ETV Bharat / sports

Tokyo Olympics: ସେମିରେ ହାରିଲେ ଜୋକଭିକ, ଅଲମ୍ପିକ୍‌ରୁ ବାହାର - ଟୋକିଓ ଅଲମ୍ପିକ ୨୦୨୦

ପରାଜୟ ସହ ଟୋକିଓ ଅଲମ୍ପିକରୁ ବାଦ ପଡିଲେ ବିଶ୍ବର ନମ୍ବର ୧ ଟେନିସ ଖେଳାଳି ନୋଭାକ ଜୋକଭିକ । ଅଧିକ ପଢନ୍ତୁ...

TENNIS PLAYER NOVAK DJOKOVIC LOST IN THE SEMI FINALS
Tokyo Olympics: ସେମିରେ ହାରିଲେ ଜୋକଭିକ, ଅଲମ୍ପିକ୍‌ରୁ ବାହାର
author img

By

Published : Jul 30, 2021, 5:31 PM IST

ଟୋକିଓ: ଚଳିତ ଟୋକିଓ ଅଲମ୍ପିକ ୨୦୨୦ରେ ଟେନିସ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ବଡଧରଣର ଓଲଟପାଲଟ ଦେଖିବାକୁ ମିଳିଛି । ବିଶ୍ବର ନମ୍ବର ୧ ଟେନିସ ଖେଳାଳି ନୋଭାକ ଜୋକଭିକଙ୍କୁ ସେମିଫାଇନାଲରେ ପରାଜୟ ମିଳିଛି । ଏହି ପରାଜୟ ସହ ସେ ଟୋକିଓ ଅଲମ୍ପିକରୁ ବାହାର ହୋଇଛନ୍ତି ।

ସେମିଫାଇନାଲ ମୁକାବିଲାରେ ଜର୍ମାନୀର ଆଲେକଜାଣ୍ଡର ଜର୍ଭ, ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଜୋକଭିକଙ୍କୁ ୧-୬, ୬-୩,୬-୧ ସେଟ୍‌ରେ ହରାଇଛନ୍ତି । ଫଳରେ ଜୋକଭିକ ଗୋଟିଏ ବର୍ଷରେ ଗୋଲ୍ଡେନ ସ୍ଲାମ(ସମସ୍ତ ୪ଟି ଗ୍ରାଣ୍ଡ ସ୍ଲାମ ଓ ଅଲମ୍ପିକ ଗୋଲ୍ଡ) ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି ।

ଜୋକଭିକ ପ୍ରଥମ ସେଟ୍‌ରେ ଭଲ ପ୍ରଦର୍ଶନ ସହ ୬-୧ରେ ବିଜୟୀ ହୋଇଥିଲେ । ମାତ୍ର ପରବର୍ତ୍ତୀ ଦୁଇଟି ସେଟ୍‌ରେ ସର୍ବିୟା ଟେନିସ ଷ୍ଟାରଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହାପରେ ସେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ଜୋକଭିକ ଚଳିତ ବର୍ଷ ଅଷ୍ଟ୍ରେଲିଆନ ଓପନ, ଫ୍ରେଞ୍ଚ ଓପନ, ୱିମ୍ବଲଡନ ଚମ୍ପିଆନ ରହିସାରିଥିବାବେଳେ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ୟୁଏସ ଓପନରେ ନଜର ଆସିବେ । ପୂର୍ବରୁ ଶୀର୍ଷ ମାନ୍ୟତାର ଖେଳାଳି ଆସଲେ ବାର୍ଟି, ନାଓମି ଓସାକା ମଧ୍ୟ ଅଲମ୍ପିକରୁ ବାଦ୍‌ ପଡିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.