ETV Bharat / sports

IPL 2022: ରାହୁଲ ତ୍ରିପାଠୀଙ୍କ ଦମଦାର ବ୍ୟାଟିଂ, ମୁମ୍ବାଇ ଆଗରେ 194 ରନର ଟାର୍ଗେଟ ରଖିଲା ହାଇଦ୍ରାବାଦ

ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (IPL 2022) 65ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ମୁମ୍ବାଇ ଆଗରେ 194 ରନର ଟାର୍ଗେଟ ରଖିଲା ହାଇଦ୍ରାବାଦ । ଅଧିକ ପଢନ୍ତୁ

IPL 2022: ମୁମ୍ବାଇ ଆଗରେ 194 ରନର ଟାର୍ଗେଟ ରଖିଲା ହାଇଦ୍ରାବଦ

author img

By

Published : May 17, 2022, 9:29 PM IST

Updated : May 17, 2022, 9:39 PM IST

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (IPL 2022) 65ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 193 ରନ୍ ସଂଗ୍ରହ କରିଛି ହାଇଦ୍ରାବାଦ । ଫଳରେ ମୁମ୍ବାଇ ଆଗରେ 194 ରନର ଟାର୍ଗେଟ ରହିଛି ।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା । ଏହାପରେ ସନ ରାଇଜର୍ସ ପକ୍ଷରୁ ଅଭିଷୋକ ଶର୍ମା ଏବଂ ପ୍ରିୟମ ଗର୍ଗ ପାଳି ଆରମ୍ଭ କରିଥିଲେ । ମାତ୍ର ଆରମ୍ଭରୁ ଦଳକୁ ଝଟକା ଦେଇଥିଲେ ଅଭିଷେକ । ମାତ୍ର 9 ନର୍ କରି ଡାନିଏଲ ସାମ୍ସଙ୍କ ଶିକାର ହୋଇଥିଲେ । ପ୍ରିୟମ ଗର୍ଗ ଏବଂ ରାହୁଲ ତ୍ରିପାଠୀ ସତର୍କତାର ସହ ଖେଳିଥିଲେ । ରାହୁଲ 44 ବଲରେ 76 ରନ ସଂଗ୍ରହ କରି ଥିବାବେଳେ ପ୍ରିୟମ 26 ବଲରେ 42 ରନ୍ କରିଛନ୍ତି ।

ସେହିପରି ନିକୋଲାସ ପୁରାନ 22 ବଲରେ 38, ଏଡିଏନ ମାର୍କରମ 4 ବଲରେ 2, ୱାଶିଂଟନ ସୁନ୍ଦର 7 ବଲରେ 9 ଏବଂ କେନ ୱିଲିୟମସନ ଅପରାଜିତ 7 ବଲରେ 9 ରନ କରିଛନ୍ତି । ସେପଟେ ମୁମ୍ବାଇ ପକ୍ଷରୁ ରଣଦୀପ ସିଂ ସର୍ବାଧିକ 3 ୱିକେଟ ନେଇ ଥିବାବେଳେ ଡାନିଏଲ ସାମ୍ସ, ରିଲେ ମେରଡିଥ ଏବଂ ଜଶପ୍ରିତ ବୁମରା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

Last Updated : May 17, 2022, 9:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.