ଅନୁଗୋଳ: ବନ୍ତଳା ଥାନା ଧୁକୁଟା ଗାଁ ବନଦୁର୍ଗା ମନ୍ଦିର ନିକଟରେ ଜଣେ ଅଜଣା ଯୁବକଙ୍କ ତଣ୍ଟି କଟା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳି ପାରି ନାହିଁ । ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକ ସେଠାରେ ମୃତଦେହ ପଡିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମନ୍ଦିର ନିକଟରୁ ଯୁବକର ତଣ୍ଟି କଟା ମୃତଦେହ ଉଦ୍ଧାର । ହତ୍ୟା ପରେ ଫିଙ୍ଗି ଦେଇଥିବା ସନ୍ଦେହ । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ