ETV Bharat / state

ବିଭିନ୍ନ ଦାବି ନେଇ ଥାନା ଘେରିଲେ କଣ୍ଟାବାଞ୍ଜି ବିଧାୟକ

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବିଭିନ୍ନ ଅଭିଯୋଗ ନେଇ ମୁରିବାହାଲ ବ୍ଲକ ଓ ଥାନା ଘେରାଉ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Jun 9, 2019, 3:33 AM IST

ବଲାଙ୍ଗୀର: ବିଭିନ୍ନ ଅଭିଯୋଗ ନେଇ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁରିବାହାଲ ଥାନା ଓ ବ୍ଲକ କାର୍ଯ୍ୟାଲୟ ଘେରାଉ କରିଛନ୍ତି । ସେ ଅଭିଯୋଗ କରିଛନ୍ତି, ମୁରିବାହାଲ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଭିନ୍ନ ଦୁର୍ନୀତି କାର୍ଯ୍ୟରେ ଲିପ୍ତ ଅଛନ୍ତି । ମନରେଗା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସେ ବ୍ୟାପକ ଦୁର୍ନୀତି କରିଛନ୍ତି । ସେହିପରି ଚଳିତ ନିର୍ବାଚନରେ ସରକାରୀ ଗାଡିରେ ନିର୍ବାଚନ ପ୍ରଚାର କରୁଥିବାର ଅଭିଯୋଗ ପୋଲିସ ପାଖରେ କରାଯାଇଥିଲା । ହେଲେ ପୋଲିସ ଓଲଟା ଅଭିଯୋଗକାରୀଙ୍କ ନାଁରେ ମାମଲା ରୁଜୁ କରିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ପୋଲିସ ଏହି ଦୁର୍ନୀତି ଗ୍ରସ୍ତ ନେତାଙ୍କ ହାତ ବାରିସି ସାଜିଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ଜିଲ୍ଲାରେ ଚୋରି, ବେଆଇନ ମଦ କାରବାର ବୃଦ୍ଧି ପାଇଥିବା ବେଳେ ପୋଲିସ ନିରବଦ୍ରଷ୍ଟା ସାଜିଛି । ଏହି ସବୁ ଅଭିଯୋଗ ନେଇ ଶତାଧିକ ସମର୍ଥକଙ୍କ ଗହଣରେ ଥାନା ଓ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ବିଡିଓଙ୍କୁ ପ୍ରଦାନ କରିଥିଲେ । ଯଦି ଦାବି ଗୁଡିକ ପୂରଣ ନ ହୁଏ ଆଗକୁ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.