ETV Bharat / state

ପୋଲିସର କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ, ଉତ୍ତ୍ୟକ୍ତ ଲୋକଙ୍କ ଥାନା ଘେରାଉ

ଖେଳପଡିଆ ଜବରଦଖଲ ଉଚ୍ଛେଦ ବିବାଦରେ ରାତି ଅଧିଆ ଚାରି ଜଣଙ୍କୁ ପୋଲିସ ଉଠେଇ ନେବା ଘଟଣାରେ କେନ୍ଦୁପସି ଗ୍ରାମବାସୀଙ୍କ ଛେଣ୍ଡିପଦା ଥାନା ଘେରାଉ । ଏଥିସହ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ।

ଉତ୍ତ୍ୟକ୍ତ ଲୋକଙ୍କ ଥାନା ଘେରାଉ
ଉତ୍ତ୍ୟକ୍ତ ଲୋକଙ୍କ ଥାନା ଘେରାଉ
author img

By

Published : Jul 27, 2020, 9:23 PM IST

ଅନୁଗୋଳ: ଛେଣ୍ଡିପଦା ଥାନା କେନ୍ଦୁପସି ଗ୍ରାମର ଖେଳପଡିଆ ଜବରଦଖଲ ଉଚ୍ଛେଦ ବିବାଦରେ ରାତି ଅଧିଆ ଚାରି ଜଣଙ୍କୁ ପୋଲିସ ଉଠେଇ ନେବା ଘଟଣାରେ କେନ୍ଦୁପସି ଗ୍ରାମବାସୀଙ୍କ ଛେଣ୍ଡିପଦା ଥାନା ଘେରାଉ । ଏଥିସହ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ।

ଗ୍ରାମବାସୀଙ୍କ କହିବାନୁଯାୟୀ ଜାନୁୟାରୀ ମାସରେ କେନ୍ଦୁପସି ଗ୍ରାମର ସରକାରୀ ଜମି ଜବର ଦଖଲ ଉଚ୍ଛେଦ ଦାବି ନେଇ ଛେଣ୍ଡିପଦା ତହସିଲଦାରଙ୍କ ନିକଟରେ ଦାବି କରାଯାଇଥିଲା । ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା, ପୋଲିସଙ୍କ ଉପସ୍ଥିତିରେ ସରକାରୀ ଜମିକୁ ଜବର ଦଖଲ ଉଚ୍ଛେଦ କରିଥିଲେ । ଉଚ୍ଛେଦର ତିନି ମାସ ପରେ ଗ୍ରାମର କିଛି ଯୁବକ ଉକ୍ତ ସରକାରୀ ଜମିକୁ ପରିଷ୍କାର କରିବା ପାଇଁ ଯାଇଥିବା ବେଳେ ଜବରଦଖଲକାରୀଙ୍କ ମଧ୍ୟରେ ମାଡପିଟ ହୋଇଥିଲା । ଏନେଇ ଉଭୟ ପକ୍ଷ ଥାନାର ଦ୍ବାରସ୍ଥ ହୋଇଥିଲେ ।

ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ଅସନ୍ତୋଷ, ଉତ୍ତ୍ୟକ୍ତ ଲୋକଙ୍କ ଥାନା ଘେରାଉ

ଉକ୍ତ ଘଟଣା ଥାନାରେ ବିଚାର ନକରି ଗ୍ରାମରେ ବିଚାର କରିବା ପାଇଁ ପରାମର୍ଶ ଦେଇ ପୋଲିସ ଗ୍ରାମବାସୀଙ୍କୁ ପଠାଇ ଦେବା ସହିତ ଜବରଦଖଲକାରୀଙ୍କ ଅଭିଯୋଗକୁ ଭିତିକରି ମାମଲା ରୁଜୁ କରିଥିଲେ । ଉକ୍ତ ଘଟଣାର ପୋଲିସ ସରଜମିନ ତଦନ୍ତ ନକରି ରବିବାର ବିଳମ୍ବିତ ରାତିରେ ଗ୍ରାମର ସଭାପତିଙ୍କ ସମେତ ୪ଜଣଙ୍କୁ ଗିରଫ କରିଥିଲେ । ପୋଲିସର ଏପରି କାର୍ଯ୍ୟକୁ ଗ୍ରାମବାସୀ ନିନ୍ଦା କରିବା ସହିତ ଗ୍ରାମର ଶତାଧିକା ମହିଳା ଓ ପୁରୁଷ ଛେଣ୍ଡିପଦା ଥାନାକୁ ଘେରାଉ କରି ଥାନା ସମୁଖରେ ଧାରଣାରେ ବସିଥିଲେ ।

ଗିରଫ ବ୍ୟକ୍ତିଙ୍କୁ ତୁରନ୍ତ ଛାଡିବା ସହିତ ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ । ତେବେ ଦୀର୍ଘ ସମୟ ପରେ ପୋଲିସ ବହୁ ବୁଝାସୁଝା କରି ସେମାନଙ୍କୁ ଧାରଣାରୁ ଉଠାଇଥିଲା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.