ETV Bharat / state

ସ୍ପେଶିଆଲ ଟ୍ରେନ ଯୋଗେ ବରଗଡରେ ପହଞ୍ଚିଲେ 1505 ପ୍ରବାସୀ ଶ୍ରମିକ - ବରଗଡରେ ପ୍ରବାସୀ ଶ୍ରମିକ

ବରଗଡରେ ଏକ ସ୍ଵତନ୍ତ୍ର ଟ୍ରେନ ଯୋଗେ ପହଞ୍ଚିଛନ୍ତି 1505 ଜଣ ପ୍ରବାସୀ ଓଡିଆ ଶ୍ରମିକ |

Bargarh expatriate workers
ବରଗଡ ପହଞ୍ଚିଲା ଶ୍ରମିକ ଟ୍ରେନ
author img

By

Published : May 25, 2020, 8:46 PM IST

ବରଗଡ: ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ଫସିରହିଥିବା ହଜାର ହଜାର ଶ୍ରମିକ ଓଡ଼ିଶାକୁ ଟ୍ରେନ ଯୋଗେ ଆସୁଥିବା ବେଳେ ବରଗଡକୁ ମଧ୍ୟ ଏକ ସ୍ଵତନ୍ତ୍ର ଟ୍ରେନ ଯୋଗେ ପହଞ୍ଚିଛନ୍ତି ବହୁ ପ୍ରବାସୀ ଓଡିଆ ଶ୍ରମିକ | ଏହି ଟ୍ରେନରେ ସମୁଦାୟ 1505 ଜଣ ପ୍ରବାସୀ ପହଞ୍ଚିଥିବା ବେଳେ ସମସ୍ତେ ବରଗଡ, ନୂଆପଡା, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାର ଅଟନ୍ତି |

ବରଗଡ ପହଞ୍ଚିଲା ଶ୍ରମିକ ଟ୍ରେନ

ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଵତନ୍ତ୍ର ଶ୍ରମିକ ଟ୍ରେନରେ ଆସିଥିବା ୧୫୦୫ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ମାନଙ୍କୁ ସ୍ଵତନ୍ତ୍ର ବସ ଯୋଗେ ନିଜ ନିଜ ପଞ୍ଜିକୃତ ସଂଘରୋଧ କେନ୍ଦ୍ରକୁ ନିଆଯାଇଛି । ବରଗଡ ରେଲୱେ ଷ୍ଟେସନ ରୁ ସିଧା ସଳଖ ସମସ୍ତ ପ୍ରବାସୀ ମାନଙ୍କୁ ବିଭିନ୍ନ ବସ ଜରିଆରେ ତାଙ୍କର ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା | ତେବେ ସ୍ଥାନୀୟ ଲୋକଙ୍କ ସୁରକ୍ଷା ଦୃଷ୍ଟିରେ ରଖି ବରଗଡ ସହରର ରେଳ ଷ୍ଟେସନରୁ ବେସରକାରୀ ବସ ଷ୍ଟାଣ୍ଡ ଓ ବସ ଷ୍ଟାଣ୍ଡ ରୁ ବିକାଶ ସ୍କୁଲ ଛକ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ୧୪୪ ଧାର ଲାଗୁ କରାଯାଇଛି ।

ତେବେ ରେଲୱେ ଷ୍ଟେସନ ଠାରୁ ସମସ୍ତ ଅଞ୍ଚଳକୁ ସେନିଟାଇଜ କରାନଯିବା ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳକୁ 144 ଧାରା ଲାଗୁ କରାଯାଇଛି । କୌଣସି ବ୍ୟକ୍ତିଙ୍କୁ ଏହି ରାସ୍ତା ଦେଇ ଯିବା ଆସିବା ପାଇଁ ବାରଣ କରାଯାଇଛି | ଏହାକୁ ଅବମାନନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଜଣାଇଛନ୍ତି |

ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.