ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଚାରି ଦିନିଆ ଜାତୀୟ ପାରା ଆଥଲେଟିକସ ଚାମ୍ପିୟନସିପ ଉଦ୍ଯାପିତ ହୋଇଛି । ଏହି ଚମ୍ପିୟାନସିପରେ ଆୟୋଜକ ଓଡିଶାକୁ ୪ଟି ସ୍ବର୍ଣ୍ଣ ସମେତ ମୋଟ ୬ଟି ମେଡାଲରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଓଡିଶା ପାଇଁ ଜୟନ୍ତୀ ବେହେରା ଏକାକୀ ୩ଟି ସ୍ବର୍ଣ୍ଣ ପଦକ ଜିତି ଶ୍ରେଷ୍ଠ ଆଥଲେଟ୍ ବିବେଚିତ ହୋଇଛନ୍ତି । ଅଂଶଗ୍ରହଣ କରିଥିବା ୩ଟି ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିବା ଜୟନ୍ତୀ ନିଜ ପ୍ରଦର୍ଶନ ପାଇଁ ଖୁସି ଜାହିର କରିଛନ୍ତି । ଏଥି ସହିତ ଏସିଆନ ଗେମ୍ସରେ ରାଜ୍ୟ ପାଇଁ ପଦକ ଜିଣିବାକୁ ଲକ୍ଷ୍ୟ ରଖିଛନ୍ତି ।
ଅନ୍ୟପଟେ ହରିୟାଣା ଦଳଗତ ଚାମ୍ପିୟନ ହୋଇଥିବା ବେଳେ ଦିଲ୍ଲୀ ରନର୍ସଅପ୍ ହୋଇଛି । ଉତ୍ତର ପ୍ରଦେଶ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛି । ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପର ଉଦଯାପନୀ ଉତ୍ସବରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଫଗାନ ସିଂ କୁଲସ୍ତେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ