ETV Bharat / state

ବେଆଇନ ମଦ ବିକ୍ରିକୁ ବିରୋଧ, ଥାନା ଘେରାଉ କଲେ ମହିଳା - ସିନ୍ଧେକେଲା ଥାନା ଘେରାଉ

ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ଠେମରା ଗାଁରେ ଦୀର୍ଘ ଦିନରୁ ଚାଲୁଥିବା ବେଆଇନ ମଦ ବ୍ୟବସାୟକୁ ବିରୋଧ କରି ଥାନା ଘେରାଉ କଲେ ମହିଳା ।

ମଦ ବେପାରକୁ ବିରୋଧ
ବେଆଇନ ମଦ ବିକ୍ରିକୁ ବିରୋଧ, ଥାନା ଘେରାଉ କଲେ ମହିଳା
author img

By

Published : Dec 19, 2019, 7:40 AM IST

ବଲାଙ୍ଗୀର: ବେଆଇନ ମଦ ଦୋକାନକୁ ନେଇ ତାତିଲେ ଏସଏସଜି ସଦସ୍ୟା । ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ଠେମରା ଗାଁରେ ଦୀର୍ଘ ଦିନରୁ ବେଆଇନ ମଦ ବ୍ୟବସାୟ ଚାଲୁଛି । ଏହାକୁ ବିରୋଧ କରି ବୁଧବାର ଏସଏସଜି ସଦସ୍ୟାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସିନ୍ଧେକେଲା ଥାନା ଘେରାଉ କରିବା ସହ ଏକ ଅଭିଯୋଗ ପତ୍ର ଥାନା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି ।

ବେଆଇନ ମଦ ବିକ୍ରିକୁ ବିରୋଧ, ଥାନା ଘେରାଉ କଲେ ମହିଳା

ବେଆଇନ ମଦ କେମିତି ସମ୍ପୂର୍ଣ୍ଣ ବନ୍ଦ ହେବ ସେନେଇ ମହିଳାମାନେ ଏକଜୁଟ ହୋଇଛନ୍ତି । ମଦ ଦୋକାନ ଚାଲୁଥିବା ଯୋଗୁଁ ଅନେକ ସମୟରେ ମଦ୍ୟପ ମାନଙ୍କ ପାଇଁ ମହିଳାମାନେ ଦୁର୍ବ୍ୟବହାର ସହିବାକୁ ପଡୁଛି । ଯଦି ଆଗାମୀ ଦିନରେ ମଦ ଦୋକାନ ବନ୍ଦ ନହୁଏ ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବେଆଇନ୍ ମଦ କୁଚିଆ ବିକ୍ରି ବନ୍ଦ୍ କରିବା ଦାବିରେ ମହିଳାଙ୍କ ଥାନା ଘେରାଉ ।Body:ବଲାଂଗୀର ବଙ୍ଗୋମୁଣ୍ଡା ବ୍ଲକ ଠେମରା ଗାଁ ରେ ଦୀର୍ଘ ଦିନ ରୁ ବେଆଇନ ମଦ ବ୍ୟବସାୟ ଚାଲୁଚି । ମଦ ଦୋକାନ ଚାଲୁଥିବା ଯୋଗୁ ଅନେକ ସମୟ ରେ ମଦ୍ୟପ ମାନଙ୍କ ପାଇଁ ମହିଳା ମାନେ ଦୁର୍ବ୍ୟବହାର ସହିବାକୁ ପଡୁଛି । ବେଆଇନ ମଦ କେମିତି ସମ୍ପୂର୍ଣ୍ଣ ବନ୍ଦ ହେବ ସେ ନେଇ ମହିଳା ମାନେ ଏକଜୁଟ ହୋଇଛନ୍ତି । ଆଜି ଗାଁ ର ବିଭିନ୍ନ ଏସଏସଜି ସଦସ୍ୟା ମାନେ ଏକତ୍ରିତ ହୋଇ ସିନ୍ଧେକେଲା ଥାନାରେ ପହଞ୍ଚିଥିଲେ । ସେଠାରେ ଗାଁ ରେ ଚାଲୁଥିବା ବେଆଇନ ମଦ ଦୋକାନ ବନ୍ଦ କରାଯାଉ ବୋଲି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଅଭିଯୋଗ ପତ୍ର ଥାନା ଅଧିକାରୀ ଙ୍କୁ ପ୍ରଦାନ କରିଥିଲେ । ଯଦି ଆଗାମୀ ଦିନରେ ମଦ ଦୋକାନ ବନ୍ଦ ନ ହେଲେ ଆନ୍ଦୋଳନ କୁ ଆହୁରି ତୀବ୍ର କରାଯିବ ବୋଲି ମହିଳା ମାନେ ଚେତାବନୀ ଦେଇଛନ୍ତି ।
ବାଇଟ ୦୧-ଡାଳିମ୍ବ ବାଗ ( ଆନ୍ଦୋଳନକାରୀ)
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.