯାଉଥିବା ଖବର ପାଇ ପୋଲିସ କାର ଟିକୁ ଅଟକାଇ କାରର ତଲାସି କରିଥିଲା ତେବେ ଏହି କାରରୁ ୨୧ କେଜି ଗଞ୍ଜେଇ ଜବତ କରାଯିବା ସହିତ ଏହି କାରରେ ଥିବା ତିନିଜଣ ଯୁବକଙ୍କ ଠାରୁ ଦେଶୀ ବନ୍ଧୁକ ଓ ମରଣାସ୍ତ୍ର ମଧ୍ୟ ପୋଲିସ ଜବତ କରିଥିଲା | ସମ୍ପୃକ୍ତ ଆସାମୀ ମାନଙ୍କୁ ଥାନାରେ ଜେରା କରିବ ପରେ ସେମାନେ ଅମ୍ବଭନା ଅଞ୍ଚଳରେ ଦୁଇ ଦିନ ତଳେ ଜଣେ ବ୍ୟକ୍ତିଙ୍କୁ ଅପହରଣ କରିନେଇ ସୋନପୁର ଜିଲାର ଜଙ୍ଗଲ ଭିତରେ ରାତିରେ ରଖିଥିଲେ ଏବଂ ତାଙ୍କ ପରିବାର ଲୋକଙ୍କ ଠାରୁ ୫୦୦୦୦ ଟଙ୍କା ଦାବିକରି ନେଇଯାଇଥିବା ସ୍ଵୀକାର କରିଥିଲେ | ଏହି ଅପରାଧୀ ମାନଙ୍କ ନାମରେ ପୂର୍ବରୁ ମଧ୍ୟ ଥାନା ମାନଙ୍କରେ ବହୁ ଅପରାଧିକ ମାମଲା ରହିଥିବା ପୋଲିସ ଜଣାଇଛି |
ତେବେ ପୋଲିସ ଏମାନଙ୍କ ଠାରୁ ୧୦୦୦୦ ଟଙ୍କା ନଗଦ , ଦୁଇଟି ଦେଶୀ ବନ୍ଧୁକ , ଗୋଟେ ଛୁରି , ଗୋଟିଏ କାର , ୨୧ କେଜି ଗଞ୍ଜେଇ ଆଦି ଜବଦ କରିଛି ଏବଂ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟକୁ ଚାଲାଣ କରିଛି | Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.