ETV Bharat / sports

ଜାଫରଙ୍କ ରଣନୀତି ଆରମ୍ଭ, ଓଡିଶା କରିବ ରେକର୍ଡ ! - ଜାଫରଙ୍କ ନେତୃତ୍ବରେ କ୍ରିକେଟରଙ୍କ ଅଭ୍ୟାସ ଆରମ୍ଭ

ଆକ୍ସନରେ ଓଡ଼ିଶା କ୍ରିକେଟ ସଂଘର ମୁଖ୍ୟ କୋଚ ୱାସିମ ଜାଫର । ନବ ନିଯୁକ୍ତ ମୁଖ୍ୟ କୋଚ୍ ଜାଫରଙ୍କ ଭିଜନରେ ଆରମ୍ଭ ହେଲା ଓଡ଼ିଶା ଖେଳାଳିଙ୍କ ଅଭ୍ୟାସ । ଅଧିକ ପଢ଼ନ୍ତୁ...

ଜାଫରଙ୍କ ଭିଜନରେ ଓଡ଼ିଶା ଖେଳାଳିଙ୍କ ଅଭ୍ୟାସ ଆରମ୍ଭ

author img

By

Published : Jul 25, 2021, 5:41 PM IST

କଟକ: ଓଡ଼ିଶା କ୍ରିକେଟ ସଂଘରେ ଯୋଗ ଦେବାପରେ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ନବ ନିଯୁକ୍ତ କୋଚ୍ ୱାସିମ ଜାଫର । ନବ ନିଯୁକ୍ତ ମୁଖ୍ୟ କୋଚ ୱାସିମ ଜାଫରଙ୍କ ଭିଜନରେ ଆରମ୍ଭ ହେଲା ଓଡି଼ଶା ଖେଳାଳିଙ୍କ ଅଭ୍ୟାସ । 3 ଘଣ୍ଟାରୁ ଅଧିକ ସମୟ ଧରି ଜୋରଦାର ଅଭ୍ୟାସ ପରେ ନେଟ୍ସରେ ସମସ୍ତ ଖେଳାଳିଙ୍କ ତ୍ରୁଟି ଖୋଜି ବାହାର କରିଛନ୍ତି ଜାଫର ।

ଜାଫରଙ୍କ ଭିଜନରେ ଓଡ଼ିଶା ଖେଳାଳିଙ୍କ ଅଭ୍ୟାସ ଆରମ୍ଭ

ଖେଳାଳୀଙ୍କ ବ୍ୟାଟିଂଶୈଳୀ ସହିତ ବୋଲିଂ ଓ ଫିଲ୍ଡିଂ ଆଦିକୁ ଅନୁଧ୍ୟାନ କରିଛନ୍ତି ଓସିଏର ମୁଖ୍ୟକୋଚ୍ । ବର୍ତ୍ତମାନ କ୍ରିକେଟରଙ୍କ ମନୋବଳ ବୃଦ୍ଧି କରିବା ଲକ୍ଷ୍ୟରେ ରହିଛନ୍ତି ୱାସିମ ଜାଫର । ଜାତୀୟ ଦଳରେ ଓଡ଼ିଶା କ୍ରିକେଟର କିଭଳି ଚୟନ ହୋଇ ପାରିବେ ତାହାକୁ ନେଇ ସେ କୋଚିଂ ଆରମ୍ଭ କରିଛନ୍ତି । ଏଥିପାଇଁ ତାଙ୍କ ପାଖରେ ଥିବା ସମସ୍ତ ଦକ୍ଷତାକୁ ସେ ଓସିଏ ପାଇଁ ସମର୍ପିତ କରିବେ ବୋଲି କହିଛନ୍ତି ।

ଗତ ସିଜିନରେ ଓଡ଼ିଶା ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଅଳ୍ପ କିଛି ଖେଳାଳୀଙ୍କ ବ୍ୟାଟିଂ ଲାଇନ ଠିକ୍ ଠାକ୍ ଥିବା ବେଳେ ବୋଲିଂ ଓ ଫିଲ୍ଡିଂରେ ଓଡ଼ିଶାର ପ୍ରଦର୍ଶନ ଦୁର୍ବଳ ରହିଛି। ଆଗାମୀ ଦିନରେ ବିସିସିଆଇର ଘରୋଇ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏହାପୂର୍ବରୁ ସମସ୍ତ ଖେଳାଳିଙ୍କୁ ଫର୍ମକୁ ଫେରିବାକୁ ହେବ । ଦଳର ଓପେନିଂ, ମିଡିଲ ଅର୍ଡରକୁ ଏବେଠାରୁ ହିଁ ସଜାଡ଼ିବାକୁ ପଡ଼ିବ । ବୋଲିଂ ଓ ଫିଲ୍ଡିଂ ଉପରେ ଦଳକୁ ଅଧିକ ଧ୍ୟାନ ଦେବା ଆବଶ୍ୟକତା ରହିଛି ।

ସେପଟେ ୱାସିମ ଜାଫର କୋଚ ଭାବରେ ଯୋଗ ଦେବାପରେ ତାଙ୍କଠାରୁ ଅନେକ କିଛି ଆଶା ରଖିଛି । ଓଡ଼ିଶା କ୍ରିକେଟର ବିକାଶ ଉପରେ ଧ୍ୟାନ ଦେଉଛି ଓସିଏ । ଏଥିପାଇଁ ଜାଫରଙ୍କୁ ଆବଶ୍ୟକ ସମସ୍ତ ପ୍ରକାର ଭିତ୍ତିଭୁମି ଯୋଗାଇ ଦେବ ଓସିଏ ବୋଲି କହିଛନ୍ତି ଏସିଏର ସିଇଓ ସୁବ୍ରତ ବେହେରା ।

ଇଣ୍ଡୋର ଅଭ୍ୟାସ ଆରମ୍ଭ ହେବାପରେ କ୍ରିକେଟ ସମୀକ୍ଷକ ମଧ୍ୟ ଜାଫରଙ୍କୁ ପ୍ରଶଂସା କରିଛନ୍ତି କ୍ରିକେଟ ସମୀକ୍ଷକ । ୱାସିମ ଜାଫର ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଓଡ଼ିଶା କ୍ରିକେଟର ଯେତେ ଶୀଘ୍ରା ତାଙ୍କଠାରୁ କିଛି ଶିଖି ପାରିବେ ସେତେ ଶୀଘ୍ର ଦଳର ଉନ୍ନତି ହେବ ବୋଲି କହିଛନ୍ତି କ୍ରିକେଟ ସମୀକ୍ଷକ ।

ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ଓଡ଼ଶା କ୍ରିକେଟରଙ୍କ ଅଭ୍ୟାସ ପ୍ରଭାବିତ ହୋଇଛି । କିନ୍ତୁ ଜାଫରଙ୍କ ନେତୃତ୍ବରେ ଓଡ଼ଶା ଖେଳାଳି ଯେଭଳି ପ୍ରସ୍ତୁତି ଆରମ୍ଭ କରିଛି ଆଗାମୀ ଦିନରେ ଓଡ଼ିଶା ଦଳର ରାଙ୍କିଂରେ ସୁଧାର ଆସିପାରେ ବୋଲି ଆଶା କରାଯାଉଛି । ତେବେ ଘରୋଇ ସିଜିନରେ ଦଳର ପ୍ରଦର୍ଶନ ଏହାର ଜବାବ ଦେବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.