ETV Bharat / state

ପରୀକ୍ଷାରୁ ବଞ୍ଚିତ ହୋଇ କଲେଜ ଗେଟରେ ତାଲା ପକାଇଲେ ଛାତ୍ରୀ

ପ୍ରଶ୍ନପତ୍ର ନପାଇ ଛାତ୍ରୀମାନେ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ତାଳଚେର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟର ଛାତ୍ରୀ । ଏହାକୁ ବିରୋଧ କରି କଲେଜ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି ଛାତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jun 27, 2019, 9:14 PM IST

Updated : Jul 1, 2019, 4:50 PM IST

ଅନୁଗୋଳ: କଲେଜ କର୍ତ୍ତୃପକ୍ଷ ଦେଉନାହାନ୍ତି ପ୍ରଶ୍ନପତ୍ର । ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କଲେଜ ଛାତ୍ରୀ । କଲେଜ ଫାଟକରେ ତାଲା ପକାଇ କରୁଛନ୍ତି ଆନ୍ଦୋଳନ । ଏଭଳି ଘଟଣା ଦେଖିବାକୁ ମିଳିଛି ତାଳଚେରରେ ଥିବା ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନାନୁସାରେ, ଗତ ୨୬ ତାରିଖରେ ଯୁକ୍ତ ୩ ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା ଥିଲା । ତେବେ କଲେଜର କିଏ ଅଧକ୍ଷ ହେବ ଓ କାହା ଅଧିନରେ ଏହି ପରୀକ୍ଷା ହେବ ତାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଦାୟିତ୍ୱରେ ଥିବା ପ୍ରତିଭା ଦାସ ପିଲାଙ୍କ ପ୍ରଶ୍ନପତ୍ର ଗ୍ରହଣ କରିବା ବେଳେ ତାଙ୍କୁ ସରକାର ଦାୟିତ୍ୱରୁ ଅବ୍ୟାହତି ଦେଇଥିଲେ । ଯାହାର ଆଳ କରି ସେ ପିଲାଙ୍କୁ ପ୍ରଶ୍ନପତ୍ର ଦେଉନଥିଲେ । ଫଳରେ ପ୍ରଶ୍ନପତ୍ର ନପାଇ ଛାତ୍ରୀମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ ।

ଏନେଇ ଛାତ୍ରୀମାନେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଗୁରୁବାର ଫାଟକରେ ତାଲା ପକାଇ ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାତ୍ରୀ ମାନଙ୍କୁ ବୁଝାଇବା ବିଫଳ ହୋଇଥିଲା । ପରେ ପ୍ରଶାସନର ହସ୍ତକ୍ଷେପରେ ନୂଆ ଅଧକ୍ଷଙ୍କୁ ଦାୟିତ୍ୱ ମିଳିବା ପରେ ଆନ୍ଦୋଳନରୁ ଓହରିଥିଲେ ଛାତ୍ରଛାତ୍ରୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro: କଲେଜ ଅଧକ୍ଷ ପଦ କୁ ନେଇ ଟଣା ଓଟରା ! ଠିକ ସମୟରେ ପ୍ରଶ୍ନପତ୍ର ନ ପାଇ ପରୀକ୍ଷାରୁ ବଞ୍ଚିତ ଛାତ୍ରୀ ।Body:କଲେଜ କର୍ତୁପକ୍ଷ ଦେଉନାହାନ୍ତି ପ୍ରଶ୍ନପତ୍ର । ପ୍ରତିବାଦରେ ଆନ୍ଦୋଳନ କୁ ଓହ୍ଲାଇଛନ୍ତି କଲେଜ ଛାତ୍ରୀ । କଲେଜ ଫାଟକରେ ତାଲା ପକାଇ ଜାରି ରଖିଛନ୍ତି ଆନ୍ଦୋଳ । ଆଜି ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ତଳଚେର ରେ ଥିବା ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ରେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାତ୍ରୀ ମାନଙ୍କୁ ବୁଝାଇବାକୁ ଚେଷ୍ଠା କରୁଥିବା ବେଳେ ସେଥିରେ ବିଫଳ ହୋଇଛି । ସୂଚନା ଅନୁସାରେ ଗତ ୨୬ ତାରିଖରେ ଯୁକ୍ତ ୩ ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ ପିଲାଙ୍କ ପ୍ରାକ୍ଟିକାଲ ପରୀକ୍ଷା ଥିଲା। ତେବେ କଲେଜ ର କିଏ ଅଧକ୍ଷ ହେବ ଓ କାହାଅଧିନ ରେ ଏହି ପରୀକ୍ଷା ହେବ ତାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଦାୟିତ୍ୱରେ ଥିବା ପ୍ରତିଭା ଦାସ ପିଲାଙ୍କ ପ୍ରଶ୍ନ ପତ୍ର ଗ୍ରହଣ କରିବା ବେଳେ ତାଙ୍କ ସରକାର ଦଇତ୍ୱର ଅବ୍ୟାହତି ଦେଇଥିଲେ ।ଯାହାର ଆଲ କରି ସେ ପିଲାଙ୍କୁ ପ୍ରଶ୍ନ ପତ୍ର ଦେଉନଥିଲେ ।ଫଳରେ ପ୍ରଶ୍ନପତ୍ର ନ ପାଇ ଛାତ୍ରୀମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ। ଏନେଇ ଛାତ୍ରୀମାନେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଫାଟକରେ ତାଲା ପକାଇ ଦେଇଥିଲେ । ସେପଟେ ପ୍ରଶାସନ ର ହସ୍ତକ୍ଷେପ ପରେ ନୂଆ ଅଧକ୍ଷ ଙ୍କୁ ଦାଇତ୍ୱ ଦିଆ ଯାଇଛି ।
Byte -1 ଛାତ୍ରୀ
Byte -2 ଶିବାନୀ ମହାପାତ୍ର , ନୂଆ ଅଧକ୍ଷ ।
Conclusion:
Last Updated : Jul 1, 2019, 4:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.