ବାଲେଶ୍ଵର: ବସ୍ତା ବ୍ଲକ ଗିଲାଯୋଡି ଅଞ୍ଚଳରେ ପ୍ରସାଦ ଖାଇ 50ରୁ ଊର୍ଦ୍ଧ୍ଵ ଅସୁସ୍ଥ ହୋଇଥିବା ଜଣାପଡିଛି । ସୂଚନାନୁସାରେ, ଗିଲାଜୁଡି ଗ୍ରାମରେ ଭଗବତୀଙ୍କ ପୂଜା ଅବସରରେ ପ୍ରାୟ 1500 ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ଗିଲାଯୋଡି ତଥା ଆଖପାଖ ଗ୍ରାମରେ ସମସ୍ତ ଲୋକେ ପ୍ରସାଦ ସେବନ କରିଥିଲେ।
ପ୍ରସାଦ ସେବନ ପରେ ପ୍ରଥମେ କିଛି ଲୋକଙ୍କୁ ଝାଡା ଓ ବାନ୍ତି ହୋଇଥିଲା । ପରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 50 ଟପିଛି। ଆକ୍ରାନ୍ତଙ୍କୁ ପ୍ରଥମେ ପାଉଁଶକୁଲି ସ୍ବାସ୍ଥ୍ୟକେନ୍ଦ୍ର ପରେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଛୋଟରୁ ବୃଦ୍ଧ ପର୍ଯ୍ୟନ୍ତ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଛୋଟ ପିଲାଙ୍କ ସଂଖ୍ୟା ଅଧିକ ରହିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ