ETV Bharat / sports

କମନୱେଲ୍‌ଥ ଗେମ୍ସ ଯୋଗ୍ୟତା ହାସଲ କଲେ ମୀରାବାଇ ଚାନୁ - ମୀରାବାଇ ଚାନୁଙ୍କ ଲାଟେଷ୍ଟ ଖବର

କମନୱେଲ୍‌ଥ ଗେମ୍ସ ୨୦୨୨ ପାଇଁ ଯୋଗ୍ୟତା ଅର୍ଜନ କଲେ ଭାରତୀୟ ଅଲମ୍ପିଆନ ବକ୍ସର ମୀରାବାଇ ଚାନୁ । ସିଙ୍ଗାପୁରରେ ଚାଲିଥିବା ଅନ୍ତର୍ଜାତୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ମୀରାବାଇ । ଅଧିକ ପଢ଼ନ୍ତୁ

କମନୱେଲ୍‌ଥ ଗେମ୍ସ ଯୋଗ୍ୟତା ହାସଲ କଲେ ମୀରାବାଇ ଚାନୁ

author img

By

Published : Feb 25, 2022, 7:18 PM IST

ନୂଆଦିଲ୍ଲୀ: କମନୱେଲ୍‌ଥ ଗେମ୍ସ ୨୦୨୨ ପାଇଁ ଯୋଗ୍ୟତା ଅର୍ଜନ କଲେ ଭାରତୀୟ ଅଲମ୍ପିଆନ ବକ୍ସର ମୀରାବାଇ ଚାନୁ । ସିଙ୍ଗାପୁରରେ ଚାଲିଥିବା ଅନ୍ତର୍ଜାତୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ମୀରାବାଇ । ଏହାପରେ ସେ କମନୱେଲ୍‌ଥ ଗେମ୍ସ ୨୦୨୨ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।

ଏହି ପ୍ରତିଯୋଗିତାର ୫୫ କେଜି ବର୍ଗରେ ପଦକ ହାସଲ କରିଛନ୍ତି ମୀରାବାଇ । ପ୍ରଥମ ରାଉଣ୍ଡରେ ସେ ୮୬ କେଜି ଭାରୋତ୍ତଳନ କରିଥିଲେ । ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ସେ ୧୦୫ କେଜି ଭାରୋତ୍ତଳନ କରି ପୋଡିୟମର ଟପ୍‌ରେ ଛିଡ଼ା ହେବାକୁ ସକ୍ଷମ ହୋଇ ପାରିଛନ୍ତି ।

ଟୋକିଓ ଅଲମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ ମୀରାବାଇ ଚାନୁ । ୪୯ କେଜି ବର୍ଗରେ ସେ ସଂଘର୍ଷ ରକି ରୌପ୍ୟ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଥିଲେ । ଏହାପରେ ମଧ୍ୟ କଡ଼ା ପରିଶ୍ରମ ଜାରି ରଖିଛନ୍ତି । ଯାହାଫଳରେ ସେ ସିଙ୍ଗାପୁରରେ ଚାଲିଥିବା ଅନ୍ତର୍ଜାତୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ପଦକ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.