ETV Bharat / state

ଚାଷୀଙ୍କ ମୁହଁରେ ହସ ଫୁଟାଇଛି ଉଠା ଜଳସେଚନ, ଶସ୍ୟ ଶ୍ୟାମଳା ହୋଇଛି ଟାଙ୍ଗରା ଭୂଇଁ - Irrigation make farmers happy in angul

ଚାଷୀଙ୍କ ମୁହଁରେ ହସ ଫୁଟାଇଛି ଉଠା ଜଳସେଚନ ପ୍ରକଳ୍ପ । ଯେଉଁଠି ଦିନେ ଦୁବ କଅଁଳୁ ନଥିଲା ସେଠି ଆଜି ସୁନାର ଫସଲ । ଏପରି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ । ଅଧିକ ପଢନ୍ତୁ...

ଚାଷୀଙ୍କ ମୁହଁରେ ହସ ଫୁଟାଇଛି ଉଠା ଜଳସେଚନ, ଶସ୍ୟ ଶ୍ୟାମଳା ହୋଇଛି ଟାଙ୍ଗରା ଭୂଇଁ

author img

By

Published : Jun 15, 2020, 9:10 AM IST

Updated : Jun 15, 2020, 9:22 AM IST

ଅନୁଗୋଳ: ଚାଷୀଙ୍କ ମୁହଁରେ ହସ ଫୁଟାଇଛି ଉଠା ଜଳସେଚନ ପ୍ରକଳ୍ପ । ଯେଉଁଠି ଦିନେ ଦୁବ କଅଁଳୁ ନଥିଲା ସେଠି ଆଜି ସୁନାର ଫସଲ । ଟାଙ୍ଗର ଭୁଇଁରେ କଦଳୀ, ପୋଟଳ, ତରଭୁଜ, ବାଇଗଣ, ବାଦାମ ପରି ଅର୍ଥକରୀ ଫସଲ ଉତ୍ପନ୍ନ କରି ଚାଷି ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରି ପାରିଛନ୍ତି । ଏହା କେବଳ ସମ୍ଭବ ହୋଇଛି ଉଠା ଜଳସେଚନ ପ୍ରକଳ୍ପ ଯୋଗୁ ।

ଚାଷୀଙ୍କ ମୁହଁରେ ହସ ଫୁଟାଇଛି ଉଠା ଜଳସେଚନ, ଶସ୍ୟ ଶ୍ୟାମଳା ହୋଇଛି ଟାଙ୍ଗରା ଭୂଇଁ

ଅନୁଗୋଳ ଜିଲ୍ଲାର ଅଧିକାଂଶ ଚାଷୀଙ୍କ ମୁହଁରେ ହସ ଫୁଟାଇଛି ଉଠାଜଳସେଚନ । ଦିନେ ବର୍ଷାର ଅନିୟମିତତା ଯୋଗୁ ଯେଉଁ ଜମି ପଡିଆ ପଡୁଥିଲା ଲୋକେ ପାଣିର ଅଭାବ ଯୋଗୁ ଚାଷ ଠାରୁ ମୁହଁ ଫେରାଇ ନେଇଥିଲେ ଏବେ ସେମାନଙ୍କ ମୁହଁରେ ହସ ଫୁଟାଇଛି ଉଠାଜଳସେଚନ ବ୍ୟବସ୍ଥା । ବର୍ଷ ତମାମ ଫସଲ ଉତ୍ପାଦନରେ ଯେଉଁ ବାଧା ସୃଷ୍ଟି ହୋଇଥିଲା ତାକୁ ପୂରଣ କରିବାରେ ସକ୍ଷମ ହୋଇଛି ଉଠା ଜଳସେଚନ ପ୍ରକଳ୍ପ ।

ବିଭିନ୍ନ ଅଞ୍ଚଳରେ ଚିରସ୍ରୋତା ନଦୀ ନାଳର ପାଣିକୁ ଚାଷ କାର୍ଯ୍ୟରେ ବ୍ୟବହାର କରିପାରିଛନ୍ତି ଅଞ୍ଚଳର ଚାଷୀ । ଫଳାଇ ପାରିଛନ୍ତି ଭଳି କି ଭଳି ପନିପରିବା । ଆଉ ଯାହା ପାଇଁ ବହୁ ଚାଷୀଙ୍କ ସାମାଜିକ ଓ ଆର୍ଥିକ ମାନଦଣ୍ଡରେ ପରିବର୍ତନ ଘଟିଛି ।

ସୂଚନା ଅନୁସାରେ ଜିଲ୍ଲାରେ 881ଟି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଯାହା ଦ୍ବାରା ମୋଟ 22,660ହେକ୍ଟର ଜମି ଜଳସେଚିତ ହୋଇପାରୁଛି । ପୂର୍ବରୁ ସେହି ଜମି ଗୁଡିକ ଜଳସେଚନ ଅଭାବରୁ ପଡିଆ ପଡୁଥିଲା । ଆଜି ବର୍ଷ ତମାମ ବିଭିନ୍ନ ପ୍ରକାର ଫସଲ ଉତ୍ପାଦନ ହୋଇ ପାରୁଛି । ସରକାରଙ୍କ ପକ୍ଷରୁ ଆସନ୍ତା 2021ସୁଦ୍ଧା ଜିଲାରେ ଆହୁରି 35ଟି ପ୍ରକଳ୍ପ ଓ 1100ଟି ଗଭୀର କୂପ ଖନନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।

ଦେଖିବାକୁ ଗଲେ ଉଠା ଜଳସେଚନ ଯୋଗୁ ଜିଲ୍ଲାର ପ୍ରାୟ 40ହଜାରରୁ ଅଧିକ ଚାଷୀ ଉପକୃତ ହେଉଛନ୍ତି । ଉଠା ଜଳସେଚନ ଏବେ ଅନୁଗୋଳ ଜିଲ୍ଲାର ହଜାର ହଜାର ଚାଷୀଙ୍କ ଜୀବନ ବିନ୍ଦୁ ପାଲଟିଛି । ଜଳାଭାବ ଯୋଗୁ ଯେଉଁଠି ଚାଷୀ ଚାଷ ଠାରୁ ମୁହଁ ଫେରାଇଥିଲା ଏବେ ପୁଣି ଚାଷ ପାଇଁ ଆଗଭର ହେଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jun 15, 2020, 9:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.