ବାଲେଶ୍ବର: ବିଦ୍ୟୁତ ସଂସ୍ପର୍ଶରେ ଆସି ବିଏସଏନଏଲ କର୍ମଚାରୀଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ବାଲେଶ୍ବର ଜିଲ୍ଲା ଖଇରା ଥାନା କୁପାରୀ ଗ୍ରାମର ଆରତ ସେଠୀ । ଖବର ଅନୁଯାୟୀ, ଆରତ ଆଜି ସକାଳେ ଅଫିସକୁ ବାହାରିବା ପୂର୍ବରୁ ନିଜ ଘରେ ଥିବା ପାଣି ମୋଟରରେ ପାଇପ ଲଗାଉଥିଲେ । ଏହି ସମୟରେ ଇଲେକ୍ଟ୍ରିକ ସର୍ଟ ସର୍କିଟ ଯୋଗୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ।
ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରକାଶଥାଉକି, ମୃତ ଆରତ ବିଏସଏନଏଲରେ ଟେଲିଫୋନ ଅପରେଟର ଭାବେ ବିଗତ 25 ବର୍ଷ ଧରି କାମ କରି ଆସୁଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ