ହାଇଦ୍ରାବାଦ: ଭ୍ରମଣକାରୀ ଭାରତୀୟ କ୍ରିକେଟ ଦଳ ଓ ଘରୋଇ ଆୟର୍ଲାଣ୍ଡ ମଧ୍ୟରେ ଆଜିଠୁ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବ । 3 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜରେ ନେତୃତ୍ବ ଅଭିଜ୍ଞ ପେସ ବୋଲର ଯଶପ୍ରୀତ ବୁମରାଙ୍କ କାନ୍ଧରେ ରହିଛି । ଯୁବ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ ଭାରତୀୟ ଦଳ । ଭାରତୀୟ ଦଳ ଆଧିପତ୍ୟ ଜାରି ରଖି ସିରିଜ ମୂଳପୋଛ କରିବାକୁ ଲକ୍ଷ୍ୟ ରଖିଛି । ଆୟର୍ଲାଣ୍ଡର ଡବଲିନରେ ରାତି 8ଟାରୁ ମ୍ୟାଚ ଆରମ୍ଭ ହେବ ।
-
Doublin’ the intensity in Dublin ft. #TeamIndia 😎#IREvIND pic.twitter.com/xcOzf2e0oO
— BCCI (@BCCI) August 16, 2023 " class="align-text-top noRightClick twitterSection" data="
">Doublin’ the intensity in Dublin ft. #TeamIndia 😎#IREvIND pic.twitter.com/xcOzf2e0oO
— BCCI (@BCCI) August 16, 2023Doublin’ the intensity in Dublin ft. #TeamIndia 😎#IREvIND pic.twitter.com/xcOzf2e0oO
— BCCI (@BCCI) August 16, 2023
ନଜରରେ ରହିବେ ବୁମରା, ଯଶ୍ବସୀ ଜୈସ୍ବାଲ: ଏହି ସିରିଜ ଯଶପ୍ରୀତ ବୁମରାଙ୍କ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ । ଫଳାଫଳ ଯାହା ହେଉ ନା କାହିଁକି 11 ମାସ ପରେ କ୍ରିଜକୁ ଓହ୍ଲାଇବାକୁ ଯାଉଥିବା ବୁମରାଙ୍କ ଅଧିନାୟତ୍ବ ଓ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଟି-ଟ୍ବେଣ୍ଟିରେ ପ୍ରଥମ ଥର ପାଇଁ ଅଧିନାୟକତ୍ବ କରିବାକୁ ଯାଉଛନ୍ତି ବୁମରା । ବୁମରା ଜଣେ ଶ୍ରେଷ୍ଠ ପେସ ବୋଲର । ଦୀର୍ଘ 326 ଦିନ ପରେ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି । ଆଗକୁ ଦିନିକିଆ ବିଶ୍ବକପ ରହିଛି । ବୁମରାଙ୍କ ଫିଟନେସ ଓ ଫର୍ମ ଭାରତୀୟ ଦଳ ପାଇଁ ଜରୁରୀ । ଅନ୍ୟତମ ଯୁବ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କ ଉପରେ ମଧ୍ୟ ନଜର ରହିବ । ସେହିପରି ଆଇପିଏଲ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବା ଷ୍ଟାର ଖେଳାଳି ଯଶ୍ବସ୍ବୀ ଜୈସ୍ବାଲଙ୍କ ଉପରେ ମଧ୍ୟ ସାରା ଦେଶର ନଜର ରହିଛି । ତିଲକ ବର୍ମା ମଧ୍ୟ ଫୋକସରେ ରହିଛନ୍ତି ।
ଭାରତର ପଲ୍ଲା ଭାରି: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ବିଜୟଧାରା ଜାରି ରହିଛି । 2018ରେ ଭାରତ 2ଟି ଟି-ଟେଣ୍ଟି ମ୍ୟାଚ ଖେଳି ବିଜୟ ହାସଲ କରିଥିଲା । ଗତ ବର୍ଷ ମଧ୍ୟ ଭାରତ ଉଭୟ ମ୍ୟାଚ ଜିତିଥିଲା । ମାତ୍ର ଘରୋଇ ଦଳ କଡା ଟକ୍କର ଦେଇଥିଲା । ଭାରତୀୟ ଦଳ ଏଯାଏ ଆୟର୍ଲାଣ୍ଡ ବିପକ୍ଷରେ 5ଟି ଟି-ଟ୍ବେଣ୍ଟି ମ୍ୟାଚ ଜିତିଛି । ରେକର୍ଡ ଅନୁସାରେ ଭାରତୀୟ ଦଳର ପଲ୍ଲା ଭାରି ରହିଛି । ଏଥର ସିରିଜକୁ ଜିତି ସ୍ମରଣୀୟ କରିବାକୁ ପ୍ରୟାସ କରିବ ଘରୋଇ ଦଳ ଆୟର୍ଲାଣ୍ଡ । ପେସ ବୋଲର ଜୋସୁଆ ଲିଟିଲଙ୍କ ଘାତକ ବୋଲିଂ ଭାରତୀୟଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ ।
ଫୋକସରେ ନବାଗତ: ଆୟର୍ଲାଣ୍ଡ ବିପକ୍ଷରେ ଅନେକ ଯୁବ ଖେଳାଳିଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । ଆଇପିଏଲରେ ଦମଦାର ପ୍ରଦର୍ଶନ କରି ବିପକ୍ଷ ହାତରୁ ମ୍ୟାଚ ଛଡାଇ ଆଣିବାକୁ ରିଙ୍କୁ ସିଂହ ପଦାର୍ପଣ କରିବାକୁ ଯାଉଛନ୍ତି । ଆଜି ତାଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ସେହିପରି ୱିକେଟ କିପର ଜିତେଶ ଶର୍ମାଙ୍କ ପ୍ରଦର୍ଶନ ଉପରେ ମଧ୍ୟ ନଜର ରହିଛି । ଉଭୟଙ୍କ ପାଖରେ ଡେଥ ଓଭରରେ ବିସ୍ଫୋରକ ବ୍ୟାଟିଂ କରିବାର କ୍ଷମତା ରହିଛି । ରିଙ୍କୁ ସିଂହ ଆଜି ପଦାର୍ପଣ କରିବା ଏକ ପ୍ରକାଶ ନିଶ୍ଚିନ୍ତ ।
ଏହା ବି ପଢନ୍ତୁ...ICC ODI World Cup 2023: ଷ୍ଟାର ଖେଳାଳି ଆହତ, ୪ନମ୍ବର ସ୍ପଟ୍ ପାଇଁ ଚିନ୍ତାରେ ଅଧିନାୟକ
ଏହା ବି ପଢନ୍ତୁ...ଭାରତର ଆୟର୍ଲାଣ୍ଡ ଗସ୍ତ, କୋଚ୍ ଦାୟିତ୍ବ ତୁଲାଇବେ ସୀତାଂଶୁ କୋଟାକ
ଭାରତୀୟ ଦଳ: ଯଶପ୍ରୀତ ବୁମରା (ଅଧିନାୟକ), ଋତୁରାଜ ଗାଏକ୍ବାଡ, ଯଶସ୍ବୀ ଜୈସ୍ବାଲ, ତିଲକ ବର୍ମା, ରିଙ୍କୁ ସିଂହ, ସଞ୍ଜୁ ସାମସନ, ଜିତେଶ ଶର୍ମା, ଶିବମ ଦୁବେ, ୱାଶିଂଟନ ସୁନ୍ଦର, ସାହବାଜ ଅହମ୍ମଦ, ରବି ବିଷ୍ଣୋଇ, ମୁକେଶ କୁମାର, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ଅଭେଶ ଖାନ ।
ଆୟର୍ଲାଣ୍ଡ ଦଳ: ପଲ ଷ୍ଟାର୍ଲିଂ (ଅଧିନାୟକ), ଆଣ୍ଡ୍ୟୁ ବାଲବରିନ, ମାର୍କ ଆଡେୟାର, ରସ ଆଡେୟାର, କର୍ଟିସ ଜାମ୍ପର, ଗ୍ୟାରେଥ ଡେଲାନି, ଜର୍ଜ ଡକରେଲ, ଫିଓନ ହ୍ୟାଣ୍ଡ, ଜୋସ ଲିଟିଲ, ବ୍ୟାରୀ ମ୍ୟାକକାର୍ଥ, ହ୍ୟାରୀ ଟେକ୍ଟର, ଲୋର୍କାନ ଟକର, ଥିଓ ଭନ ୱରକୋମ, ବେନ ହ୍ବାଇଟ, କ୍ରେଗ ୟଙ୍ଗ ।