ETV Bharat / sports

‘ପୁରା ଇଣ୍ଡିଆର ଗୁଣ୍ଡା ରାହୁଲ ଦ୍ରାବିଡ’ - ପୁରା ଇଣ୍ଡିଆର ଗୁଣ୍ଡା ରାହୁଲ ଦ୍ରାବିଡ

"ରାହୁଲ ଦ୍ରାବିଡ କେବଳ ଇନ୍ଦିରା ନଗର ଗୁଣ୍ଡା ନୁହନ୍ତି, ବରଂ ସେ ପୁରା ଇଣ୍ଡିଆର ଗୁଣ୍ଡା ।" ଏହା କହିଛନ୍ତି ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳର ଯୁବ ଫାଷ୍ଟ ବୋଲର ଦୀପକ ଚହର। ଅଧିକ ପଢ଼ନ୍ତୁ...

ପୁରା ଇଣ୍ଡିଆର ଗୁଣ୍ଡା ରାହୁଲ ଦ୍ରାବିଡ: ଦୀପକ ଚହର

author img

By

Published : Jul 22, 2021, 5:32 PM IST

କଲମ୍ବୋ: "ରାହୁଲ ଦ୍ରାବିଡ କେବଳ ଇନ୍ଦିରା ନଗର ଗୁଣ୍ଡା ନୁହନ୍ତି, ବରଂ ସେ ପୁରା ଇଣ୍ଡିଆର ଗୁଣ୍ଡା ।" ଏହା କହିଛନ୍ତି ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳର ଯୁବ ଫାଷ୍ଟ ବୋଲର ଦୀପକ ଚହର । ଆଇପିଏଲ 2021 ସମୟରେ ଏକ ବିଜ୍ଞାପନ ଯୋଗୁଁ ବର୍ତ୍ତମାନ ରାହୁଲ ଦ୍ରାବିଦ ଇନ୍ଦିରା ନଗର ଗୁଣ୍ଡା ନାମରେ ଏକ ପରିଚୟ ପାଇଛନ୍ତି । ଏହି ବିଜ୍ଞାପନରେ ସବୁବେଳେ ଶାନ୍ତ ସ୍ବଭାବର ରାହୁଲ ଦ୍ରାବିଡ଼ଙ୍କ କ୍ରୋଧାନ୍ବିତ ଚରିତ୍ରରେ ଦେଖା ଦେଇଛି । ତେବେ ଦୀପକ ଚହର ତାଙ୍କୁ ଇଣ୍ଡିଆର ଗୁଣ୍ଡା କହିବାର କାରଣ କଣ ? ଜାଣନ୍ତୁ..

ଶ୍ରୀଲଙ୍କ ବିପକ୍ଷରେ ଦିନିକିଆ ସିରିଜକୁ କବଜା କରିଛି ଭାରତ। ଦ୍ବିତୀୟ ଦିନିକିଆରେ ଭାରତ ଶ୍ରୀଲଙ୍କା ହାତରୁ ବିଜୟ ଛଡ଼ାଇ ଆଣିଥିଲା। ଏଥିରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ଯୁବ ଅଲରାଣ୍ଡର ଦୀପକ ଚହର । 276 ରନ ବିଜୟ ଲକ୍ଷ୍ୟ ପିଛା କରି ଦଳ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା। 17 ଓଭରରେ ମାତ୍ର 116 ରନ କରି ଦଳ 5ଟି ୱିକେଟ ହରାଇଥିଲା ।ଏଠାରୁ ଭାରତ ମ୍ୟାଚ ଜିତିବା କ୍ଷୀଣ ହୋଇ ପଡ଼ିଥିଲା ।

କିନ୍ତୁ ସେହି ସମୟରେ ପଡ଼ିଆକୁ ଓହ୍ଲାଇଥିଲେ ଯୁବ ଫାଷ୍ଟ ବୋଲର ଦୀପକ ଚହର । ସେ 82ଟି ବଲ 69 ରନରେ ଅପରାଜିତ ରହିଥିଲେ। ଯାହା ଫଳରେ ଭାରତ ଏହି ମ୍ୟାଚରେ ବଜୟୀ ହୋଇପାରିଥିଲା । ଏହି ଇନିଂଶ ପରେ ଦୀପକ ଚହରଙ୍କ ନାମ ଅଲରାଉଣ୍ଡର ଲିଷ୍ଟରେ ସାମିଲ କରୁଛନ୍ତି କ୍ରିକେଟ ସମୀକ୍ଷକ ।

ମ୍ୟାଚରେ ଦୀପକଙ୍କୁ ଆଗୁଆ ବ୍ୟାଟିଂ ଛାଡ଼ିବା ନିଷ୍ପତ୍ତି କୋଚ ରାହୁଲ ଦ୍ରାବିଡଙ୍କର ହିଁ ଥିଲା । ନେଟରେ ଅଭ୍ୟାସ ବେଳେ ରାହୁଲ ତାଙ୍କ ବ୍ୟାଟିଂ କୌଶଳକୁ ପରଖି ନେଇଥିଲେ ବୋଲି କହିଛନ୍ତି ଦୀପକ ଚହର। ତାଙ୍କ ଏଭଳି ଇନିଂଶ ପଛର ଶ୍ରେୟ କୋଚ୍ ରାହୁଲ ଦ୍ରାବିଡଙ୍କୁ ଦେଇଛନ୍ତି ଦୀପକ ଚହର।

କ୍ରିକେଟ ଜଗତରେ ରାହୁଲ ଦ୍ରାବିଡଙ୍କ ଏକ ନିଆରା ଚେହେରା ରହିଛି। ସେ କୋଚ ଥିବା ବେଳେ ଭାରତୀୟ 19 ବର୍ଷୀୟ ଦଳ ବିଶ୍ବକପ ବିଜୟୀ ହୋଇଥିଲା। ଏହାପରେ ସେ ଭାରତ ଏ' ଦଳକୁ ମଧ୍ୟ ପ୍ରଶିକ୍ଷଣ ଦେଉଥିଲେ। ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳ ଦ୍ରାବିଡଙ୍କ ନେତୃତ୍ବରେ ଦମଦାର ପ୍ରଦର୍ଶନ କରି 3ଟିକିଆ ଦିନିକିଆ ସିରିଜ ବିଜୟୀ ହୋଇଛି। ପ୍ରଥମ ମ୍ୟାଚତ ଭାରତ 7 ୱିକଟରେ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ 3ୱିକେଟରେ ବିଜୟୀ ହୋଇଛି । ଦ୍ବିତୀୟ ମ୍ୟାଚର ହିରୋ ଥିଲେ ଦୀପକ ଚହର। ଏହି ମ୍ୟାଚରେ ଚହର ଦୁଇଟି ୱିକେଟ ନେଇଥିବା ବେଳେ 69 ରନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.