ETV Bharat / sports

ଅଲମ୍ପିକ ମହିଳା ହକି ସେମିରେ ଭାରତ, ଗୋଲକିପର୍‌ ସବିତାଙ୍କ ଗାଁରେ ଉତ୍ସବ

ବିଶ୍ବ ଚମ୍ପିଆନ ଅଷ୍ଟ୍ରେଲିଆକୁ ହରାଇ ଅଲମ୍ପିକ ହକି ସେମିଫାଇନାଲରେ ପ୍ରବେଶ କରି ଟୋକିଓରେ ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ । ଅଧିକ ପଢନ୍ତୁ...

It's celebration time in Savita Punia's native village in Rajasthan
ଅଲମ୍ପିକ ମହିଳା ହକି ସେମିରେ ଭାରତ, ଗୋଲକିପର୍‌ ସବିତାଙ୍କ ଗାଁରେ ଉତ୍ସବ
author img

By

Published : Aug 3, 2021, 1:07 PM IST

ଜୟପୁର: ଭାରତୀୟ ମହିଳା ହକି ଟିମ ଅଲମ୍ପିକ ହକି ଇତିହାସରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରି ଟୋକିଓରେ ଇତିହାସ ରଚିଛି । ଏହି ଐତିହାସିକ ସଫଳତା ପରେ ଗୋଲକିପର ସବିତା ପୁନିଆଙ୍କ ପରିବାରରେ ଖୁସିର ଲହରୀ । ବିଶ୍ବ ଚମ୍ପିଆନ ଅଷ୍ଟ୍ରେଲିଆକୁ ହରାଇ ଭାରତ ସେମିରେ ପ୍ରବେଶ କରିବା ଖୁସିରେ ସବିତାଙ୍କ ରାଜସ୍ଥାରର ହନୁମାନଗଡ ଜିଲ୍ଲାରେ ଥିବା ଗ୍ରାମରେ ଉତ୍ସବର ମାହୋଲ ରହିଛି ।

କ୍ବାର୍ଟରଫାଇନାଲ ମୁକାବିଲାରେ ଗୋଲକିପର ସବିତା ଜବରଦସ୍ତ ପ୍ରଦର୍ଶନ କରିଥିଲେ । ପ୍ରତିପକ୍ଷ କଙ୍ଗାରୁ ଖେଳାଳି ଗୋଲ୍‌ କରିବାକୁ ବାରମ୍ବାର ଆକ୍ରମଣ କରିଥିଲେ । ମାତ୍ର ଭାରତର ବିଜୟ ସୁରକ୍ଷିତ କରିବାକୁ ସବିତା ପାଚେରୀ ଭଳି ସେମାନଙ୍କ ସମସ୍ତ ପ୍ରୟାସକୁ ପ୍ରତିହତ କରିଥିଲେ । ଏହି ପ୍ରଦର୍ଶନ ପରେ ହକି ଇଣ୍ଡିଆ ତାଙ୍କୁ 'The Wall' ର ନୂଆ ଅବତାରରେ ସମ୍ବୋଧନ କରିଛି ।

ସବିତା ଅତି ଯତ୍ନର ସହିତ ସ୍ଥିର ରହିବା ସହ ନିଜର ଗୋଲ୍‌ ରୋକିବା କାମ ଚତୁରତାର ସହ କରିନେବା ପରେ ସଫଳତା ପାଇଁ ଉତ୍ସବ ମନାଇଛନ୍ତି ପରିବାର ଓ ଗ୍ରାମାବାସୀ ।ହନୁମାନଗଡ ଜିଲ୍ଲାର ଭଦ୍ରା ତହସିଲ ଅନ୍ତର୍ଗତ ଝାନସାଲ ଗ୍ରାମରେ ତାଙ୍କର ସଂପୂର୍ଣ୍ଣ ପରିବାର ରହୁଛନ୍ତି ।ସବିତାଙ୍କ ଅଙ୍କଲ୍‌ ଓମପ୍ରକାଶ ପୁନିଆ କହିଛନ୍ତି, ''ତାଙ୍କର ପିତା ମହେନ୍ଦ୍ର ସିଂହ ଏହି ଗ୍ରାମରେ ଜନ୍ମ ହୋଇଛନ୍ତି ଓ ବଡ ହୋଇଛନ୍ତି । ଜେଜେବାପା, ଦାଦା, ଖୁଡି ସମସ୍ତେ ଏଠାରେ ରୁହନ୍ତି ।"

2019ରେ ସବିତା ଶେଷ ଥର ପାଇଁ ଗାଁକୁ ଯାଇଥିଲ ଓ ଗ୍ରାମବାସୀ ତାଙ୍କୁ ଏକ ରୂପାର ହକି ଉପହାର ଦେଇଥିଲେ । ଝାନସାଲ ସରପଞ୍ଚ ତଥା ସବିତାଙ୍କ ଅଙ୍କଲ୍‌ ଏହା କହିଛନ୍ତି ।କ୍ବାର୍ଟରଫାଇନାଲ ମୁକିବାଲରେ ଭାରତ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ସେମିରେ ପ୍ରବେଶ କରିଛି । ଗୋଲ୍‌ କରିବାକୁ ଅଷ୍ଟ୍ରେଲିଆର ସମସ୍ତ ଆକ୍ରମଣକୁ ରୋକିବା ସହ ଭରାତ ବିଜୟ ସୁନିଶ୍ଚିନ୍ତ କରିଥିଲେ ସବିତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.