ବାଲେଶ୍ୱର: ଫକୀର ମୋହନ ସାହିତ୍ୟ ପରିଷଦର ନିର୍ବାଚନରେ ବ୍ୟତିକ୍ରମ ଅଭିଯୋଗ ଆଣିଲେ ବରିଷ୍ଠ ସଦସ୍ୟ । ଏନେଇ ସେମାନେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରକାଶ କରିଛନ୍ତି ।
ଏହାସହ ପରିଷଦର କେତେଜଣ ବରିଷ୍ଠ ସଦସ୍ୟ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ଉଠିଛି । ଏହାକୁ ନେଇ 8 ତାରିଖରେ ପରିଷଦର କିଛି ସଦସ୍ୟ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର କୌଣସି ସୁଫଳ ନମିଳିବାରୁ ଶେଷରେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ