ମାଞ୍ଚେଷ୍ଟର: ବିଶ୍ବକପର ସେମିଫାଇନାଲ ମୁକାବିଲାରେ ବର୍ଷା ସାଜିଛି ବାଧକ । ତେବେ ନ୍ୟୁଜିଲାଣ୍ଡ ପାଳିର ମାତ୍ର 3.5 ଓଭର ବାକି ରହିଯାଇଛି । ଗୋଟିଏ ପଟେ ମ୍ୟାଚ୍ରେ ବର୍ଷା ବାଧକ ସାଜିଥିବା ବେଳେ ଅନ୍ୟପଟେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଚର୍ଚ୍ଚା କରିଛନ୍ତି ନ୍ୟୁଜିଲାଣ୍ଡ ଖେଳାଳି ।
କ୍ରିକେଟର ନହୋଇଥିଲେ ଜୀବନରେ ଅଲଗା କ’ଣ କରିଥାନ୍ତେ ବୋଲି ପଚରା ଯିବାରୁ କିଛି ଭିନ୍ନ ଜବାବ ଦେଇଥିଲେ ନ୍ୟୁଜିଲାଣ୍ଡର ଦୁଇ ଖେଳାଳି ରସ ଟେଲର ଓ ଓପନର ମାର୍ଟିନ ଗୁପ୍ଟିଲ । ହଁ ଆଜ୍ଞା, ଜଣେ କୃଷକ ହେବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ଜଣେ ଟେଲର ହେବା ପାଇଁ ଇଚ୍ଛା ଥିବା ପ୍ରକାଶ କରିଛନ୍ତି ।