ETV Bharat / sports

ଜନ୍ମମାଟିରେ ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦ ଭଗତ

ଦେଶର ତାରକା ପାରାବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇବା ପରେ ପ୍ରଥମ ଥର ନିଜ ଜନ୍ମମାଟି ଅତାବିରାରେ ପହଞ୍ଚିଛନ୍ତି |

ଫଟୋ ସୌଜନ୍ୟ: ସମ୍ବାଦଦାତା ବରଗଡ
author img

By

Published : Oct 3, 2019, 10:30 PM IST

ବରଗଡ: ଦେଶର ତାରକା ପାରାବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇବା ପରେ ପ୍ରଥମ ଥର ନିଜ ଜନ୍ମମାଟି ଅତାବିରାରେ ପହଞ୍ଚିଛନ୍ତି | ଏହି ଖବର ପାଇ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଖୁସିର ଲହରି ଖେଳିଯାଇଥିଲା | ପ୍ରମୋଦଙ୍କୁ ଭେଟିବା ପାଇଁ ସ୍ଥାନୀୟ ଲୋକଙ୍କ ଖୁବ ଭିଡ ଜମିଥିଲା |

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବରଗଡ

ରାଜ୍ୟ ତଥା ଦେଶର ଗୌରବ ପ୍ରମୋଦଙ୍କୁ ସମ୍ବଲପୁରରେ ଶହଶହ ଲୋକେ ଅପେକ୍ଷା କରି ରହିଥିଲେ । ଜନ୍ମମାଟିରେ ପହଞ୍ଚିବା ପରେ ତାଙ୍କୁ ସ୍ଵାଗତ ଜଣାଇ ସମ୍ବଲପୁର ଠାରୁ ଅତାବିରା ପର୍ଯ୍ୟନ୍ତ ଏକ ବାଇକ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା | ପ୍ରମୋଦ ଅତାବିରାରେ ପହଞ୍ଚି ପ୍ରଥମେ ମନ୍ଦିରକୁ ଯାଇ ମା ଦୂର୍ଗାଙ୍କୁ ଦର୍ଶନ କରିଥିଲେ | ସେଠାରେ ଅତାବିରା NAC ଓ ସ୍ଥାନୀୟ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ପ୍ରମୋଦ ଭଗତ ସ୍ଵିଜରଲ୍ୟାଣ୍ଡର ବାସେଲ ଠାରେ ହୋଇଥିବା ବିଶ୍ବ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଦେଶ ପାଇଁ ଦୁଇଟି ସ୍ଵର୍ଣ୍ଣ ପଦକ ଜିତିଥିଲେ । ସାରା ଦେଶ ପ୍ରମୋଦଙ୍କର ଉଚ୍ଚ କୋଟିର ପ୍ରଦର୍ଶନ ପାଇଁ ଗର୍ବିତ ହୋଇଛି । ଚଳିତ ବର୍ଷ ଜାତୀୟ କ୍ରୀଡା ଦିବସରେ ସମ୍ମାନଜନକ ଅର୍ଜୁନ ପୁରସ୍କାର ଓ ରାଜ୍ୟରେ କ୍ରୀଡାକ୍ଷେତ୍ରରେ ଶ୍ରେଷ୍ଠ ପୁରସ୍କାର ବିଜୁ ପଟ୍ଟନାୟକ ଖେଳ ସମ୍ମାନରେ ପ୍ରମୋଦ ସମ୍ମାନିତ ହୋଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ରାଜ୍ୟର ଜଣାଶୁଣା ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇବା ପରେ ପ୍ରଥମ ଥରପାଇଁ ପହଞ୍ଚିଛନ୍ତି ନିଜ ଜନ୍ମ ମାଟି ଅତାବିରାକୁ | ସେ ଭୁବନେଶ୍ଵରରୁ ସମ୍ବଲପୁରକୁ ଆଜି ଆସି ପହଞ୍ଚିଲା ପରେ ଅତାବିରା ବାସିନ୍ଦା ତାଙ୍କୁ ସ୍ଵାଗତ ଜଣାଇ ସମ୍ବଲପୁର ଠାରୁ ଅତାବିରା ପର୍ଯ୍ୟନ୍ତ ଏକ ବାଇକ ଶୋଭାଯାତ୍ରା କରିଥିଲେ | ପ୍ରମୋଦ ଭଗତ ଅତାବିରା ପହଞ୍ଚିବା ମାତ୍ରେ ପ୍ରଥମେ ଅତାବିରାର ଦୂର୍ଗା ମନ୍ଦିରକୁ ଯାଇ ମାଁ ଦୂର୍ଗାଙ୍କ ଦର୍ଶନ କରିଥିଲେ | ସେଠାରେ ତାଙ୍କୁ ସ୍ଥାନୀୟ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା |
Body:ପ୍ରମୋଦ ଭଗତ ସ୍ଵିଜରଲେଣ୍ଡ ର ବାସେଲ ଠାରେ ହେଉଥିବା ୱାର୍ଲ୍ଡ ପାରା ବ୍ୟାଡମିଣ୍ଟନ ଚମ୍ପିୟାନଶିପ ରେ ଯୋଗେ ଦେଇ ଦେଶ ପାଇଁ ଦୁଇଗୋଟି ସ୍ଵର୍ଣ୍ଣ ପଦକ ଆଣିଥିବା ବେଳେ ଦିଲ୍ଲୀରେ ତାଙ୍କୁ ଅର୍ଜୁନ ପୁରସ୍କାର ମଧ୍ୟ ଦିଆଯାଇଥିଲା |ଆଜି ସାରା ଦେଶ ପ୍ରମୋଦଙ୍କର ଉଚ୍ଚ କୋଟିର ଖେଳ ପ୍ରଦର୍ଶନ ଉପରେ ଗର୍ବିତ ଅନୁଭବ କରୁଛି | ତେବେ ପ୍ରମୋଦ ଭଗତ ବରଗଡ ଜିଲ୍ଲା ଅତାବିରା ର ହୋଇଥିବା ବେଳେ ଅର୍ଜୁନ ପୁରସ୍କାର ପାଇବା ପରେ ଆଜି ପ୍ରଥମ ଥର ଅତାବିରା ଆସିଛନ୍ତି | ତେବେ ପ୍ରମୋଦଙ୍କ ଅତାବିରା ଆସିବା ଖବର ପାଇ ଅତାବିରା ଅଞ୍ଚଳ ବାସୀଙ୍କ ମନରେ ଖୁଶିର ଲହରୀ ଖେଳିଯାଇଥିଲା | ପ୍ରମୋଦ ଙ୍କୁ ଭେଟିବା ପାଇଁ ସ୍ଥାନୀୟ ଲୋକଙ୍କ ଖୁବ ଭିଡ ଜମିଥିଳା | ଅତାବିରା NAC ପକ୍ଷରୁ ପ୍ରମୋଦ ଭଗତ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ସ୍ଥାନୀୟ ଜନସାଧାରଣ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ |
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.