ବାଲେଶ୍ବର: ବିଦ୍ୟୁତ ବିତରଣ କମ୍ପାନୀ ନେସ୍କୋ ଦ୍ୱାରା ବିଦ୍ୟୁତ ବିଲ ପୈଠ ପାଇଁ ଏବେ ଇ ୱାଲେଟର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ଗ୍ରୀଡ଼କୋ ଏବଂ ଓପିଟିସିଏଲର ଅଧ୍ୟକ୍ଷ ତଥା ୱେସ୍କୋ, ନେସ୍କୋ ଓ ସାଉଥକୋର ପ୍ରଶାସକ ଡ଼.ସୌରଭ ଗର୍ଗ ଭିଡିଓ କନଫ୍ରେସିଂ ଜରିଆରେ ଏହି ସେବାର ଶୁଭାରମ୍ଭ କରିଛନ୍ତି ।
ଏହି ସେବା ଏଚଡିଏଫସି ବ୍ୟାଙ୍କ ସହାୟତାରେ ଆରମ୍ଭ ହୋଇଛି । ଗ୍ରାମାଞ୍ଚଳର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକୁ ଏହି କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଗର୍ଗ ସୂଚନା ଦେଇଛନ୍ତି । ଡିଜିଟାଲ ଇଜିଟ୍ୟାପ ମେସିନ ଦ୍ୱାରା ଉପଭୋକ୍ତାଙ୍କ ଠାରୁ ବିଲ ଆଦାୟ କରାଯାଇପାରିବ । ଏହି ସେବାରେ ଉପଭୋକ୍ତାମାନେ ନଗଦ ଟଙ୍କା, ଡେବିଟ କାର୍ଡ, କ୍ରେଡିଟ କାର୍ଡ଼ ଓ ୟୁପିଆଇ ଜରିଆରେ ବିଲ ପୈଠ କରିପାରିବେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ