ମୁମ୍ବାଇ: ଦମଦାର ଟେଷ୍ଟ ସିରିଜରୁ ବିରାଟ କୋହଲି-ରାହୁଲ ଦ୍ରାବିଡ ଯୁଗର ଆରମ୍ଭ ଆରମ୍ଭ ହୋଇଛି । ନ୍ୟୁଜିଲାଣ୍ଡକୁ ଦୁଇଟିକିଆ ଟେଷ୍ଟ ସିରିଜରେ ୧-୦ରେ ହରାଇବା ପରେ ICC ମାନ୍ୟତାର ଶୀର୍ଷ ସ୍ଥାନକୁ ମଧ୍ୟ ଫେରିଛି ଭାରତ ।
-
🗣️ 🗣️ The mindset is to take Indian cricket forward and stay at the top: #TeamIndia Captain @imVkohli #INDvNZ @Paytm pic.twitter.com/NWrxTih29K
— BCCI (@BCCI) December 6, 2021 " class="align-text-top noRightClick twitterSection" data="
">🗣️ 🗣️ The mindset is to take Indian cricket forward and stay at the top: #TeamIndia Captain @imVkohli #INDvNZ @Paytm pic.twitter.com/NWrxTih29K
— BCCI (@BCCI) December 6, 2021🗣️ 🗣️ The mindset is to take Indian cricket forward and stay at the top: #TeamIndia Captain @imVkohli #INDvNZ @Paytm pic.twitter.com/NWrxTih29K
— BCCI (@BCCI) December 6, 2021
ତେବେ ବିଜୟ ପରେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ବଡ ବୟାନ ସାମ୍ନାକୁ ଆସିଛି । ବିରାଟ କହିଛନ୍ତି, ନୂଆ କୋଚ୍, ସପୋର୍ଟ ଷ୍ଟାଫ୍ ଓ ନୂଆ ମ୍ୟାନେଜମେଣ୍ଟ ଟିମକୁ ମିଳିଛନ୍ତି ମାତ୍ର ପୂର୍ବପରି ବଦଳିନି ବିଜୟ ମାନସିକତା (mindset)।
ମୁଖ୍ୟ କୋଚ୍ ଭାବେ କିମ୍ବଦନ୍ତୀ ଦ୍ରାବିଡ, ରବି ଶାସ୍ତ୍ରୀଙ୍କ ସ୍ଥାନ ନେଇଛନ୍ତି । ସେହିପରି ପରାସ ମହାମ୍ବ୍ରେ ଓ ଟି ଦିଲୀପ ଯଥାକ୍ରମେ ଭରତ ଅରୁଣ ଓ ଆର୍ ଶ୍ରୀଧରଙ୍କ ସ୍ଥାନରେ ବୋଲିଂ ଓ ଫିଲ୍ଡିଂ କୋଚ୍ ହୋଇଛନ୍ତି । କୋହଲି କହିଛନ୍ତି, "ନୂଆ ମ୍ୟାନେଜମେଣ୍ଟ ମିଳିଥିଲେ ମଧ୍ୟ ଭାରତୀୟ କ୍ରିକେଟକୁ ଆଗକୁ ନେବାର 'ମାନସିକତା' ପୂର୍ବପରି ସମାନ ରହିଛି । ଭାରତୀୟ କ୍ରିକେଟର ସ୍ତରକୁ ସର୍ବଦା ଆଗକୁ ନେବା ସୁନିଶ୍ଚିତ କରିବା ଗୁରୁତ୍ବପୂର୍ଣ୍ଣ ।"
ଏହାମଧ୍ୟ ପଢନ୍ତୁ: ବାଜିଗର ବିରାଟ, ଏହି ବିରଳ ରେକର୍ଡ କରିବାରେ ପ୍ରଥମ ଖେଳାଳି କୋହଲି
କୋହଲି ଓ ଶାସ୍ତ୍ରୀ ସଫଳତମ କ୍ୟାପଟେନ ଓ କୋଚ୍ ଯୋଡି ରହିଥିଲେ । ଘରୋଇ ସିରିଜ ସହିତ ବିଦେଶରେ ମଧ୍ୟ ଏକାଧିକ ଟେଷ୍ଟ ସିରିଜ ବିଜୟର କରିସ୍ମା କରିଛି ଟିମ ଇଣ୍ଡିଆ । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଭଳି ଦେଶରେ ଟିମର ବିଜୟ ଅଭିଜ୍ଞତାକୁ ସମୃଦ୍ଧ କରିଛି ଓ ଭାରତର ପରବର୍ତ୍ତୀ ଲକ୍ଷ୍ୟ ଦକ୍ଷିଣ ଆଫ୍ରିକାରେ ମଧ୍ୟ ପ୍ରଥମ ଟେଷ୍ଟ ସିରିଜ ବିଜୟ ରହିଛି ।
୧୯୯୨ ପରଠାରୁ ଦକ୍ଷିଣ ଆଫ୍ରିକାରେ ଭାରତ ୩ଟି ଟେଷ୍ଟ ମ୍ୟାଚ୍ ଜିତିଛି ମାତ୍ର ସିରିଜ ବିଜୟୀ ହୋଇପାରିନାହିଁ । ଶେଷ ଥର ଯେବେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା ବର୍ଷ ୨୦୧୭-୧୮ରେ ୧-୨ରେ ପରାଜୟ ମିଳିଥିଲା ।
କୋହଲି କହିଛନ୍ତି, "ଦକ୍ଷିଣ ଆଫ୍ରିକାରେ ଏକ ଭଲ ଆହ୍ବାନ ହେବାକୁ ଯାଉଛି । ଟିମର ଆତ୍ମବିଶ୍ବାସରେ ଭରପୁର ରହିଛି ଓ ବିଦେଶ ମାଟିରେ ଭଲ ପ୍ରଦର୍ଶନ ଜାରି ରଖିବାକୁ ଏହା ଏକ ଭଲ ସୁଯୋଗ । ଏହା ମଧ୍ୟ ସ୍ବୀକାର କରିବାକୁ ହେବ ଯେ, ଦକ୍ଷିଣ ଆଫ୍ରିକାରେ ଟିମ ଟେଷ୍ଟ ସିରିଜ ବିଜୟୀ ହୋଇନାହିଁ । ମାତ୍ର ଭାରତୀୟ ଟିମ ନିଜର ଶକ୍ତି ଅନୁଯାୟୀ ପ୍ରଦର୍ଶନ କରିପାରିଲେ ନିଶ୍ଚୟ ସିରିଜ ବିଜୟ ମିଳିବ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ