ETV Bharat / state

ଧାନ କିଣା ଅବ୍ୟବସ୍ଥା ନେଇ ଚାଷୀଙ୍କ ରାଜରାସ୍ତା ଅବରୋଧ

ବଲାଙ୍ଗୀରରେ ରବି ଋତୁ ଧାନ କିଣାରେ ନାନା ଅବ୍ୟବସ୍ଥା ନେଇ ରାଜପଥ ଅବରୋଧ କଲେ ଶତାଧିକ ଚାଷୀ । ଅଧିକ ପଢନ୍ତୁ...

ଧାନ କିଣା ଅବ୍ୟବସ୍ଥା ନେଇ ଚାଷୀଙ୍କ ରାଜରାସ୍ତା ଅବରୋଧ
ଧାନ କିଣା ଅବ୍ୟବସ୍ଥା ନେଇ ଚାଷୀଙ୍କ ରାଜରାସ୍ତା ଅବରୋଧ
author img

By

Published : Jun 25, 2021, 10:41 PM IST

ବଲାଙ୍ଗୀର: ସରୁନି ଚାଷୀ ସମସ୍ୟା । ବଲାଙ୍ଗୀରରେ ରବି ଋତୁ ଧାନ କିଣା ଚାଲିଥିବା ବେଳେ ଏଠିକାର ଦେଓଗାଁ ପ୍ୟାକ୍ସରେ ଚାଷୀ ତାଙ୍କର ଧାନ ବିକ୍ରି କରି ପାରୁନଥିବା ଅଭିଯୋଗ ହୋଇଛି । ସେହିପରି ଅନେକ ଚାଷୀଙ୍କ ଟୋକନ ଅବଧି ସରି ଯାଇଥିବା ବେଳେ ସେମାନେ ତାଙ୍କର କଷ୍ଟ ଉପାର୍ଜିତ ଧାନ ନ ବିକ୍ରି କରିପାରି ହଇରାଣ ହରକତ ହେଉଛନ୍ତି । ଏହି ସବୁ ସମସ୍ୟାକୁ ନେଇ ଶୁକ୍ରବାର ବଲାଙ୍ଗୀରରେ ଶତାଧିକ ଚାଷୀ ବରଗଡ ବୋରିଗୁମ୍ମା 26 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ଧାନ କିଣା ଅବ୍ୟବସ୍ଥା ନେଇ ଚାଷୀଙ୍କ ରାଜରାସ୍ତା ଅବରୋଧ

ପୂର୍ବରୁ ଏହି ଧାନ କିଣା ଅବ୍ୟବସ୍ଥାକୁ ନେଇ ଚାଷୀମାନେ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ । ହେଲେ କିଛି ସୁଫଳ ମିଳିନଥିଲା । ସେପଟେ ମଣ୍ଡିରେ ତାଙ୍କ ଧାନ ଖୋଲା ଆକାଶ ତଳେ ପଡି ରହିବା ଯୋଗୁଁ ନଷ୍ଟ ହେବାକୁ ଲାଗିଛି । ଯାହାକୁ ନେଇ ଶତାଧିକ ଚାଷୀ ରାଜପଥ ଅବରୋଧ କରିଥିଲେ । ଦୀର୍ଘ ସମୟ ପରେ ପ୍ରଶାସନର ପ୍ରତିଶ୍ରୁତି ମିଳିବା ପରେ ଚାଷୀମାନେ ରାସ୍ତାରୋକ ହଟାଇଥିବା ଜଣାପଡିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.