ETV Bharat / sports

100 ଅନ୍ତର୍ଜାତୀୟ ଗୋଲ୍‌ କରିଥିବା ଦ୍ବିତୀୟ ଖେଳାଳି ହେଲେ ରୋନାଲ୍ଡୋ - ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ

ଅନ୍ତର୍ଜାତୀୟ ଫୁଟବଲରେ 100 ଗୋଲ୍‌ କରିଥିବା ଦ୍ବିତୀୟ ଖେଳାଳି ହେଲେ ପର୍ତ୍ତୃଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ । ଅଧିକ ପଢ଼ନ୍ତୁ...

Ronaldo's 100 international goals ,  Ronaldo is the second player to score 100 international goals , 100 international goals for ronaldo, ରୋନାଲ୍ଡୋ 100 ଅନ୍ତର୍ଜାତୀୟ ଗୋଲ୍‌, ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ, ସ୍ବିଡେନ ବନାମ ପର୍ତ୍ତୁଗାଲ
100 ଅନ୍ତର୍ଜାତୀୟ ଗୋଲ୍‌ କରିଥିବା ଦ୍ବିତୀୟ ଖେଳାଳି ହେଲେ ରୋନାଲ୍ଡୋ
author img

By

Published : Sep 9, 2020, 12:03 PM IST

ଷ୍ଟୋକହୋଲ୍‌ମ: ପର୍ତ୍ତୃଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ବୁଧବାର 100ଟି ଅନ୍ତର୍ଜାତୀୟ ଗୋଲ୍‌ କରିଥିବା ପୁରୁଷ ଖେଳାଳି ହୋଇଛନ୍ତି । ସ୍ବିଡେନ ବିପକ୍ଷରେ ନିଜ ଟିମକୁ ବିଜୟୀ କରାଇବା ସହ ଏହି କୃତିତ୍ବ ଅର୍ଜନ କରିଛନ୍ତି ରୋନାଲ୍ଡୋ ।

ନେସନ୍ସ ଲିଗରେ ସ୍ବିଡେନ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ରୋନାଲ୍ଡୋଙ୍କ ପାଖରେ 99ଟି ଗୋଲ୍‌ ରହିଥିଲା । ତେବେ ଏହି ମ୍ୟାଚରେ ଏକ ଚମତ୍କାର ଗୋଲ୍‌ ସ୍କୋର କରି ସେ ତାଙ୍କର 100ଟି ଗୋଲ୍‌ ପୁରା କରିଥିଲେ । ଏହାପରେ ସେ ଆଉ ଏକ ଗୋଲ୍‌ ସ୍କୋର କରି ପର୍ତ୍ତୃଗାଲକୁ 2-0 ଗୋଲରେ ବିଜୟ ଆଣି ଦେଇଥିଲେ ।

ରୋନାଲ୍ଡୋଙ୍କ ପୂର୍ବରୁ 100ଟି ଗୋଲ୍‌ ସ୍କୋର କରିଥିବା ପ୍ରଥମ ଖେଳାଳି ଥିଲେ ଇରାନର ଅଲି ଦେଇ । ଯିଏ ନିଜ ଦେଶ ପାଇଁ 109ଟି ଗୋଲ୍‌ କରିଥିଲେ । ବର୍ତ୍ତମାନ ଏହି ତାଲିକାରେ ରୋନାଲ୍ଡୋ ମଧ୍ୟ ସାମିଲ ହୋଇଛନ୍ତି ।

ତେବେ 100 ତମ ଗୋଲ୍‌ କରିବା ପାଇଁ ରୋନାଲ୍ଡୋଙ୍କୁ ଲମ୍ବା ସମୟ ଧରି ଅପେକ୍ଷା କରିବାକୁ ପଡିଥିଲା । ନଭେମ୍ବର 2019ରେ ହିଁ ସେ ନିଜର 99ତମ ଗୋଲ୍‌ କରି ସାରିଥିଲେ ।

ତାଙ୍କ ଗୋଡ ଆଙ୍ଗୁଠିରେ ଆଘାତ ଲାଗିଥିବା କାରଣରୁ ରୋନାଲ୍ଡୋ କ୍ରୋଏସିଆ ବିପକ୍ଷରେ ତାଙ୍କ ଟିମର ପୂର୍ବ ମ୍ୟାଚ ଖେଳି ପାରିନଥିଲେ । ସେହି ମ୍ୟାଚରେ ପର୍ତ୍ତୃଗାଲ 4-1ରେ କ୍ରୋଏସିଆକୁ ମାତ ଦେଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.