ETV Bharat / sports

Tokyo Olympics: ଜାଣନ୍ତୁ ଆଜି ଇଭେଣ୍ଟରେ କେମିତି ଥିଲା ଭାରତର ପ୍ରଦର୍ଶନ

ନଜର ପକାନ୍ତୁ ଶୁକ୍ରବାର କ’ଣ କ’ଣ ରହିଥିଲା ଭାରତର ଇଭେଣ୍ଟ । ଆଉ କେମିତି ଥିଲା ଭାରତର ପ୍ରଦର୍ଶନ...

Team India action today, Team inda in tokyo olympics,  କେମିତି ଥିଲା ଭାରତର ପ୍ରଦର୍ଶନ, ଆଜି ଇଭେଣ୍ଟ, ଟୋକିଓ ଅଲମ୍ପିକ୍ସ
Tokyo Olympics: ଜାଣନ୍ତୁ ଆଜି ଇଭେଣ୍ଟରେ କେମିତି ଥିଲା ଭାରତର ପ୍ରଦର୍ଶନ
author img

By

Published : Jul 30, 2021, 10:33 PM IST

ଟୋକିଓ: ଭାରତ ପାଇଁ ଆଶା ନିରାଶାର ମିଶ୍ରଣ ଥିଲା ଶୁକ୍ରବାରର Tokyo Olympics । କିଛି ଇଭେଣ୍ଟରେ ମିଳିଥିଲା ବିଜୟ ଆଉ କିଛି ଇଭେଣ୍ଟରେ ପୁଣି ଭାରତ ହାତରେ ହାସିଲା ପରାଜୟ । ବ୍ୟାଡମିଣ୍ଟନ, ବକ୍ସିଂ, ହକି ଆଦିରେ ଖୁବ୍‌ ଭଲ ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳି । ସେପଟେ ଆଥଲେଟିକ୍ସରେ ନିରାଶ କରିଛନ୍ତି ଭାରତୀୟ ଆଥଲେଟ ।

ତେବେ ନଜର ପକାନ୍ତୁ ଶୁକ୍ରବାର କ’ଣ କ’ଣ ରହିଥିଲା ଭାରତର ଇଭେଣ୍ଟ ଆଉ କେମିତି ଥିଲା ଭାରତର ପ୍ରଦର୍ଶନ:-

ବକ୍ସିଂ: ଲଭଲିନା ବର୍ଗୋହେନ ଭାରତ ପାଇଁ ଦ୍ବିତୀୟ ପଦକ ପକ୍କା କରିଛନ୍ତି । ପୂର୍ବତନ ବିଶ୍ବ ଚାମ୍ପିୟନ ତାଇପେଇଙ୍କୁ ୪.୧ ରେ ପରାସ୍ତ କରି ସେମିଫାଇନାଲକୁ ହେଲେ ଉତିର୍ଣ୍ଣ ।

ସିମରନଜିତ କୌର ୬୦ କିଗ୍ରା ଦ୍ବିତୀୟ ପର୍ଯ୍ୟାୟରେ ଥାଇ ପ୍ରତିପକ୍ଷ ଠାରୁ ୫-୦ ରେ ପରାସ୍ତ ହୋଇଛନ୍ତି ।

ବ୍ୟାଡମିଣ୍ଟନ: (ମହିଳା ଏକକ ବର୍ଗ)- ଆକାନେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ ସେଟରେପରାସ୍ତ କରି ସେମିଫାଇନାଲରେ ପହଁଞ୍ଚିଛନ୍ତି ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ ।

ତୀରନ୍ଦାଜୀ: (ମହିଳା ବ୍ୟକ୍ତିଗତ ପ୍ରି-କ୍ବାର୍ଟର ଫାଇନାଲ)- ରାଉଣ୍ଢ ଅଫ୍‌ ୧୬ ଜିତିବା ପରେ କ୍ବାର୍ଟର ଫାଇନାଲରେ କୋରିଆର ଟପ୍‌ ସିଡ୍‌ ତୀରନ୍ଦାଜ ଆନ୍‌ ସେନ୍‌ଙ୍କ ଠାରୁ 0-6 ରେ ହୋଇଛନ୍ତି ପରାସ୍ତ ।

ଶୁଟିଂ: (୨୫ ମିଟର ପିଷ୍ଟଲ) ମନୁ ଭାକର ଓ ରାହି ସୋର୍ନୋବତ ଫାଇନାଲକୁ ଉତିର୍ଣ୍ଣ ହେବାରୁ ବଞ୍ଚିତ । ୫୮୨ ଅଙ୍କ ସହ ୧୫ତମ ସ୍ଥାନରେ ରହିଲେ ମନୁ ଭାକର ୫୭୩ ପଏଣ୍ଟ ସହ ୩୨ ତମ ସ୍ଥାନରେ ସର୍ନୋବତ ।

ହକି: (ପୁରୁଷ ପୁଲ-ଏ ମ୍ୟାଚ)- ଜାପାନକୁ ୫-୩ ଗୋଲରେ ପରାସ୍ତ କରି ନିଜ ପୁଲର ଦ୍ବିତୀୟ ସ୍ଥାନରେ ରହିଲା ଭାରତ । ଅଗଷ୍ଟ ୧ ତାରିଖରେ ଗ୍ରେଟ ବ୍ରିଟେନ ସହ ଖେଳିବ କ୍ବାର୍ଟର ଫାଇନାଲ ।

ହକି: (ମହିଳା ପୁଲ-ଏ ମ୍ୟାଚ)- ଆୟରଲାଣ୍ଡକୁ ୧-୦ ରେ ପରାସ୍ତ କଲା ଭାରତୀୟ ମହିଳା ହକି ଟିମ । ବର୍ତ୍ତମାନ ନିଜ ପୁଲର ୫ମ ସ୍ଥାନରେ ରହିଛି । କ୍ବାର୍ଟର ଫାଇନାଲ ଆଶା ଏବେ ମଧ୍ୟ ଉଜ୍ଜୀବିତ ।

ଆଥଲେଟିକ୍ସ: (ପୁରୁଷ ୩୦୦୦ ମିଟର ଷ୍ଟିପଲଚେସ, ପ୍ରଥମ ରାଉଣ୍ଡ)- ଅଭିନାଶ ସେବଲ ୮.୧୮.୧୨ ସମୟରେ ଦୌଡ଼ ସମାପ୍ତ କରି ନୂତନ ନ୍ୟାସନାଲ ରେକର୍ଡ କରିଛନ୍ତି ଓ ନିଜ ହିଟ୍‌ରେ ୭ମ ସ୍ଥାନରେ ରହିଥିଲେ । ତେବେ ୪୪ ଆଥଲେଟଙ୍କ ମଧ୍ୟରୁ ୧୩ ତମ ସ୍ଥାନରେ ରହି ଫାଇନାଲରୁ ବଞ୍ଚିତ ହୋଇଛନ୍ତି ।

ଆଥଲେଟିକ୍ସ: (ପୁରୁଷ ୪୦୦ ମିଟର ହଡଲ୍ସ, ପ୍ରଥମ ରାଉଣ୍ଡ)- M.P ଜବୀର ନିଜ ହିଟରେ ୭ମ ସ୍ଥାନରେ ରହିଥିଲେ । ୩୬ ଆଥଲେଟଙ୍କ ମଧ୍ୟରୁ ୩୩ତମ ସ୍ଥାନରେ ରହି ସେମିଫାଇନାଲ ଖେଳିବାରୁ ବଞ୍ଚିତ ।

ଆଥଲେଟିକ୍ସ: (ମହିଳା ୧୦୦ ମିଟର ହିଟ୍‌)- ୫୪ ଆଥଲେଟଙ୍କ ମଧ୍ୟରେ ୫୪ତମ ସ୍ଥାନରେ ରହିଲେ ଦୂତି ଚାନ୍ଦ । ନିଜ ହିଟ୍‌ର ୮ ଜଣ ଆଥଲେଟଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ଦୂତି । ୧୧.୫୪ ସେକେଣ୍ଡ ନେଇ ଦୂତି ଦୌଡ଼ ଶେଷ କରିଥିଲେ ।

ଆଥଲେଟିକ୍ସ: (ମିଶ୍ରିତ ୪x୪୦୦ ରିଲେ ରେସ୍‌ ପ୍ରଥମ ରାଉଣ୍ଡ)- ବାଦ ପଡ଼ିଲ ଭାରତୀୟ ଟିମ୍‌ (ୟାହିୟା, ରେବତୀ, ଶୁଭ, ଆରୋକିଆ) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.