ନାଇରୋବି: କେନିଆ ଆଥଲେଟିକ୍ସକୁ ବଡ ଝଟକା। ଦୁଇ ଥରର ଅଲମ୍ପିକ 800 ମିଟର ଚମ୍ପିଆନ ଡେଭିଡ ରୁଧିସା ଆହତ ।
ଗୋଡରେ ଆଘାତ ଯୋଗୁଁ ରୁଧିସାଙ୍କ ଏକ ସର୍ଜରୀ କରାଇଛନ୍ତି। ଫଳରେ 12ରୁ 16 ସପ୍ତାହ ପର୍ଯ୍ୟନ୍ତ ଅଲମ୍ପିକ ପ୍ରସ୍ତୁତିରରୁ ବାଦ ପଡିବାର ସମ୍ଭାବନା ରହିଛି ।
ଏନେଇ ପରିଚାଳକ କମ୍ପାନୀ ପକ୍ଷରୁ ଏକ ଘୋଷଣାନାମାରେ କୁହାଯାଇଛି । କେନିଆର ଟିମ ଡକ୍ଟର ଓ ଅର୍ଥପେଡିକ ସର୍ଜନଙ୍କ ଏକ ଟିମ ରୁଧିସାଙ୍କ ସର୍ଜରୀ କରାଇଛନ୍ତି । ମେ 19ରେ ରୁଧିସା 2012 ଲଣ୍ଡନ ଅଲମ୍ପିକ୍ସରେ ବିଶ୍ବ ରେକର୍ଡ ସହ 1:40.91 ସମୟ ସହ ଚମ୍ପିଆନ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ