ଲଣ୍ଡନ: ବିଶ୍ବକପରେ ଦକ୍ଷିଣ ଆଫ୍ରିକା କଳା ଘୋଡା ବା ଡାର୍କ ହର୍ସ । ଏହା କହିଛନ୍ତି ଦକ୍ଷିଣ ଆଫ୍ରିକା ଦଳର ପୂର୍ବତନ ଖେଳାଳି ତଥା କିମ୍ବଦନ୍ତୀ କ୍ରିକେଟର ଜ୍ୟାକ କାଲିସ । ବିଶ୍ବକପରେ ଦକ୍ଷିଣ ଆଫ୍ରିକା ଦଳ ଯେତେ ଭଲ ଖେଳିଲେ ମଧ୍ୟ ଥରେ ହେଲେ ବିଶ୍ବକପ ଜିତି ପାରିନାହିଁ । ଏମିତିକି ଅତି ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଫାଇନାଲ ଖେଳିବାରୁ ଦଳ ବଞ୍ଚିତ ହୋଇଛି ।
ଆଇସିସି ବିଶ୍ବକପ 2019ରେ ଏଥର ଦଳ ପୁରୁଣା ସ୍ବପ୍ନ, ନୂଆ ଜୋସ ସହିତ ପଡିଆକୁ ଓହ୍ଲାଇବ । ତେବେ ଏଥର ଦଳ ଉପରେ କୌଣସି ଚାପ ନଥିବା କାଲିସ କହିଛନ୍ତି । ଦକ୍ଷିଣ ଆଫ୍ରିକାକୁ 2019 ବିଶ୍ବକପ ଦାବିଦାର ଭାବେ ମଧ୍ୟ ଅନେକ ମତ ଦେଇନାହାଁନ୍ତି । ଏହାହିଁ ଦଳକୁ ମ୍ୟାଚ ଜିତାଇବାରେ ସହାୟକ ହେବ ବୋଲି କାଲିସ କହିଛନ୍ତି ।
2015 ବିଶ୍ବକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ହାରିଯାଇଥିଲା ଦକ୍ଷିଣ ଆଫ୍ରିକା । ତେବେ ଚଳିତ ବିଶ୍ବକପରେ ଇଂଲଣ୍ଡ ଆଇସିସି ଦିନିକିଆ ମାନ୍ୟତାର ନଂ-1 ଦଳ ଭାବେ ପଡିଆକୁ ଓହ୍ଲାଉଛି ।