ETV Bharat / state

ଅନଶନରତ ପୁଞ୍ଜିଲାଲ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି - Parcel bomb blast

ବଲାଙ୍ଗୀର ହସ୍ପିଟାଲରେ ଭର୍ତ୍ତିହେଲା ପୁଞ୍ଜିଲାଲ । ଦୀର୍ଘ 10 ଦିନ ଧରି ଜେଲରେ ଅନଶନରତ ଥିଲା । ଫେରାର ଷଡ଼ଯନ୍ତ୍ର ରଚିବା ଘଟଣାକୁ କଲା ଅସ୍ବୀକାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Feb 16, 2019, 4:05 PM IST

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
ବଲାଙ୍ଗୀର: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେର ଅସୁସ୍ଥ । ଜେଲ୍ ସ୍ଥାନାନ୍ତରଣକୁ ବିରୋଧ ଦୀର୍ଘ 10 ଦିନ ଧରି ଅନଶନରେ ବସିଥିଲା ପୁଞ୍ଜିଲାଲ । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାକୁ ବଲାଙ୍ଗୀର ମେଡ଼ିକାଲରେ ଭର୍ତ୍ତି କରିଛି ପୋଲିସ।
undefined

ସୂଚନାଯୋଗ୍ୟ, ପାର୍ସଲ ବୋମା ଘଟଣାରେ ସମ୍ପୃକ୍ତି ପ୍ରମାଣିତ ହେବାପରେ ପୁଞ୍ଜିଲାଲକୁ ପ୍ରଥମେ ପାଟଣାଗଡ଼ ସବ୍‌ଜେଲରେ ରଖା ଯାଇଥିଲା। କିଛି ଦିନ ତଳେ ସେ ଷଡ଼ଯନ୍ତ୍ର ରଚି ଜେଲରୁ ଫେରାର ହେବାର ଉଦ୍ୟମ କରୁଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଏହାପରେ ତାକୁ ପାଟଣାଗଡ଼ ସବ୍‌ଜେଲରୁ ବଲାଙ୍ଗୀର ଜିଲ୍ଲା କାରାଗାରକୁ ଅଣାଯାଇଥିଲା ।

ହେଲେ ଆଜି ହସ୍ପିଟାଲରେ ଜେଲରୁ ଫେରାର ଉଦ୍ୟମ କଥାକୁ ଅସ୍ୱୀକାର କରିଛି ପୁଞ୍ଜିଲାଲ । ନିଜ ଘର ଠାରୁ ଜେଲ ମାତ୍ର 2 କି.ମି ଦୂରରେ ରହିଥିବା ବେଳେ ସେ କାହିଁକି ଏପରି କରିବ ବୋଲି ପ୍ରଶ୍ନ କରିଛି । ନିଜକୁ ଜଣେ ବୁଝିବା ସୁଝିବା ଲୋକ ବୋଲି ସେ ଜଣାଇଛି । ତେଣୁ ସ୍ଥାନାନ୍ତରଣକୁ ବିରୋଧ କରି ଗଣତାନ୍ତ୍ରିକ ଉପାୟରେ ଘଟଣାର ତଦନ୍ତ କରିବାକୁ ପୁଞ୍ଜିଲାଲ ଦାବି କରିଥିଲା । ହେଲେ ପୋଲିସ କୌଣସି ଠୋସ ପଦକ୍ଷେପ ଗ୍ରହଣ କରିନଥିବାରୁ ସେ 10 ଦିନ ଧରି ଅନଶନରେ ବସିଆସୁଥିବାର କହିଛି ।

ବଲାଙ୍ଗୀରରୁ ଏସକେ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.