ETV Bharat / state

ଅଦିନିଆ ବର୍ଷା ଉଜାଡି ଦେଲା ଚାଷ: ଚିନ୍ତାରେ ଚାଷୀ - ଅଦିନିଆ ବର୍ଷା ଉଜାଡି ଦେଲା ଚାଷ

ଅନୁଗୋଳରେ ଅଦିନିଆ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ । ପାଚିଲା ଧାନ ପାଣିରେ ବୁଡି ରହି ପଚି ଯାଇଛି । ଅଧିକ ପଢନ୍ତୁ

ଅଦିନିଆ ବର୍ଷା ଉଜାଡି ଦେଲା ଚାଷ :ଚିନ୍ତାରେ ଚାଷୀ

author img

By

Published : Dec 30, 2021, 9:50 PM IST

ଅନୁଗୋଳ : ଜିଲ୍ଲାରେ ଅଦିନିଆ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇ ଯାଇଛି। ଠିକ ଅମଳ ସମୟରେ ବର୍ଷା ହେବାରୁ ବିଲରେ ପାଣି ଜମି ରହିଛି। ପାଚିଲା ଧାନ ପାଣିରେ ବୁଡି ରହି ପଚି ଯାଇଛି। ବହୁ ଚାଷୀ ଧାନ କାଟି ବିଲରେ ରଖିଥିଲେ। ସେସବୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି। ଚାଷୀମାନେ ପାଣିରୁ ଧାନ ଛାଣି ଆଣି ଖରାରେ ଶୁଖାଉ ଛନ୍ତି। ଗଦା ହୋଇଥିବା ଧାନ ଉପରେ ପାଲ ଓ ଜରି ଘୋଡାଇ ରଖିଛନ୍ତି। ଜିଲ୍ଲାର ଅନୁଗୋଳ, ବଅଁରପାଳ ଓ ଛେଣ୍ଡିପଦା ଆଦି ବ୍ଲକ ଗୁଡିକରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି।

ଅଦିନିଆ ବର୍ଷା ଉଜାଡି ଦେଲା ଚାଷ :ଚିନ୍ତାରେ ଚାଷୀ

ଚଳିତ ଖରିଫ ଋତୁରେ ବିଳମ୍ବ ବର୍ଷା ଯୋଗୁଁ ବିଳମ୍ବରେ ଧାନ ରୁଆ ହୋଇଥିଲା। ତେଣୁ ଅମଳ ମଧ୍ୟ ବିଳମ୍ବ ହେଉଛି। ହେଲେ ଠିକ ସମୟରେ ବର୍ଷା ହେବାରୁ ଅମଳ ଯଥେଷ୍ଟ କମିଯିବାର ଆଶଙ୍କା କରୁଛନ୍ତୁ ଚାଷୀ। କେତେକ ସ୍ଥାନରେ ଏଭଳି ଅବସ୍ଥା ହୋଇଛି ଯେ ଚାଷୀ ଆଉ ବିଲକୁ ଯାଇ ଧାନ କାଟି ଆଣିବାକୁ ଚାହୁଁ ନାହାନ୍ତି । ବିଲରେ ଫସଲର ଅବସ୍ଥା ଦେଖି ଚାଷୀ ଆଖିରୁ ନିଦ ହଜି ଯାଇଛି। ଅନ୍ୟପକ୍ଷରେ ଓଦା ଏବଂ ଖରାପ ଧାନ ବିକ୍ରି ପାଇଁ ମଣ୍ଡିକୁ ଚାଷୀ ମାନେ ନ ଆଣିବା ପାଇଁ ମାଇକ ଯୋଗେ ପ୍ରଚାର କରାଯାଉଛି। ତେଣୁ ଏଭଳି ପରିସ୍ଥିତିରେ ଚାଷୀ ମାନେ କଣ କରିବେ କିଛି ଚିନ୍ତା କରି ପାରୁ ନାହାନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.