ETV Bharat / state

ନୂଆଁଖାଇ: ଉତ୍ସବମୁଖର ବଲାଙ୍ଗୀର, ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି

ବଲାଙ୍ଗୀର ଜିଲ୍ଲାରେ ଧୂମଧାମରେ ପାଳିତ ହେଉଛି ନୂଆଁଖାଇ । ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଭୋଗ ଲାଗି ହୋଇଛି । ଏହାପରେ ସମସ୍ତେ ନବାନ୍ନ ଖାଇ ଘରର ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନେଉଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Sep 3, 2019, 1:33 PM IST

ବଲାଙ୍ଗୀର: ଜିଲ୍ଲାରେ ଧୂମଧାମରେ ପାଳିତ ହେଉଛି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଇଷ୍ଟଦେବୀଙ୍କ ନିକଟରେ ଭୋଗ ଲାଗି ହୋଇଛି । ମା' ସମଲେଇ ଓ ମା' ପାଟଣେଶ୍ବରଙ୍କ ଠାରେ କୁରେ ପତ୍ରରେ ନୂଆ ଧାନରୁ ପ୍ରସ୍ତୁତ ଚୂନା ଗୁଡ ଲାଗି ହୋଇଛି । ଏନେଇ ମନ୍ଦିରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟ ହୋଇଛି । ଚଳିତବର୍ଷ ଅନ୍ନର ଅଭାବ ନହେଉ ଏବଂ ଜୀବନ ସୁଖମୟ ହେଉ ବୋଲି ଲୋକମାନେ ମା'ଙ୍କ ନିକଟରେ କାମନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ତେବେ ଇଷ୍ଟଦେବୀଙ୍କ ନିକଟରେ ଭୋଗ ଲାଗିବା ପରେ ସମସ୍ତେ ନିଜ ନିଜ ଘରେ ନବାନ୍ନ ଖାଉଛନ୍ତି । ନବାନ୍ନ ଖାଇ ସାରିବା ପରେ ସମସ୍ତେ ଜୁହାର ଭେଟ ହୋଇ ପରସ୍ପରକୁ ନୂଆଁଖାଇର ଶୁଭେଚ୍ଛା ଜଣାଉଛନ୍ତି । ସମଗ୍ର ପଶ୍ଟିମ ଓଡିଶାରେ ନୂଆଁଖାଇ ଓ ଜୁହାରଭେଟ ଦୁଇ ଦିନ ଧରି ପାଳନ ହେବ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:tfgh

Body:hytgh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.