ETV Bharat / sports

Tokyo Olympics day 4 review: ଭାରତ ପାଇଁ ନୈରାଶ୍ୟଜନକ ରହିଲା ଚତୁର୍ଥ ଦିନ

ଟୋକିଓ ଅଲମ୍ପିକ୍ସର ଚତୁର୍ଥ ଦିନ ମଧ୍ୟ ଭାରତ ପାଇଁ ନୈରାଶ୍ୟ ଜନକ ରହିଥିଲା । ଚତୁର୍ଥ ଦିନରେ ଭାରତକୁ ପ୍ରାୟ ସମସ୍ତ ଇଭେଣ୍ଟରେ ପରାଜିତ ହେବାକୁ ପଡ଼ିଛି । ଅଧିକ ପଢ଼ନ୍ତୁ...

Tokyo Olympics day 4 review : ଭାରତ ପାଇଁ ନୈରାଶ୍ୟଜନକ ରହିଲା ଚତୁର୍ଥ ଦିନ

author img

By

Published : Jul 26, 2021, 9:02 PM IST

ଟୋକିଓ: ଟୋକିଓ ଅଲମ୍ପିକ୍ସର ଚତୁର୍ଥ ଦିନ ମଧ୍ୟ ଭାରତ ପାଇଁ ନୈରାଶ୍ୟ ଜନକ ରହିଥିଲା । ଚତୁର୍ଥ ଦିନରେ ଭାରତକୁ ପ୍ରାୟ ସମସ୍ତ ଇଭେଣ୍ଟରେ ପରାଜିତ ହେବାକୁ ପଡ଼ିଛି । ପ୍ରଥମେ ବ୍ୟାଟମିଣ୍ଟନ ମ୍ୟାଚରେ ଭାରତର ଡବଲ୍ସ ଯୋଡ଼ି ସାତ୍ବିକ ସାଇରାଜ ରେଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀଙ୍କୁ ମିନିଅନସର ଫର୍ନାଲ୍ଡି ଗିଡନ ଓ କେଭିନ ସଞ୍ଜୟ ସୁକାମୁଲଜିଓଙ୍କ ଠାରୁ ପରାଜିତ ହେବାକୁ ପଡ଼ିଥିଲା ।

ଏହାପରେ ଟେନିସରେ ମଧ୍ୟ ସୁମିତ ନାଗଲଙ୍କୁ ବିଶ୍ବର ଶୀର୍ଷ ଖେଳାଳି ଡାନିଲ ମେଡେଭଡେଭଙ୍କଠାରୁ ପରାସ୍ତ ହୋଇଥିଲେ । ଦୁଇଟି ସେଟ୍ ୨-୬, ୨-୬ରେ ସୁମିତ ନାଗଲ ପରାଜିତ ହୋଇଛନ୍ତି । ସୁଟିଂ ସ୍କିଟ୍ ଇଭେଣ୍ଟରେ ମଧ୍ୟ ଭାରତର ଦୁଇ ସୁଟର ଅଙ୍ଗଦ ବାଜୱା ଓ ମୈରାଜ ଅହମ୍ମଦ ଫାଇନାଲ ପାଇିଁ କ୍ବାଲିଫାଇ କରି ପାରିନଥିଲେ । ବାଜୱା ୧୨୦ ପଏଣ୍ଟ ସହ ୧୮ତମ ସ୍ଥାନରେ ରହିଥିଲେ । ସେପଟେ ମୈରାଜ ମଧ୍ୟ ୧୧୭ ପଏଣ୍ଟ ସହ ୨୫ତମ ସ୍ଥାନରେ ରହିଥିଲେ ।

ତୀରନ୍ଦାଜର ଟିମ୍ ଇଭେଣ୍ଟରେ ମଧ୍ୟ ଭାରତୀୟ ଦଳ କୌଣସି କମାଲ କରି ପାରିନଥିଲା । ଅତନୁ ଦାସ, ପ୍ରବୀଣ ଯାଦବ, ତରୁଣଦୀପ ରାୟ ଶକ୍ତିଶାଳୀ ଦକ୍ଷିଣ କୋରିଆ ଦଳଠାରୁ ପରାଜିତ ହୋଇଥିଲା । ଭାରତୀୟ ଦଳ ପ୍ରଥମ ରାଉଣ୍ଡରେ କଜାଖାସ୍ତାନ ବିପକ୍ଷରେ ବିଜୟ ହାସଲ କରିଥିଲା ।

ସେହିଭଳି ଟେବୁଲ ଟେନିସର ତୃତୀୟ ରାଉଣ୍ଡରେ ମନିକା ବାତ୍ରା ୦-୪ରେ ପରାଜିତ ହୋଇଥିଲେ । ସେପଟେ ପୁରୁଷ ବିଭାଗର ଦ୍ବିତୀୟ ରାଉଣ୍ଡରେ ଶରତ କମଲ ୪-୨ରେ ବିଜୟ ହାସଲ କରିଛନ୍ତି । ଏହାପରେ ସୁତୀର୍ଥା ମୁଖାର୍ଜୀ ମଧ୍ୟ ୦-୪ରେ ଦ୍ବିତୀୟ ରାଉଣ୍ଡରୁ ବିଦାୟ ନେଇଥିଲେ ।

ବକ୍ସିଂରେ ଭାରତୀୟ କ୍ରୀଡ଼ାବିତ ଆଶିଷ କୁମାର ୦-୫ରେ ପରାଜିତ ହୋଇଛନ୍ତି । ସେ ପ୍ରଥମ ରାଉଣ୍ଡରେ ପରାଜିତ ହୋଇଛନ୍ତି । ଭାରତୀୟ ଦଳର ଫେନ୍ସିଂ କ୍ରୀଡ଼ାବିତ୍ ଭବାନୀ ଦେବୀ ପ୍ରଥମ ରାଉଣ୍ଡରେ ବିଜୟ ହାସଲ କରିଥିବା ବେଳେ ଦ୍ବିତୀୟ ରାଉଣ୍ଡରେ ପରାଜିତ ହୋଇ ନିଜ ଅଭିଯାନ ଶେଷ କରିଛନ୍ତି ।

ସ୍ବିମିଂ ବଟରଫ୍ଲାଏ ୨୦୦ ମିଟର ଇଭେଣ୍ଟରେ ସାଜନ ପ୍ରକାଶ ୩୮ ଆଥଲେଟଙ୍କ ମଧ୍ୟରେ ୨୪ତମ ସ୍ଥାନରେ ରହଛନ୍ତି । ସେ ମାତ୍ର ୧.୫୭ ମିନିଟରେ ଏହି ଦୂରତା ଅତିକ୍ରମ କରିଥିଲେ । ସେପେଟ ଭାରତୀୟ ମହିଳା ହକି ଦଳ ମଧ୍ୟ ଜର୍ମାନୀଠାରୁ ୦-୨ ଗୋଲରେ ପରାଜିତ ହୋଇଛି । ପୁଲ-ଏ'ରେ ଭାରତୀୟ ମହିଳା ହକି ଦଳ ତାର ଦ୍ବିତୀୟ ମ୍ୟାଚ ଖେଳୁଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.