ନୂଆଦିଲ୍ଲୀ: ସର୍ବଭାରତୀୟ ଭାରତୀୟ ଫୁଟବଲ ମହାସଂଘ(AIFF) କୋରୋନାର ବର୍ଦ୍ଧିତମାମଲାକୁ ଦୃଷ୍ଟିରେ ରଖି ରବିବାର ନୂଆଦିଲ୍ଲୀରେ ହେବାକୁ ଥିବା ଭାରତୀୟ ମହିଳା ଲିଗର ପ୍ଲେ-ଅଫ୍ ମୁକାବିଲାକୁ ସ୍ଥଗିତ ଘୋଷଣା କରିଛି । ଏହି ମ୍ୟାଚର ଆୟୋଜନ ଏପ୍ରିଲ 7ରୁ ହେବାର ଥିଲା ।
"ଦେଶ ତମାମ କୋଭିଡ-19 ମାମଲାରେ ବୃଦ୍ଧିକୁ କାରଣରୁ ରାଜ୍ୟ ସଂଘ ଗୁଡିକ ସହ ପରାମର୍ଶରେ ଖେଳାଳି ଓ ଅଧିକାରୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଥମିକତାକୁ ଧ୍ୟାନରେ ରଖି ହିରୋ ଇଣ୍ଡିଆନ ମହିଳା ଲିଗ୍ର ପ୍ଲେ-ଅଫ୍ ପର୍ଯ୍ୟାୟ ମ୍ୟାଚ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛ ।" ଏକ ବିବୃତିରେ ଏହା ସ୍ପଷ୍ଟ କରିଛି ଭାରତୀୟ ଫୁଟବଲ ପରିଚାଳନା ବୋର୍ଡ ।
7ରୁ 14 ଏପ୍ରିଲ ମଧ୍ୟରେ ପ୍ଲେ-ଅଫ ମ୍ୟାଚସୂଚୀ ରହିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ