ମୁମ୍ବାଇ: ଦୃତ ବୋଲର ଜସପ୍ରୀତ ବୁମରାଙ୍କ କାନ୍ଧରେ ଆଘାତ ଲାଗି ସେ ଆହତ ହୋଇଛନ୍ତି। ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଚାଲିଥିବା ମ୍ୟାଚ ସମୟରେ ଆହତ ହୋଇଛନ୍ତି ବୁମରା। ବୁମରାଙ୍କ ଆହତ ହେବା, ବିଶ୍ବକପ ପାଇଁ ଯାଉଥିବା ଟିମର ଚିନ୍ତା ବଢ଼ାଇପାରେ।
ଦିଲ୍ଲୀ କ୍ୟାପିଟାଲ୍ସର ଇନିଂସର ଶେଷ ବଲରେ ଋଷଭ ପନ୍ତଙ୍କ ସଟକୁ ଅଟକାଇବା ବେଳେ ପନ୍ତଙ୍କୁ ଆଘାତ ଲାଗିଥିଲା। ଯାହା ପରେ ବୁମାର ନିଜ ବାମ କାନ୍ଧ ଧରି କଷ୍ଟରେ ଥିବା ଦେଖାଯାଇଥିଲା। ଟିମର ଫିଜିଓ ଆସି ତାଙ୍କୁ ତୁରନ୍ତ ପଡିଆରୁ ନେଇ ଯାଇଥିଲେ।
ପନ୍ତ ଯେତେବେଳେ ବୁମରାଙ୍କ ଆଡକୁ ସଟ ଖେଳିଥିଲେ ତାକୁ ବୁମରା ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କ କାନ୍ଧରେ ଆଘାତ ଲାଗି ଯାଇଥିଲା। ବ୍ରିଟେନରେ ଆରମ୍ଭ ହେବାକୁ ଥିବା ବିଶ୍ୱକପରେ ବୁମରାଙ୍କ ଭୂମିକା ବେସ ଗୁରୁତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।
ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ ବେଳେ ଯେତେବେଳେ ମୁମ୍ବାଇର ନବମ ୱିକେଟ ଯାଇଥିଲେ ବୁମରା ବ୍ୟାଟିଙ୍ଗ ପାଇଁ ମଧ୍ୟ ଆସି ପାରିନଥିଲେ। ମୁମ୍ବାଇ ଇଣ୍ଡିଆନ୍ସର ପାଳି 176 ରନରେ ସୀମିତ ହୋଇଯାଇଥିଲା।